ETV Bharat / international

କୋଭିଡକୁ ପରାସ୍ତ କରିବାରେ ୟୁରୋପର ପ୍ରଥମ ଦେଶ ସାଜିଲା ସ୍ଲୋଭେନିଆ

author img

By

Published : May 16, 2020, 10:07 AM IST

ୟୁରୋପୀୟ ମହାଦେଶର ଅଧିକାଂଶ ଦେଶ କୋରୋନା ବଳୟରେ । ସ୍ଲୋଭେନିଆ ୟୁରୋପ ପ୍ରଥମ ଦେଶ ଯିଏ କି କୋରୋନାକୁ ମାତ ଦେଇପାରିଛି ବୋଲି ଘୋଷଣା କରିଛି । ଅଧିକ ପଢନ୍ତୁ...

କୋରୋନା ମୁକ୍ତ ସ୍ଲୋଭେନିଆ
କୋରୋନା ମୁକ୍ତ ସ୍ଲୋଭେନିଆ

ବ୍ରିଟେନ: କୋରୋନାକୁ ହରାଇବାରେ ସଫଳ ହେଲା ସ୍ଲୋଭେନିଆ । ୟୁରୋପ ପ୍ରଥମ ଦେଶ ଯିଏ କି କୋରୋନା ମୁକ୍ତ ହୋଇପାରିଛି । ଗତକାଲି ସ୍ଲୋଭେନିଆ ସରକାର କୋରୋନା ଯୁଦ୍ଧରେ ବିଜୟୀ ହୋଇଥିବା ଘୋଷଣା କରିବା ପରେ ନିଜ ସୀମା ଖୋଲିଛି ।

ମହାମାରୀ ଘୋଷଣା ହେବା 2 ମାସ ପରେ ଏହି ଦେଶ କୋଭିଡକୁ ନିୟନ୍ତ୍ରଣ କରିପାରିଛି । ମହାମାରୀ ପରିସ୍ଥିତିରୁ ସାମାନ୍ୟ ସ୍ବାଭାବିକ ସ୍ଥିତିକୁ ଫେରି ପାଇଛି ବୋଲି କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଜାନେଜ ଜାନସା ।

ଇଟାଲୀ ସୀମାବର୍ତ୍ତୀ ଏହି ପାର୍ବତ୍ୟ ଦେଶ ଗତ ଗୁରୁବାର 1500 ଶହ ମାମଲା ସହ 103ଜଣ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ନୂତନ ସଂକ୍ରମଣ ହାର ହ୍ରାସ ପାଇଛି । ତେଣୁ ଏଠାକାର ସରକାର ସମସ୍ତ ୟୁରୋପୀୟ ନାଗରିକଙ୍କ ପାଇଁ ସୀମା ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଣ-ୟୁରୋପୀୟ ନାଗରିକମାନ ଏବେ ବି କ୍ବାରେନଣ୍ଟାଇନରେ ରହିବେ । ତଥାପି କୋରୋନା ବିସ୍ତାରର ପୁନଃ ଭୟ ରହିଥିବାରୁ କେତେକ କ୍ଷେତ୍ରରେ କଟକଣା ବଳବତ୍ତର ରହିବ ।

ଆସନ୍ତା ସପ୍ତାହରେ ଦେଶର ସପିଂ ମଲ ଓ ହୋଟେଲ ଖୋଲିବା ନେଇ ଘୋଷଣା କରିଥିଲେ । ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ବଜାୟୀ ରଖିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି । ମେ 23ରୁ ଦେଶରେ ଫୁଟବଲ ସହ ଅନ୍ୟାନ୍ୟ କ୍ରୀଡା ଅନୁଷ୍ଠିତ ହୋଇପାରିବ । ଅନ୍ୟପଟେ, ସ୍ଲୋଭେନିଆ ସରକାର କୋରୋନା ମୁକ୍ତ ଘୋଷଣା କରିଥିଲେ ମଧ୍ୟ କେତେକ ବିଶେଷଜ୍ଞଙ୍କ ମତରେ ଏବେ ଦେଶରେ କୋଭିଡ ସଂକ୍ରମଣ ରହିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.