ETV Bharat / international

ଅସହାୟଙ୍କ ଖାଦ୍ୟ ଖାଇଗଲେ ସମୁଦ୍ର ପକ୍ଷୀ !

author img

By

Published : May 16, 2020, 5:10 PM IST

ନିଜ ଫେସବୁକ୍ ପେଜରେ ଏହା ସମ୍ପର୍କରେ ଉଲ୍ଲେଖ କରି ଫୁଡ ବ୍ୟାଙ୍କ ଲେଖିଥିଲା ଯେ ଏହା ଏକ ଦୁଃଖଦ ଘଟଣା । ବ୍ୟାଙ୍କ ବନ୍ଦ ଥିବାବେଳେ ଆକାଶରେ ଉଡୁଥିବା ସମୁଦ୍ର ପକ୍ଷୀମାନେ ଖାଦ୍ୟ ବ୍ୟାଗ ନେଇଯାଇଥିଲେ । ଅଧିକ ପଢନ୍ତୁ...

ଗରିବ ଓ ଅସହାୟଙ୍କ ଖାଦ୍ୟ ଖାଇଗଲେ ସମୁଦ୍ର ପକ୍ଷୀ !

ୱୋରସେଷ୍ଟର: ଇଂଲଣ୍ଡରେ ବର୍ତ୍ତମାନ ଘାରିଛି ସିଗୁଲ(ସମୁଦ୍ର ପକ୍ଷୀ)ଙ୍କ ଡର । ଫୁଡ ବ୍ୟାଙ୍କ ବାହାରେ ଡୋନେସନରେ ଦେଉଥିବା ଖାଦ୍ୟକୁ ଖାଇଯାଉଛନ୍ତି ଏହି ପକ୍ଷୀ । କୋଭିଡ 19 ମୁକାବିଲା ପାଇଁ ଗରିବ ଓ ଅସହାୟଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଉପରେ ଏମାନେ ଏବେ ନଜର ପକାଇଛନ୍ତି ।

ଫୋକ୍ସ ନ୍ୟୁଜ ଅନୁସାରେ ୱୋରସେଷ୍ଟରରେ ରହୁଥିବା ଲୋକଙ୍କ ପାଇଁ ଏମାନେ ଦୀର୍ଘ ବର୍ଷ ହେଲା ସମସ୍ୟା ସୃଷ୍ଟି କରୁଛନ୍ତି । ନିକଟରେ ସିଟିର ଏକ ଫୁଡ ବ୍ୟାଙ୍କ ବାହାରେ ଥିବା ଡଜନରୁ ଅଧିକ ଖାଦ୍ୟ ବ୍ୟାଗ ଏମାନେ ନେଇଯାଇଛନ୍ତି । ଗୋଟିଏ ସପ୍ତାହ ପାଇଁ ଏହି ଖାଦ୍ୟ ପ୍ରଦାନ କରାଯାଇଥିଲା । କୋଭିଡ 19 ଯୋଗୁଁ ଖାଇବାକୁ ପାଉନଥିବା ଗରିବ ଓ ଅସହାୟଙ୍କ ପାଇଁ ଏହି ଖାଦ୍ୟ ବ୍ୟାଗ ରଖାଯାଇଥିଲା ।

ନିଜ ଫେସବୁକ୍ ପେଜରେ ଏହା ସମ୍ପର୍କରେ ଉଲ୍ଲେଖ କରି ଫୁଡ ବ୍ୟାଙ୍କ ଲେଖିଥିଲା ଯେ ଏହା ଏକ ଦୁଃଖଦ ଘଟଣା । ବ୍ୟାଙ୍କ ବନ୍ଦ ଥିବାବେଳେ ଲୋକମାନେ ଏହି ଖାଦ୍ୟ ବ୍ୟାଗ ବାହାରେ ରଖିଦେଇଯାଇଥିଲେ । ଫଳରେ ତାହାକୁ ଭିତରକୁ ନେବା ସମ୍ଭବ ହୋଇନଥିଲା । ଆଉ ଏହି ସମୟରେ ଆକାଶରେ ଉଡୁଥିବା ସମୁଦ୍ର ପକ୍ଷୀମାନେ ତାହାକୁ ନେଇଯାଇଥିଲେ । ଅନେକ ଖାଦ୍ୟ ନଷ୍ଟ ମଧ୍ୟ କରିଦେଇଥିବା ଜଣାପଡିଛି । ବ୍ୟାଙ୍କ ଖୋଲା ଥିବାବେଳେ ଏହା ଆଣିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ନହେଲେ ସେମାନଙ୍କ ଘରୁ ନିଜେ ଆଣିବାର ବ୍ୟବସ୍ଥା କରିବ ବୋଲି ଫୁଡ ବ୍ୟାଙ୍କ କହିଛି ।

ପ୍ରକାଶ ଥାଉ କି ଏବେ ଲକଡାଉନ ଯୋଗୁଁ ଏବେ ଲୋକଙ୍କ ଗହଳଚହଳ କମ ରହିଛି । ତେଣୁ ପକ୍ଷୀମାନେ ଅଧିକ ମାତ୍ରାରେ ସହରରେ ଦେଖାଯାଇଛନ୍ତି । ଫଳରେ ଏପରି ସମସ୍ୟା ଦେଖାଦେଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.