ETV Bharat / international

ଇଂଲଣ୍ଡ ରାସ୍ତାରୁ ହଟିଲା ‘ବ୍ଲାକ ଲାଇଭ୍ସ ମ୍ୟାଟର’ ପ୍ରତିମୂର୍ତ୍ତୀ

author img

By

Published : Jul 16, 2020, 7:31 PM IST

ଇଂଲଣ୍ଡର ବ୍ରିଷ୍ଟଲ ସହରରେ କୋଲଷ୍ଟନଙ୍କ ପ୍ରତିମୂର୍ତ୍ତୀ ବଦଳରେ ସ୍ଥାପିତ ହୋଇଥିଲା ବ୍ଲାକ ଲାଇଭ୍ସ ମ୍ୟାଟର ପ୍ରତିମୂର୍ତ୍ତୀ । ଯାହାକୁ 24 ଘଣ୍ଟା ନପୂରୁଣୁ ହଟାଇଛନ୍ତି ବ୍ରିଷ୍ଟଲ ମେୟର ମାର୍ଭିନ ରେସ । ଅଧିକ ପଢନ୍ତୁ...

black lives matter, anti racism protest in england, black lives matter statue, colston statue's replacement in bristol city, ବ୍ଲାକ ଲାଇଭ୍ସ ମ୍ୟାଟର, ଇଂଲଣ୍ଡରେ ଜାତିଆଣ ବିରୋଧୀ ଆନ୍ଦୋଳନ, ବ୍ଲାକ ଲାଇଭ୍ସ ମ୍ୟାଟର ପ୍ରତିମୂର୍ତ୍ତୀ, ବ୍ରିଷ୍ଟଲ ସହରରେ କୋଲଷ୍ଟନ ପ୍ରତିମୂର୍ତ୍ତିର ବିକଳ୍ପ
ଇଂଲଣ୍ଡ ରାସ୍ତାରୁ ହଟିଲା ‘ବ୍ଲାକ ଲାଇଭ୍ସ ମ୍ୟାଟର’ ପ୍ରତିମୂର୍ତ୍ତୀ

ଲଣ୍ଡନ: ଆମେରିକା ଓ ଇଂଲଣ୍ଡରେ ନିଆଁ ପରି ବ୍ୟାପିଥିବା ଜାତିଆଣ ବିରୋଧୀ ଆନ୍ଦୋଳନରେ ଦିନକୁ ଦିନ ଯୋଡି ହେବାରେ ଲାଗିଛି ନୂଆ ଅଧ୍ୟାୟ । ଆମେରିକାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଧିରେ ଧିରେ ଇଂଲଣ୍ଡକୁ ବ୍ୟାପିବାରେ ଲାଗିଥିଲା । ଇଂଲଣ୍ଡରେ କିଛି ଆନ୍ଦୋଳନରେ କିଛି ଅସାମାଜିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଦେଶରେ ଆନ୍ଦୋଳନର ପରିଭାଷା ପରିବର୍ତ୍ତନ କରିଥିଲା । ଫଳରେ ନଷ୍ଟ ହୋଇଥିଲା ଦେଶର ଅନେକ ଜନନାୟକଙ୍କ ପ୍ରତିମୂର୍ତ୍ତୀ ।

ଏମିତିରେ ବୁଧବାର ଦେଶର ବ୍ରିଷ୍ଟଲ ସହରରେ ଥିବା ଏଡୱାର୍ଡ କୋଲଷ୍ଟୋନଙ୍କ ପ୍ରତିମୂର୍ତ୍ତୀ ସ୍ଥାନରେ ସ୍ଥାପିତ ହୋଇଥିଲା ‘ବ୍ଲାକ ଲାଇଭ୍ସ ମ୍ୟାଟର’ର ନାୟିକା ଜେନ ରୈଡଙ୍କ ପ୍ରତିମୂର୍ତ୍ତୀ । ହେଲେ ମୂର୍ତ୍ତି ସ୍ଥାପନ ହେବାର 24 ଘଣ୍ଟା ନପୂରୁଣୁ ଏହାକୁ ହଟାଇଛନ୍ତି ବ୍ରିଷ୍ଟଲ ମେୟର ମାର୍ଭିନ ରେସ । ଯାହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତାଷ ପ୍ରକାଶ ପାଇଥିବା ଦେଖାଯାଇଛି ।

ସୂଚନା ଅନୁଯାୟୀ ଇଂଲଣ୍ଡର ବ୍ରିଷ୍ଟଲ ସହରର ମଧ୍ୟଭାଗରେ 1895 ମସିହାରୁ ସ୍ଥାପିତ ହୋଇଥିଲା ଅନୁଗାମୀଙ୍କ ବ୍ୟାପାରୀ ଏଡୱାର୍ଡ କୋଲଷ୍ଟନଙ୍କ ପ୍ରତିମୂର୍ତ୍ତୀ । ହେଲେ ତାଙ୍କର ନୀତିକୁ ବିରୋଧ କରି ଗତ ଜୁନ ମାସରେ ଜାତିଆଣ ବିରୋଧୀ ଆନ୍ଦୋଳନକାରୀମାନେ କୋଲଷ୍ଟନଙ୍କ ପ୍ରତିମୂର୍ତ୍ତୀକୁ ଯଥା ସ୍ଥାନରୁ ଖସାଇ ଆଣି ହାର୍ବର ନିକଟରେ ରଖିଥିଲେ । ପରେ ପ୍ରତିମୂର୍ତ୍ତୀକୁ ପେରୋ ବ୍ରିଜରୁ ନଦୀକୁ ଭସାଇ ଦିଆଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇ ସଂଗ୍ରହାଳୟରେ ସ୍ଥାପନ କରାଯିବା ନେଇ ଘୋଷଣା କରାଯାଇଥିଲା ।

ଘଟଣାର ଠିକ୍‌ ମାସେ ପରେ ବ୍ଲାକ ଲାଉଭ୍ସ ମ୍ୟାଟର ଆନ୍ଦୋଳନକାରୀ ଜେନଙ୍କ ପ୍ରତିମୂର୍ତ୍ତୀକୁ ବିକ୍ଷୋଭକାରୀମାନେ ସ୍ଥାପନ କରିଥିଲେ । ଏହି ପ୍ରତିମୂର୍ତ୍ତୀକୁ ‘ଶକ୍ତିର ପ୍ରେରଣା’ ନାମ ଦିଆଯାଇଥିବା ବେଳେ ଏହାକୁ ପ୍ରସ୍ତୁତ କରିଥିଲେ କାରିଗର ମାର୍ସ କ୍ବିନ । ସେପଟେ ଏହି ପ୍ରତିମୂର୍ତ୍ତୀକୁ ଆନ୍ଦୋଳନ ଚାଲିଥିବା ଯାଏଁ ଅସ୍ଥାୟୀ ଭାବେ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.