ETV Bharat / international

ରୋମର ଖେଳ ପଡିଆରୁ ମିଳିଲା ଦ୍ବିତୀୟ ବିଶ୍ବଯୁଦ୍ଧର 20 ଅଫୁଟା ବୋମା

author img

By

Published : Nov 28, 2020, 10:03 PM IST

ଇଟାଲୀର ଏଏସ ରୋମା ପ୍ରଶିକ୍ଷଣ ପଡିଆରୁ ମିଳିଛି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଅନେକ ଅଫୁଟା ବୋମା । ଅଧିକ ପଢନ୍ତୁ...

ରୋମର ଖେଳ ପଡିଆରୁ ମିଳିଲା ଦ୍ବତୀୟ ବିଶ୍ବଯୁଦ୍ଧର 20 ଅଫୁଟା ବୋମା

ରୋମ: ଇଟାଲୀର ଏଏସ ରୋମା ପ୍ରଶିକ୍ଷଣ ପଡିଆରୁ ମିଳିଛି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଅନେକ ଅଫୁଟା ବୋମା । ତେବେ ଏହି ବୋମାଗୁଡିକ ପଡିଆରୁ ମିଳିବା ପରେ ଇଟାଲୀ ଆର୍ମିକୁ ଖବର ଦିଆଯାଇଥିଲା । ଏନେଇ ଶନିବାର ସୂଚନା ଦେଇଛି ସିରିଜ ଏ କ୍ଲବ ।

କ୍ଲବ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ଇଟାଲୀ ସେନା ଏବଂ ସେମାନଙ୍କ ବୋମା ନିଷ୍କ୍ରିୟକାରୀ ଟିମକୁ ଅଶେଷ ଅଶେଷ ଧନ୍ୟବାଦ । ସେମାନେ ଟ୍ରାଇଗୋରିଆରେ ଥିବା କ୍ଲବର ତାଲିମ କେନ୍ଦ୍ରରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଅନେକ ବୋମାକୁ ସୁରକ୍ଷିତ ଏବଂ ସଫଳତାର ସହ ନିଷ୍କ୍ରିୟ କରିଛନ୍ତି ।

ଏଥିରେ ସୈନିକମାନଙ୍କର ବୋମା ନିଷ୍କ୍ରୟ କରିବାର ଚିତ୍ର ମଧ୍ୟ ଦେଖାଯାଇଛି । ଯାହା ପ୍ରାୟ ଏକ ଫୁଟ ଲମ୍ବ ଥିବା ପରି ଦେଖାଯାଉଥିଲା । ପଡିଆରେ ପିଚ୍‌ ନିର୍ମାଣ ସମୟରେ ଏଠାରେ ପ୍ରାୟ 20ଟି ବୋମା ମିଳିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.