ETV Bharat / international

ସଂକ୍ରମଣ ପାଇଁ କମିଲା ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଅବଧି

author img

By

Published : Apr 15, 2021, 7:54 AM IST

ସଂକ୍ରମଣ ପାଇଁ କମିଲା ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଅବଧି । ଆସନ୍ତା 26ରେ ଭାରତ ଆସିବାର ରହିଛି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

UK PM Boris Johnson to shorten India trip due to pandemic
ସଂକ୍ରମଣ ପାଇଁ କମିଲା ବିଟ୍ରିସ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଅବଧି

ଲଣ୍ତନ: କୋରୋନା ପାଇଁ କମିଲା ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଅବଧି । ଆସନ୍ତା 26 ସେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ୟୁରୋପୀୟ ୟୁନିଅନ ପରେ ଭାରତ ସହ ଏକ ନୂତନ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଥାନ୍ତା । ଯାହା ଉଭୟ ଦେଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଆମେରିକା ପରେ ବ୍ରିଟେନ ଦ୍ୱିତୀୟ ବୃହତ୍ତମ ନିବେଶକ । ସେ ତାଙ୍କ ଗସ୍ତ କାଳରେ ନୂଆଦିଲ୍ଲୀ ବ୍ୟତୀତ ମୁମ୍ବାଇ, ପୁଣେ, ବେଙ୍ଗାଲୁରୁ ଓ ଚେନ୍ନାଇ ପରିଦର୍ଶନ କରିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି । ଲଣ୍ଡନର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଭାରତ ସରକାରଙ୍କ ସହ ଉଚିତ ପରାମର୍ଶ ପରେ ଏହି ଗସ୍ତର ଅବଧିକୁ କମାଇ ଦିଆଯାଇଛି ।

ମହାମାରୀ କାଳରେ ଭାରତ ବିଭିନ୍ନ ଦେଶକୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ରପ୍ତାନୀ କରିବାରେ ସ୍ବତନ୍ତ୍ର ସ୍ଥାନ ରହିଛି । କିନ୍ତୁ ବର୍ତ୍ତମାନ ଟିକା ରପ୍ତାନି ବ୍ରିଟେନ ସମେତ ପ୍ରାୟ 190ଟି ସ୍ଥଗିତ ରହିବ ବୋଲି ଆଶଙ୍କା କରାଯାଉଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ଅକ୍ସଫୋର୍ଡ ଭ୍ୟାକସିନ ଗ୍ରୃପ ଓ ପାରା ମାଚ୍ୟୁଆଲ କମ୍ପାନୀ ଦ୍ବାରା ଉତ୍ପାଦିତ ହୋଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଡ ଟିକାକୁ କୋଭିଶିଲ୍ଡ କୁହାଯାଏ । ଏହା ଭାରତରେ ଉତ୍ପାଦିତ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକାର ସ୍ଥାନୀୟ ସଂସ୍କରଣ | ତେବେ ମହାମାରୀର ଦ୍ୱିତୀୟ ଲହରରେ ଦେଶରେ ଜାରି ରହି ଥିବାରୁ ଭାରତରେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟିକା ଉତ୍ପାଦନ ବଢାଇବାକୁ ଦାବି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.