ETV Bharat / international

ସମସ୍ତ ପ୍ରକାର ବିଦେଶ ଯାତ୍ରା ପାଇଁ ୟୁକେରେ ହେବ ନିୟମ କୋହଳ - ୟୁକେରେ ବିଦେଶ ଯାତ୍ରା ଉପରେ କଟକଣା କୋହଳ

ପୂର୍ବରୁ କେବଳ ଜରୁରୀ କାର୍ଯ୍ୟ ପାଇଁ ବିମାନ ସେବା ଉପଲବ୍ଧ ରହିଥିବା ବେଳେ ବିଦେଶ ଯାତ୍ରା ପାଇଁ ମଧ୍ୟ ଅନୁମତି ରହିଥିଲା । ହେଲେ ଜୁଲାଇ 6ରୁ ଜରୁରୀ କାର୍ଯ୍ୟ ଛଡା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ବିଦେଶ ଯାତ୍ରାକୁ ଅନୁମତି ମିଳିବା ପାଇଁ ସ୍ପଷ୍ଟ କରିଛନ୍ତି ବିଭାଗୀୟ ଅଧିକାରୀ ।

flight service in uk, overseas travel to european countries, uk to ease restrictions on overseas travel, corona situation in uk, ୟୁକେରେ ବିମାନ ସେବା, ୟୁରୋପିଆନ ଦେଶକୁ ବିଦେଶ ଯାତ୍ରା, ୟୁକେରେ ବିଦେଶ ଯାତ୍ରା ଉପରେ କଟକଣା କୋହଳ, ୟୁକେରେ କୋରୋନା ସ୍ଥିତି
ସମସ୍ତ ପ୍ରକାର ବିଦେଶ ଯାତ୍ରା ପାଇଁ ୟୁକେରେ ହେବ ନିୟମ କୋହଳ
author img

By

Published : Jun 28, 2020, 12:08 PM IST

ଲଣ୍ଡନ: ଖୁବଶୀଘ୍ର ୟୁକେରେ କୋହଳ ହେବାକୁ ଯାଉଛି ବିଦେଶ ଯାତ୍ରା ନେଇ ଲାଗୁ ହୋଇଥିବା ଅନେକ କଟକଣା । ପୂର୍ବରୁ କେବଳ ଜରୁରୀ କାର୍ଯ୍ୟ ପାଇଁ ବିମାନ ସେବା ଉପଲବ୍ଧ ରହିଥିବା ବେଳେ ବିଦେଶ ଯାତ୍ରା ପାଇଁ ମଧ୍ୟ ଅନୁମତି ରହିଥିଲା । ହେଲେ ଜୁଲାଇ 6ରୁ ଜରୁରୀ କାର୍ଯ୍ୟ ଛଡା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ବିଦେଶ ଯାତ୍ରାକୁ ଅନୁମତି ମିଳିବା ପାଇଁ ସ୍ପଷ୍ଟ କରିଛନ୍ତି ବିଭାଗୀୟ ଅଧିକାରୀ ।

ତେଣୁ ଆଗାମୀ ଦିନରେ ଛୁଟି ବିତାଇବା ପାଇଁ ମଧ୍ୟ ଚାହିଁଲେ ପର୍ଯ୍ୟଟକମାନେ ୟୁକେ ଆସିପାରିବେ । ଏଥିପାଇଁ ସେମାନଙ୍କୁ 14 ଦିନିଆ କ୍ବାରେଣ୍ଟାଇନରେ ମଧ୍ୟ ରହିବାକୁ ହେବ ନାହିଁ ବୋଲି ବୋଲି ସ୍ପଷ୍ଟ କରାଯାଇଛି । ତେବେ ଏହି ନିୟମ ସ୍ପେନ, ଫ୍ରାନ୍ସ, ଗ୍ରୀସ, ଇଟୀଲୀ, ନେଦରଲାଣ୍ଡ, ଫିନଲାଣ୍ଡ, ବେଲଜିୟମ, ତୁର୍କୀ, ଜର୍ମାନୀ ଓ ନରୱେ ପାଇଁ ଲାଗୁ ହେବ । ହେଲେ ଏଥିରୁ ପର୍ତ୍ତୁଗାଲ ଓ ସ୍ବିଡେନକୁ ବାଦ ଦିଆଯିବା ନେଇ ଜଣା ପଡିଛି । ଏନେଇ ଆଗାମୀ ସପ୍ତାହରେ ଏକ ତାଲିକା ଘୋଷଣା କରାଯିବ ।

ସରକାରୀ ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ଏହି ନୂଆ ନିୟମ ଦ୍ବାରା ପର୍ଯ୍ୟଟକଙ୍କୁ ଖରା ଛୁଟିରେ ବିଦେଶ ଭ୍ରମଣ କରିବାର ସୁଯୋଗ ଦିଆଯିବ । ଅନେକ ଏଥିପାଇଁ ପୂର୍ବରୁ ଯୋଜନା କରିଥିବା ବେଳେ ଲକଡାଉନ ପାଇଁ ଯୋଜନାରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ । ହେଲେ ଲକଡାଉନ ପରି ସମୟ ସପରିବାର ସମୟ ବିତାଇବାର ସର୍ବୋକୃଷ୍ଟ ସମୟ ହୋଇଥିବାରୁ ଏହି ସୁଯୋଗ ସେମାନେ ହାତଛଡା କରିବା କଥା ନୁହେଁ । ହେଲେ ଯଦି ସଂକ୍ରମଣର ମାତ୍ରା ପୁଣି ବଢେ କିମ୍ବା କେତେକ ସ୍ଥିତିରେ ବ୍ୟତିକ୍ରମ ହୁଏ ତେବେ ସରକାର ପୁଣି କଟକଣା କଡାକଡି କରିପାରିବେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.