ETV Bharat / international

କୋରୋନା ନୂଆ ଷ୍ଟ୍ରେନର ଆତଙ୍କ; ପୁଣି ସମ୍ପୂର୍ଣ୍ଣ ଲକଡାଉନରେ ବ୍ରିଟେନ - lockdown in england

ବ୍ରିଟେନରେ ଦ୍ରୁତଗତି ବୃଦ୍ଧି ପାଉଛି କୋରୋନା ନୂଆ ଷ୍ଟ୍ରେନର ସଂକ୍ରମଣ । ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା ଲାଗୁ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପୁଣି ସମ୍ପୂର୍ଣ୍ଣ ଲକଡାଉନରେ ବ୍ରିଟେନ
ପୁଣି ସମ୍ପୂର୍ଣ୍ଣ ଲକଡାଉନରେ ବ୍ରିଟେନ
author img

By

Published : Jan 5, 2021, 11:11 AM IST

ଲଣ୍ଡନ: ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନର ଆତଙ୍କ । ଦ୍ରୁତଗତି ବୃଦ୍ଧି ପାଉଛି ସଂକ୍ରମଣ । ଯାହାକୁ ନଜରରେ ରଖି ଫେବୃୟାରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଲାଗୁ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସଂକ୍ରମଣ ଠାରୁ ଦୂରେଇ ରହିବାକୁ ସେ ସମସ୍ତଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି ।

ସୋମବାର ଦେଶକୁ ସମ୍ବୋଧିତ କରି ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି , ଦ୍ରୁତ ଗତିରେ ବ୍ୟାପୁଥିବା ସଂକ୍ରମଣ ବିରୁଦ୍ଧରେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିଛନ୍ତି । 2020 ମାର୍ଚ୍ଚ ମାସ ପରି ଏଥର ମଧ୍ୟ କଟକଣାକୁ କଡାକଡି କରାଯାଇଛି । ମଙ୍ଗଳବାର ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟରେ ଅନଲାଇନ ପାଠ୍ୟକ୍ରମ ଆରମ୍ଭ ହେବ । ଲକଡାଉନ ଘୋଷଣା ସହ ଲୋକଙ୍କ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯିବ । ସଂକ୍ରମଣ ବଢିଚାଲିଛି ତେଣୁ ଆଗକୁ ଆହୁରି ସଂଘର୍ଷ କରିବାକୁ ହେବ ସେ କହିଥିଲେ ।

କେବଳ ଜରୁରୀ କାମରେ ଲୋକେ ବାହାରିପାରିବେ । ଆବଶ୍ୟକ ନ ଥିଲେ ଘରେ ରହିବାକୁ ପରାମର୍ଶ ଦେଇଛି ବ୍ରିଟେନ ପ୍ରଧାନମନ୍ତ୍ରୀ । ବ୍ରିଟେନରେ କ୍ଷୀପ୍ର ଗତିରେ କୋରୋନାର ନୂଆ ଷ୍ଟ୍ରେନ ସଂକ୍ରମଣ ବ୍ୟାପୁଥିବାବେଳେ ଗତ 24 ଘଣ୍ଟାରେ 80 ହଜାରରୁ ଅଧିକ ସଂକ୍ରମିତ ହୋଇସାରିଲେଣି । ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ପ୍ରାୟ 27,000 କୁ ବୃଦ୍ଧି ପାଇଛି, ଯାହା ଏପ୍ରିଲ 2020 ତୁଳନାରେ ଅଧିକ ।

ସୂଚନାଯୋଗ୍ୟ, କୋରୋନା ଭାଇରସର ଏହି ନୂଆ ରୂପ ପୂର୍ବ ଭୂତାଣୁ ଅପେକ୍ଷା ଅଧିକ ତ୍ରୀବଗତିରେ ବ୍ୟାପୁଛି । ଏହି ନୂଆ ଷ୍ଟ୍ରେନ ମୂଳ ଭାଇରସ ଅପେକ୍ଷା 70 ପ୍ରତିଶତ ଅଧିକ ସଂକ୍ରମିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.