ମସ୍କୋ: ଖରାପ ପାଗ ଯୋଗୁଁ ଫାଲକନ 9 କ୍ୟାରିଅର ରକେଟ ଲଞ୍ଚିଂ କାର୍ଯ୍ୟକ୍ରମକୁ ସ୍ତଗିତ କରିଦେଇଛି ସ୍ପେସ ଏକ୍ସ(SpaceX) । ରବିବାର 60ଟି ଷ୍ଟାରଲିଙ୍କ୍(Starlink) ସାଟେଲାଇଟ ନେଇ ମହାକାଶକୁ ଯାଇଥାନ୍ତା ଫାଲକନ 9 କ୍ୟାରିଅର ରକେଟ ।
ଏହି ସମୟରେ ରକେଟ ଏବଂ ପେଲୋଡ ସଠିକ ଅଛି । ତଥ୍ୟର ସମୀକ୍ଷା ସମାପ୍ତ କରିବାକୁ ଟିମ ଅତିରିକ୍ତ ସମୟ ବ୍ୟବହାର କରିବ | ଏହାସହ ଖରାପ ପାଗକୁ ଦୃଷ୍ଟିରେ ରଖି ନଭେମ୍ବର 23 ରାତି 9ଟା 34ରେ ଏକ ବ୍ୟାକଅପ୍ ସୁଯୋଗ ଦିଗରେ ଟିମ କାର୍ଯ୍ୟ କରୁଛି |
ଫାଲକନ 9 ରକେଟ ଫ୍ଲୋରିଡାର କେପ କାନଭେରାଲ ବାୟୁସେନା ଷ୍ଟେସନରୁ ରବିବାର ଦିନ 21:56 EST (ସୋମବାର GMT 02:56) ଉତକ୍ଷେପଣ ହେବାର ଥିଲା ।ଏହି ମିଶନ ଜରିଆରେ 60ଟି ଷ୍ଟାରଲିଙ୍କ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲା ଫାଲକନ 9 କ୍ୟାରିଅର ରକେଟ । ଏହି ଉତକ୍ଷେପଣ ସହିତ ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ ଉପଗ୍ରହ 230ରୁ ଅଧିକ କାର୍ଯ୍ୟକ୍ଷମ ଉପଗ୍ରହକୁ ବିସ୍ତାର କରିଥାନ୍ତା ।
ପୂର୍ବରୁ ଅକ୍ଟୋବରରେ ସଫଳତାର ସହ ଷ୍ଟାରଲିଙ୍କର ଲଞ୍ଚ କରାଯାଇଥିଲା | ଏପର୍ଯ୍ୟନ୍ତ ସମୁଦାୟ 830ରୁ ଅଧିକ ଷ୍ଟାରଲିଙ୍କ ଉପଗ୍ରହ ଉତକ୍ଷେପଣ କରାଯାଇଛି, କିନ୍ତୁ ସେଗୁଡ଼ିକ କାର୍ଯ୍ୟକ୍ଷମ ନଥିବା ଜଣାପଡିଛି ।