ମସ୍କୋ: କୋରୋନା ଭାଇରସର ବିପଦ ସାମ୍ନାରେ ଦୁନିଆର ସବୁଠୁ ବଡ ଦେଶ ଅସହାୟ ଦେଖାଯାଉଛନ୍ତି । ଆମେରିକା ପରେ ଋଷରେ କୋରୋନା ମହାମାରୀ ଚରମ ସୀମାରେ ପହଞ୍ଚିଛି । ଋଷରେ ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ ହେବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ, ଋଷରେ 99 ହଜାର 399 ଜଣ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଋଷରେ 5 ହଜାର 841ଟି ନୂଆ ମାମଲା ସାମ୍ନାକୁ ଆସିଛି ।
ସେହିପରି, ଗତ 24 ଘଣ୍ଟା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଋଷରେ କୋରୋନା ଭାଇରସ ଯୋଗୁଁ 972 ଜଣଙ୍କର ମୃତ୍ୟୁ ଘଟିଛି । କୋରୋନା ସଂକ୍ରମଣରେ ଋଷ ବିଶ୍ୱର ଅଷ୍ଟମ ଦେଶ ଅଟେ । ଋଷରେ ହଜାର ହଜାର କୋରୋନା ସଂକ୍ରମଣର କ୍ରମାଗତ ଭାବରେ ରିପୋର୍ଟ କରାଯାଉଛି । ଯେଉଁଥିପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ 11 ମଇ ପର୍ଯ୍ୟନ୍ତ ଲକଡାଉନ୍ ଜାରି କରିବାକୁ କହିଥିଲେ।
ମଙ୍ଗଳବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚେତାବନୀ ଦେଇଛନ୍ତି ଯେ, କୋରୋନା ସଂକ୍ରମଣର ଚରମ ସ୍ଥିତି ଏପର୍ଯ୍ୟନ୍ତ ରୁଷିଆରେ ଆସିନାହିଁ । ସେ କହିଛନ୍ତି ଯେ, ଏହା ସତ ଯେ ଦେଶରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଏନେଇ ପୁତିନ୍ 11 ମେ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ କହିଛନ୍ତି । ସେହପରି ଅର୍ଥନୀତିକୁ ମଜବୁତ କରିବା ପାଇଁ ଆବଶ୍ୟକ ରିଲିଫ୍ ପ୍ୟାକେଜ୍ ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଇଛି ।
ପୁତିନ କହିଛନ୍ତି ଯେ, ଯଦିଓ ଦେଶରେ ଅତ୍ୟଧିକ ମାତ୍ରାରେ ଡାକ୍ତରୀ ଉପକରଣ, ପିପିଇ କିଟ ଏବଂ ମାସ୍କ ଓ ଗ୍ଲୋଭସ୍ ବହୁ ପରିମାଣରେ ତିଆରି କରାଯାଉଛି, ତଥାପି ଅଭାବ ଜାରି ରହିଛି । ଋଷରେ ଦିନକୁ ଦିନ ବଢୁଥିବା କୋରୋନା ମାମଲାରେ ପୁତିନ କହିଛନ୍ତି, ଗୋଟିଏ ଦିନରେ ଦେଢ ଲକ୍ଷ କୋଭିଡ-19 ପରୀକ୍ଷା କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଋଷରେ 3 ମିଲିୟନରୁ ଅଧିକ କୋରୋନା ପରୀକ୍ଷା କରାଯାଇଛି । ତେବେ ଋଷରେ କୋରୋନା ପରୀକ୍ଷା ଫଳାଫଳର ବାସ୍ତବତା ଏବଂ ସଠିକତା ଉପରେ ସନ୍ଦେହ ସୃଷ୍ଟି ହେଉଛି ।