ETV Bharat / international

ଋଷର ଦାବି, 92% ପ୍ରଭାବଶାଳୀ ସ୍ପୁଟନିକ-ଭି ଭ୍ୟାକ୍ସିନ

author img

By

Published : Nov 11, 2020, 4:34 PM IST

ଅନ୍ତରୀଣ ପରୀକ୍ଷଣ ପରିଣାମ ଅନୁଯାୟୀ କୋରୋନାକୁ ପ୍ରତିହତ କରିବାରେ ସ୍ପୁଟନିକ-ଭି ଭ୍ୟାକ୍ସିନ 92 ପ୍ରିତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଋଷ । ଅଧିକ ପଢନ୍ତୁ...

ଋଷର ଦାବି, 90% ପ୍ରଭାଶାଳୀ ସ୍ପୁଟନିକ-ଭି ଭ୍ୟାକ୍ସିନ

ନୂଆଦିଲ୍ଲୀ: ସାରା ବିଶ୍ବରେ ଜାରି ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଭ୍ୟାକ୍ସିନକୁ ନେଇ ଆମେରିକା ପରେ ଋଷରୁ ଆସିଛି ବଡ ଖବର । ଅନ୍ତରୀଣ ପରୀକ୍ଷଣ ପରିଣାମ ଅନୁଯାୟୀ କୋରୋନାକୁ ପ୍ରତିହତ କରିବାରେ ସ୍ପୁଟନିକ-ଭି ଭ୍ୟାକ୍ସିନ 92 ପ୍ରିତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଋଷ ।

ମଙ୍ଗଳବାର ନିଜେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଯେ କୋରୋନା ବିରୋଧରେ ଋଷର ଦୁଇଟି ଟୀକା ପ୍ରଭାବଶାଳୀ ଏବଂ ସୁରକ୍ଷିତ । ତୃତୀୟ ଟୀକା ମଧ୍ୟ ଆସୁଛି। ଟୀକା ପ୍ରସଙ୍ଗକୁ ରାଜନୀତିକରଣ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପୁତିନ କହିଛନ୍ତି ଯେ ଋଷରେ ଆମର ଦୁଇଟି ପଞ୍ଜୀକୃତ ଟିକା ଅଛି ଏବଂ ପରୀକ୍ଷା ପୂର୍ବରୁ ନିଶ୍ଚିତ କରିସାରିଛି ଯେ ଏହି ଟୀକାଗୁଡ଼ିକ ନିରାପଦ । ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା ବେଳେ ଏହା 92 ପ୍ରତିଶତ ପ୍ରଭାବଶାଳୀ ବୋଲି ସେ ଦାବି କରିଛନ୍ତି ।

ନିକଟରେ କୋଭିଡ ଭ୍ୟାକ୍ସିନ 92 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଆମେରିକାର ଔଷଧ କମ୍ପାନୀ ଫାଇଜର । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ସେମାନଙ୍କ ଟୀକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ତଥ୍ୟ ଉପରେ ନଜର ରଖୁଥିବା ଏକ ସ୍ବତନ୍ତ୍ର ମନିଟରିଂ କମିଟି ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ ବାୟୋଟେକ୍ନୋଲୋଜି ( ବାୟୋ ଟେକ) ଦ୍ବାରା ବିକଶିତ କୋରୋନା ଭୂତାଣୁ ଟୀକା 92 ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଅଟେ।

ଫାଇଜର ସିଇଓ ଆଲବର୍ଟ ବୋରଲା କହିଥିଲେ ଯେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋରୋନାକୁ ରୋକିବା ପାଇଁ ଆମ ଟୀକା ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷେ ଭ୍ୟାକ୍ସିନକୁ ନେଇ ମଙ୍ଗଳବାର ଭାରତୀୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ ଟୀକା ଯୋଗାଇବା ପାଇଁ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ସମସ୍ତ ଘରୋଇ ତଥା ବିଦେଶୀ ଟୀକା ଉତ୍ପାଦନକାରୀଙ୍କ ସହ ଆଲୋଚନା ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.