ETV Bharat / international

ୟୁକେରେ ପବ୍‌ ଓ ବାର ବାହାରେ ଧୂମ୍ରପାନ ଉପରେ ଲାଗିଲା ପ୍ରତିବନ୍ଧକ - ୟୁକେ ଲାଟେଷ୍ଟ ନ୍ୟୁଜ୍‌

ଗୋଟିଏ ପରେ ଗୋଟିଏ ବ୍ୟବସାୟ ସ୍ବାଭାବିକ ହେବାରେ ଲାଗିଥିବା ବେଳେ ପବ୍‌, ବାର୍‌, ରେସ୍ତୋରାଁ ଓ କ୍ୟାଫେ ଆଦି ମଧ୍ୟ ଚଳିତ ମାସ ପ୍ରଥମ ସପ୍ତାହରେ ଖୋଲିଛି । ହେଲେ ଏବେ ଏହି ସବୁ ସ୍ଥାନ ବାହାରେ ଧୂମ୍ରପାନ ନିଷେଧ ନେଇ ବିଚାର କରିଛି ୟୁକେ କାଉନସିଲ ।

corona situation in uk, uk latest news, corona management in uk, smoking ban in uk, ୟୁକେରେ କୋରୋନା ସ୍ଥିତି, ୟୁକେରେ କୋରୋନା ନିୟନ୍ତ୍ରଣ, ୟୁକେ ଲାଟେଷ୍ଟ ନ୍ୟୁଜ୍‌, ୟୁକେରେ ଧୂମ୍ରପାନ ଉପରେ ବ୍ୟାନ
ୟୁକେରେ ପବ୍‌ ଓ ବାର ବାହାରେ ଧୂମ୍ରପାନ ଉପରେ ଲାଗିଲା ପ୍ରତିବନ୍ଧକ
author img

By

Published : Jul 19, 2020, 10:40 PM IST

ଲଣ୍ଡନ: କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ପରେ ଧିରେ ଧିରେ ସ୍ବାଭାବିକ ହେବାରେ ଇଂଲଣ୍ଡ । ଗୋଟିଏ ପରେ ଗୋଟିଏ ବ୍ୟବସାୟ ସ୍ବାଭାବିକ ହେବାରେ ଲାଗିଥିବା ବେଳେ ପବ୍‌, ବାର୍‌, ରେସ୍ତୋରାଁ ଓ କ୍ୟାଫେ ଆଦି ମଧ୍ୟ ଚଳିତ ମାସ ପ୍ରଥମ ସପ୍ତାହରେ ଖୋଲିଛି । ହେଲେ ଏବେ ଏହି ସବୁ ସ୍ଥାନ ବାହାରେ ଧୂମ୍ରପାନ ନିଷେଧ ନେଇ ବିଚାର କରିଛି ୟୁକେ କାଉନସିଲ । ଏହାଦ୍ବାରା କୋରୋନା ମହାମାରୀ ଭଳି ପରିସ୍ଥିତିରେ ଏହି ସାର୍ବଜନୀନ ସ୍ଥାନରେ ପରିବାରିକ ମାହୋଲ ସୃଷ୍ଟି କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ ଇଂଲଣ୍ଡ କାଉନସିଲର ପ୍ରତିନିଧିତ୍ବ କରୁଥିବା ଆଞ୍ଚଳିକ ସରକାରୀ ସଂସ୍ଥା(ଏଲଜିଏ) ବର୍ତ୍ତମାନ ଦେଶରେ ବିଭିନ୍ନ ବ୍ୟବସାୟକୁ ସହାୟତା ପାଇଁ ଏକ ବିଲ ପ୍ରସ୍ତୁତ କରୁଛି । ଏହି ବିଲ୍‌ ଦ୍ବାରା କେବଳ ଗୋଟିଏ ସର୍ତ୍ତରେ କାଉନସିଲ ଦ୍ବାରା ପ୍ରସ୍ତୁତ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯିବ । ସେହି ସର୍ତ୍ତଟି ହେଉଛି ସମ୍ପୃକ୍ତ ଅଞ୍ଚଳଗୁଡିକରେ ଧୂମ୍ରପାନ ବର୍ଜନ କରାଇବା । ଏନେଇ ଶନିବାର କାଉନସିଲ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିଥିଲା । ଏହି ଘୋଷଣା ଅନୁଯାୟୀ ଦେଶରେ ଅନେକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ସାର୍ବଜନୀନ ସ୍ଥାନରେ କିପରି ଧୂମ୍ରପାନ ନ ହେବ ସେନେଇ କଡାକଡି ପଦକ୍ଷେପ ଗ୍ରହଣ କରାଯିବ ।

ଏନେଇ କାଉନସିଲର ପୈଲେଟ ହାମିଲଟନଙ୍କ କହିବା ଅନୁଯାୟୀ ଏହି ନିୟମକୁ କଡାକଡି ପାଳନ କରାଗଲେ ଆଗାମୀ ଗ୍ରୀଷ୍ମ ଋତୁକୁ ପ୍ରତ୍ୟେକ ଦେଶବାସୀ ଉପଭୋଗ କରିପାରିବେ । ଏନେଇ ପେଭମେଣ୍ଟ ଲାଇସେନ୍ସିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଏହାଦ୍ବାରା ଧୂମ୍ରପାନ ଓ ସେକେଣ୍ଡ-ହ୍ୟାଣ୍ଡ ଧୂମ୍ରପାନରୁ ହେବାକୁ ଥିବା ମାରାତ୍ମକ ପ୍ରଭାବକୁ ରୋକାଯାଇପାରିବ ବୋଲି ଆଶା ରହିଛି । ହେଲେ ଏହାର ପ୍ରତିକ୍ରିୟାରେ ହାଉସିଂ ମନ୍ତ୍ରଣାଳୟର ଜନୈକ ମୁଖପାତ୍ର କହିଛନ୍ତି କି ବାର୍‌ ଓ ପବ୍‌ ବାହାରେ ଧୂମ୍ରପାନକୁ ବ୍ୟାନ କରାଯାଇନପାରେ ।

ଏହା ପଛରେ କାରଣ ହେଉଛି ଦୀର୍ଘ ଦିନ ଧରି ବ୍ୟବସାୟ ବନ୍ଦ ପଡି ରହିଥିବାରୁ ଅନେକ ବ୍ୟବସାୟୀ ଆଉଟଡୋର ବ୍ୟବସାୟରେ ଭାରି ମାତ୍ରାର ପୁଞ୍ଜି ବିନିଯୋଗ କରିଛନ୍ତି । ଏଥିରେ ଆଉଟଡୋର ସ୍ମୋକିଂ ମଧ୍ୟ ସାମିଲ ରହିଛି । ତେଣୁ ଏହାକୁ ବ୍ୟାନ କରାଗଲେ ବ୍ୟବସାୟୀମାନେ ବିଶେଷ ଭାବରେ ପ୍ରଭାବିତ ହେବେ ବୋଲି ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.