ଲଣ୍ଡନ: ସ୍ପୁଟନିକ ଲାଇଟ ପରେ ଏବେ ଆସିଲା ଜନସନ ଆଣ୍ଡ୍ ଜନସନର ସିଙ୍ଗଲ ସ୍ଲଟ ଭ୍ୟାକ୍ସିନ । ଜନସନ ଆଣ୍ଡ୍ ଜନସନର ସିଙ୍ଗଲ ସ୍ଲଟ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି ବ୍ରିଟେନ ସରକାର । ୟୁକେ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହ୍ୟାଙ୍କୋକ କହିଛନ୍ତି ଏହି ନିଷ୍ପତ୍ତି ଯୋଗୁଁ ୟୁକେର ସଫଳ କୋରୋନା ଟୀକାକରଣ କାର୍ଯ୍ୟକ୍ରମକୁ ଆହୁରି ବଳ ମିଳିବ ।
ୟୁକେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏବେ ଆମ ପାଖରେ 4ଟି ସୁରକ୍ଷିତ ଭ୍ୟାକ୍ସିନ ରହିଛି । ଯାହା ଜରିଆରେ ଲୋକଙ୍କ ଟୀକାକରଣ କରାଯିବ । ସରକାରଙ୍କ କହିବା ଅନୁଯାୟୀ ଆଗାମୀ ମାସରେ ସିଙ୍ଗଲ ଡୋଜ ଭ୍ୟାକ୍ସିନ କାରଣରୁ ଟୀକାକରଣରେ ବଡ ପରିବର୍ତ୍ତନ ଆସିବ ।
ବ୍ରିଟେନ ଏହି ଟିକାର 2 କୋଟି ଡୋଜ ଅର୍ଡର କରିଛି। ଆମେରିକାରେ ଟ୍ରାଏଲ ସମୟରେ ଜନସନ ଆଣ୍ଡ ଜନସନଙ୍କ ଟିକା ସାମାନ୍ୟ ଏବଂ ଗୁରୁତର କରୋନା ସଂକ୍ରମଣକୁ ରୋକିବାରେ 72 ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି। ବ୍ରିଟେନ ଏପର୍ଯ୍ୟନ୍ତ 6.2 କୋଟି ଟିକା ଡୋଜ ଟୀକାକରଣ କରିସାରିଛି । ଅଧିକାଂଶ ଟିକା ଡୋଜ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଏବଂ ଫାଇଜର ଟିକା ଅଟେ । ଏହା ସହିତ ମୋଡର୍ନାଙ୍କ ଟିକାକୁ ମଧ୍ୟ ଅନୁମତି ଦିଆଯାଇଛି।