ETV Bharat / international

ବ୍ରିଟେନ-ଜାପାନ ମଧ୍ୟରେ ବ୍ରେକଜିଟ୍ ବାଣିଜ୍ୟିକ ଚୁକ୍ତି ପରବର୍ତ୍ତୀ ଆଲୋଚନା ଆରମ୍ଭ

author img

By

Published : Jun 9, 2020, 8:28 PM IST

ବ୍ରେକଜିଟ୍ ବାଣିଜ୍ୟିକ ଚୁକ୍ତିର ପରବର୍ତ୍ତୀ ଆଲୋଚନା ପାଇଁ ଅଣ୍ଟା ଭିଡିଛନ୍ତି ବ୍ରିଟେନ ଓ ଜାପାନ । ମଙ୍ଗଳବାର ଉଭୟ ରାଷ୍ଟ୍ର ମଧ୍ୟରେ ଏନେଇ ଆଲୋଚନା ଆରମ୍ଭ ହୋଇଛି ।

trade discussion between uk and japan, post-brexit trade deal discussion, uk-japan trade relation, ୟୁକେ ଓ ଜାପାନ ମଧ୍ୟରେ ବାଣିଜ୍ୟିକ ଆଲୋଚନା, ବ୍ରେକ୍ସିଟ ବାଣିଜ୍ୟିକ ଚୁକ୍ତି ପରବର୍ତ୍ତୀ ଆଲୋଚନା, ୟୁକେ ଓ ଜାପାନ ବାଣିଜ୍ୟିକ ସମ୍ପର୍କ
ୟୁକେ-ଜାପାନ ବ୍ରେକ୍ସିଟ ବାଣିଜ୍ୟିକ ଚୁକ୍ତି ପରବର୍ତ୍ତୀ ଆଲୋଚନା ଆରମ୍ଭ

ଲଣ୍ଡନ: ବ୍ରେକଜିଟ ବାଣିଜ୍ୟିକ ଚୁକ୍ତିର ପରବର୍ତ୍ତୀ ଆଲୋଚନା ପାଇଁ ଅଣ୍ଟା ଭିଡିଛନ୍ତି ବ୍ରିଟେନ ଓ ଜାପାନ । ମଙ୍ଗଳବାର ଉଭୟ ରାଷ୍ଟ୍ର ମଧ୍ୟରେ ଏନେଇ ଆଲୋଚନା ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭିଡିଓ ଲିଙ୍କ ମାଧ୍ୟମରେ ବ୍ରିଟେନ ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ ଲିଜ ଟ୍ରୁସ ଓ ଜାପାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ତୋଶିମିଟସୁ ମୋଟେଗିଙ୍କ ମଧ୍ୟରେ ଆଲୋଚନା ହେବାର ଯୋଜନା ରହିଛି । ଏନେଇ ଉଭୟ ଟୋକିଓ ଓ ବ୍ରୁସେଲ ମଧ୍ୟରେ ସମ୍ପର୍କ ସ୍ଥାପନ ନେଇ ଆଶା ରଖିଥିବା ଟ୍ରୁସ ପ୍ରକାଶ କରିଛନ୍ତି ।

ପୂର୍ବରୁ ୟୁରୋପୀଆନ ୟୁନିୟନ ସହ ଏନେଇ ହୋଇଥିବା ଚୁକ୍ତି ଭଳି ଜାପାନ ସହ ମୁକ୍ତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଆଶା ରଖିଛି ବ୍ରିଟେନ । ଯାହା ଆଗକୁ ଯାଇ ପରିସର ବୃଦ୍ଧି ସହ ଡିଜିଟାଲ ବାଣିଜ୍ୟ ପରି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବ । ଏହି ଚୁକ୍ତି ଦ୍ବାରା ଉଭୟ ଦେଶରେ ରୋଜଗାର ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ ।

ତେବେ ବ୍ରିଟିଶ ସରକାରଙ୍କ ଆକଳନ ମୁତାବକ ଗତବର୍ଷ ବ୍ରିଟେନ ଓ ଜାପାନ ମଧ୍ୟରେ 31.4 ବିଲିଅନ ପାଉଣ୍ଡର ବ୍ୟାପାର ହୋଇଥିଲା । ଯେଉଁଥିରେ ବ୍ରିଟେନସ୍ଥିତ 9500 ବ୍ୟାବସାୟିକ ଅନୁଷ୍ଠାନ ଜାପାନକୁ ସାମଗ୍ରୀ ରପ୍ତାନୀ କରିଥିଲେ । ତେଣୁ ଜାପାନ ସହିତ ଯଦି ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୁଏ, ତେବେ ଆଗକୁ ଯାଇ ଏହା ଟ୍ରାନ୍ସ-ପାସିଫିକ ସହଭାଗୀତା ପାଇଁ ପ୍ରଗତିଶୀଳ ଓ ବିସ୍ତୃତ ଚୁକ୍ତିରେ ପରିଣତ ହୋଇପାରିବ ବୋଲି ବ୍ରିଟେନର ବିଶ୍ବାସ ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.