ETV Bharat / international

କଟକଣା କୋହଳ ସହ ଇଂଲଣ୍ଡରେ ଖୋଲିଲା ପବ୍‌, ରେସ୍ତୋରାଁ ଓ ସ୍ପା

author img

By

Published : Jul 5, 2020, 2:22 AM IST

ତିନି ମାସ ପରେ ଇଂଲଣ୍ଡରେ ପୁଣି ଖୋଲିଛି ବାର୍‌, ପବ୍‌, ରେସ୍ତୋରାଁ ଓ ସ୍ପାର ଦ୍ବାର । କୋରୋନା ପରିସ୍ଥିତିରେ ସାମାନ୍ୟ ସୁଧାର ପରେ ଶନିବାର ଏହି ସବୁ ସେବା ଦେଶରେ ପୁଣି ଆରମ୍ଭ ହୋଇଛି । ଏପରିକି ସିନେମା ହଲ ଆଦି ମଧ୍ୟ ପୁଣି ଖୋଲିଥିବା ଜଣା ପଡିଛି ।

corona restriction in england, social distancing in england, corona effect in england, corona update in england, corona restriction eases in england, ଇଂଲଣ୍ଡରେ କୋରୋନା କଟକଣା, ଇଂଲଣ୍ଡରେ ସାମାଜିକ ଦୂରତା, ଇଂଲଣ୍ଡରେ କୋରୋନା ପ୍ରଭାବ, ଇଂଲଣ୍ଡରେ କୋରୋନା ଅପଡେଟ, ଇଂଲଣ୍ଡରେ କୋରୋନା କଟକଣା କୋହଳ
କଟକଣା କୋହଳ ସହ ଇଂଲଣ୍ଡରେ ଖୋଲିଲା ପବ୍‌, ରେସ୍ତୋରାଁ ଓ ସ୍ପା

ଲଣ୍ଡନ: ତିନି ମାସ ପରେ ଇଂଲଣ୍ଡରେ ପୁଣି ଖୋଲିଛି ବାର୍‌, ପବ୍‌, ରେସ୍ତୋରାଁ ଓ ସ୍ପାର ଦ୍ବାର । କୋରୋନା ଜନିତ ସ୍ଥିତିରେ ସାମାନ୍ୟ ସୁଧାର ପରେ ଶନିବାର ଏହି ସବୁ ସେବା ଦେଶରେ ପୁଣି ଆରମ୍ଭ ହୋଇଛି । ଏପରିକି ସିନେମା ହଲ ଆଦି ମଧ୍ୟ ପୁଣି ଖୋଲିଥିବା ଜଣା ପଡିଛି । କେତେକ ସେଲୁନ ଓ ସ୍ପାରେ ଭୋରୁ ଭୋରୁ ଗ୍ରାହକଙ୍କ ଭିଡ ଜମିଥିବା ବେଳେ ଅନ୍ୟପଟେ ବାର୍‌ ଓ ପବ୍‌ରେ ସକାଳ 6ଟା ଯାଏଁ ଅପେକ୍ଷା କରିବାକୁ ପଡିଥିଲା ।

ଏଥିସହ ଦେଶରେ ଆଉଟଡୋର ଜିମ୍‌, ପିଲାମାନଙ୍କ ପାଇଁ ଖେଳ ପଡିଆ, ଲାଇବ୍ରେରୀ, କମ୍ୟୁନିଟି ସେଣ୍ଟର, ବିଙ୍ଗୋ ହଲ, ସଂଗ୍ରହାଳୟ, ଗ୍ୟାଲେରୀ, ଥିମ ପାର୍କ, ଆମ୍ୟୁଜମେଣ୍ଟ ଆର୍କେଡ, ଆଉଟଡୋର ସ୍କେଟିଂ ରିଙ୍କ, ସୋସିଆଲ କ୍ଲବ ଓ ମଡର୍ଣ୍ଣଭିଲେଜ ଆଦି ମଧ୍ୟ ଖୋଲିଛି । ସେହିପରି ଧାର୍ମିକ ସ୍ଥଳୀ ସମେତ ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ବର୍ତ୍ତମାନ କେବଳ 30 ଜଣ ଅତିଥିଙ୍କ ପାଇଁ ଅନୁମତି ରହିଛି ।

ତେବେ ଦେଶରେ ନିୟମ କୋହଳ ହେବା ସହ ଲୋକଙ୍କ ଅଧିକ ଦାୟିତ୍ବବାନ ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରକାଶ କରିଛନ୍ତି । ଏଥିସହ ନାଗରିକଙ୍କୁ ଅତିକମ୍‌ରେ 2 ମିଟରର ସାମାଜିକ ଦୂରତା ବଜାୟ ରଖିବା ପାଇଁ ବୋରିସ ପରାମର୍ଶ ଦେଇଛନ୍ତି । ସେପଟେ ଆୟରଲାଣ୍ଡରେ ଜୁଲାଇ 10 ପରେ ରେସ୍ତୋରାଁ ଆଦି ଖୋଲିବାକୁ ଥିବା ବେଳେ ସ୍କଟଲାଣ୍ଡରେ ଜୁଲାଇ 6 ପରେ ସ୍ଥିତି ସ୍ବାଭାବିକ ହେବା ନେଇ ସୂଚନା ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.