ETV Bharat / international

90 ମିନିଟରେ ହେବ କୋରୋନା ଟେଷ୍ଟ, ପଢନ୍ତୁ କେଉଁଠି ?

author img

By

Published : Aug 3, 2020, 5:53 PM IST

90 ମିନିଟ୍‌ ରେ ହେବ କୋରୋନା ଟେଷ୍ଟ । ଏନେଇ ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶ ଦୁଇଟି ନୂତନ ପରୀକ୍ଷା ଆରମ୍ଭ କରିବ । ଯାହା ହସ୍ପିଟାଲ୍, କେୟାର ହାଉସ୍ ଏବଂ ଲାବୋରେଟୋରୀରେ 90 ମିନିଟରେ କୋରୋନା ଟେଷ୍ଟ କରିପାରିବ ।

90 ମିନିଟ୍‌ ରେ ହେବ କୋରୋନା ଟେଷ୍ଟ, ପଢନ୍ତୁ କେଉଁଠି ?

ଲଣ୍ଡନ: 90 ମିନିଟ୍‌ ରେ ହେବ କୋରୋନା ଟେଷ୍ଟ । ଏନେଇ ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶ ଦୁଇଟି ନୂତନ ପରୀକ୍ଷା ଆରମ୍ଭ କରିବ । ଯାହା ହସ୍ପିଟାଲ୍, କେୟାର ହାଉସ୍ ଏବଂ ଲାବୋରେଟୋରୀରେ 90 ମିନିଟରେ କୋରୋନା ଟେଷ୍ଟ କରିପାରିବ ।

ସ୍ୱାସ୍ଥ୍ୟ ବିଭାଗ ରବିବାର କହିଛି ଯେ ସ୍ୱାବ ଏବଂ ଡିଏନଏ ପରୀକ୍ଷା ଶୀତ ଦିନେ ଏହାର ମୁକାବିଲା କରିବାରେ ସାହାଯ୍ୟ କରିବ । ଯାହାକି କ୍ଲିନିକ, ଏନଏଚଏସ ଟେଷ୍ଟ ଏବଂ ଟ୍ରେସକୁ କୋଭିଡ-19 ମଧ୍ୟରେ ପାର୍ଥକ୍ୟ କରିବାରେ ସକ୍ଷମ ହେବ । ଆସନ୍ତା ସପ୍ତାହରୁ ପ୍ରାୟ ଅଢେଇ ଲକ୍ଷ ନୂତନ ଲାମପୋର ସ୍ୱାବ ପରୀକ୍ଷା ଉପଲବ୍ଧ ହେବ ।

ଅକ୍ସଫୋର୍ଡ ନାନୋପୋର ଦ୍ୱାରା ଯୋଗାଯାଇଥିବା ଲକ୍ଷ ଲକ୍ଷ ଅଧିକ ପରୀକ୍ଷା ବର୍ଷ ଶେଷରେ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, ଲଣ୍ଡନର 8 ଟି ଡାକ୍ତରଖାନାରେ ବ୍ୟବହାର ହୋଇସାରିଥିବା ଏବଂ ସ୍ୱାବକୁ ବିଶ୍ଳେଷଣ କରିପାରୁଥିବା ହଜାର ହଜାର ଡିଏନଏ ଟେଷ୍ଟ ମେସିନ ସେପ୍ଟେମ୍ବରରୁ ଏନଏଚଏସ ଡାକ୍ତରଖାନା ଗୁଡ଼ିକରେ ଲଗାଯିବ । DnaNudge ଦ୍ୱାରା ଯୋଗାଯାଇଥିବା ପ୍ରାୟ 5000 ମେସିନ୍ ଆସନ୍ତା ମାସରେ 5.8 ନିୟୁତ ପରୀକ୍ଷା ପ୍ରଦାନ କରିବ ବୋଲି ବିଭାଗ କହିଛି ।

ତେବେ ଏକ ରିପୋର୍ଟରେ କୁହାଯାଇଛି ଯେ, ଲକ୍ଷ ଲକ୍ଷ କୋରୋନା ଟେଷ୍ଟ 90 ମିନିଟ ମଧ୍ୟରେ ଅନ-ସ୍ପଟ୍ ଫଳାଫଳ ପ୍ରଦାନ କରିବ । ଯାହା ଶୀଘ୍ର ସଂକ୍ରମଣକୁ ବ୍ୟାପିବାରେ ରୋକିବାକୁ ସାହାଯ୍ୟ କରିବ । ଏହି ପରୀକ୍ଷା ଫ୍ଲୁ ଚିହ୍ନଟ କରିବା ସହିତ ଶୀତ ଦିନେ ଏହା ଅତ୍ୟନ୍ତ ଲାଭଦାୟକ ହେବ । ତେଣୁ ରୋଗୀମାନେ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ଉପଯୁକ୍ତ ପରାମର୍ଶ ଅନୁସରଣ କରିପାରିବେ ବୋଲି ସେ କହିଛନ୍ତି ।

ଏବେ ସୁଦ୍ଧା ବ୍ରିଟେନରେ ମୋଟ 306,317 କୋଭିଡ-19 ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 46,286 ଜଣଙ୍କ ମୃତ୍ୟୁ ଘଟିଛି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.