ETV Bharat / international

ଜାନୁଆରୀରୁ ହଂକଂବାସୀଙ୍କ ପାଇଁ ନାଗରିକତ୍ୱ ପଥ ଖୋଲିବ ବ୍ରିଟେନ

author img

By

Published : Jul 23, 2020, 10:15 AM IST

ବ୍ରିଟେନ ସରକାର ଗତ ବୁଧବାର ଘୋଷଣା କରିଛନ୍ତି ଯେ ଆଗାମୀ ଜାନୁୟାରୀ ସୁଦ୍ଧା 3 ମିଲିୟନ ଯୋଗ୍ୟ ହଂକଂ ପାଇଁ ବ୍ରିଟେନର ନାଗରିକତ୍ୱ ପାଇବା ପାଇଁ ଏକ ନୂତନ ସ୍ୱତନ୍ତ୍ର ରାସ୍ତା ଖୋଲିବ। ତେବେ ଚୀନ୍ ଦ୍ୱାରା ଘୋଷିତ ନୀତି ଦୃଢ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ବ୍ରିଟେନ ସରକାର ଏହି ପଦକ୍ଷେପ ଘୋଷଣା କରିଛନ୍ତି ।

uk
ଜାନୁଆରୀରୁ ହଂକଂବାସୀଙ୍କ ପାଇଁ ନାଗରିକତ୍ୱ ପଥ ଖୋଲିବ ବ୍ରିଟେନ

ଲଣ୍ଡନ: ବ୍ରିଟେନ ସରକାର ଗତ ବୁଧବାର ଘୋଷଣା କରିଛନ୍ତି ଯେ ଆଗାମୀ ଜାନୁୟାରୀ ସୁଦ୍ଧା 3 ମିଲିୟନ ଯୋଗ୍ୟ ହଂକଂ ପାଇଁ ବ୍ରିଟେନର ନାଗରିକତ୍ୱ ପାଇବା ପାଇଁ ଏକ ନୂତନ ସ୍ୱତନ୍ତ୍ର ରାସ୍ତା ଖୋଲିବ। ତେବେ ଚୀନ୍ ଦ୍ୱାରା ଘୋଷିତ ନୀତି ଦୃଢ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ବ୍ରିଟେନ ସରକାର ଏହି ପଦକ୍ଷେପ ଘୋଷଣା କରିଛନ୍ତି ।

ଏକ ବିବୃତ୍ତିରେ ଗୃହ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ବ୍ରିଟିଶ ନ୍ୟାସନାଲ ଓଭରସିଜ୍ ପାସପୋର୍ଟଧାରୀ ଏବଂ ସେମାନଙ୍କର ପରିବାର ସଦସ୍ୟ ତୁରନ୍ତ କାର୍ଯ୍ୟ ଏବଂ ଅଧ୍ୟୟନ ପାଇଁ ବ୍ରିଟେନ ଯାଇ ଯାଇପାରିବେ। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ କହିଛନ୍ତି, ଆଜିର ଘୋଷଣାରୁ ଜଣାପଡୁଛି ଯେ ବ୍ରିଟେନ ନିଜ କଥା ପାଳନ କରୁଛି । ଆମେ ହଂକଂକୁ ନେଇ ଅନ୍ୟ ରାସ୍ତା ଦେଖିବୁନାହିଁ ଏବଂ ଆମେ ନିଜ ଐତିହାସିକ କର୍ତ୍ତବ୍ୟକୁ ଲୋକଙ୍କ ପାଖରେ ପହଞ୍ଚିବାକୁ ଦେବୁନାହିଁ ।

ବ୍ରିଟେନରେ ଜୁଲାଇ ମାସ ଆରମ୍ଭରୁ ଘୋଷଣା ହୋଇଥିଲା ଯେ, ପ୍ରାୟ 2.9 ନିୟୁତ ଲୋକଙ୍କ ପାଇଁ ହଂକଂରେ ଥିବା ବ୍ରିଟିଶ ନ୍ୟାସନାଲ ଓଭରସିଜ୍ ପାସପୋର୍ଟ ପାଇଁ ଯୋଗ୍ୟ ଥିବା ଆବାସିକ ଅଧିକାର ବୃଦ୍ଧି ହେଉଛି । ତେବେ ନୂଆ ନିୟମ ଲାଗୁ ହେବା ପରେ ଏହା ପୂର୍ବ ବ୍ରିଟିଶ କଲୋନୀ ପ୍ରତି ନିଜର କର୍ତ୍ତବ୍ୟ ପାଳନ ଜାରି ରଖିବା ଉପରେ ଗୁରୁତ୍ବ ଦେଇଥିଲା।

ତେବେ ହଂକଂର ଯୋଗ୍ୟ ବ୍ୟକ୍ତିମାନେ ବର୍ତ୍ତମାନ ବିନା ଭିସାରେ ଛଅ ମାସ ପାଇଁ ବ୍ରିଟେନ ଆସିପାରିବେ । ନିୟମ ପରିବର୍ତ୍ତନ ସହିତ ସେମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶରେ ରହି କାର୍ଯ୍ୟ କରିବାର ଅଧିକାର ପାଇବେ। ଏହାପରେ ସେମାନଙ୍କୁ ରହିବା ଏବଂ ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଅନୁମତି ଦିଆଯିବ । ଯୋଗ୍ୟ ବ୍ୟକ୍ତିମାନେ ଯେକୌଣସି ଦକ୍ଷତା ସ୍ତରରେ ଏବଂ ବେତନ ସୀମା ବିନା ବ୍ରିଟିଶ ଚାକିରୀ ବଜାରକୁ ପ୍ରବେଶ କରିପାରିବେ । କିନ୍ତୁ ସାର୍ବଜନିନ ପାଣ୍ଠି ପାଇପାରିବେ ନାହିଁ ।

ପ୍ରକାଶ ଥାଉକି, ବ୍ରିଟେନ 1997 ଜୁଲାଇ 1 ‘ୱାନ କଣ୍ଟ୍ରି, ଟୁ ସିଷ୍ଟମ ଆଧାରରେ ହଂକଂକୁ ଚାଇନା ହାତକୁ ଟେକି ଦେଇଥିଲା । ନୂଆ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅଧିନରେ ହଂକଂର 23 ତମ ବାର୍ଷିକୀ ପୂର୍ବରୁ ଚୀନ ଏକ ସ୍ୱତନ୍ତ୍ର ପ୍ରଶାସନିକ ଦେଶ ପାଲଟିଛି । ବେଜିଂ କହିଛି ଯେ, ହଂକଂ ବାସିନ୍ଦାଙ୍କୁ ଆଶ୍ରୟ ଦେବା ପାଇଁ ବ୍ରିଟେନର ପଦକ୍ଷେପ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ ସୃଷ୍ଟି କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.