ETV Bharat / international

ବିବାହ ପାଇଁ ଖୋଲିଲେ ପର୍ସନାଲ ସାଇଟ, ଚର୍ଚ୍ଚାରେ ଲଣ୍ଡନ ଯୁବକ - ମୋତେ ଆରେଞ୍ଜ ମ୍ୟାରେଜରୁ ବଞ୍ଚାଅ

ଲଣ୍ଡନର ଏକ ଯୁବକ ବିବାହ ପାଇଁ ଖୋଲିଲେ ପର୍ସନାଲ ସାଇଟ୍ । ଚର୍ଚ୍ଚାରେ ଯୁବକଙ୍କ ଟ୍ୟାଗ ମୋତେ ଆରେଞ୍ଜ ମ୍ୟାରେଜରୁ ବଞ୍ଚାଅ(Save Me From An Arranged Marriage) । ଅଧିକ ପଢନ୍ତୁ

ଚର୍ଚ୍ଚାରେ ଯୁବକଙ୍କ ଟ୍ୟାଗ ମୋତେ ଆରେଞ୍ଜ ମ୍ୟାରେଜରୁ ବଞ୍ଚାଅ

author img

By

Published : Jan 8, 2022, 10:08 PM IST

ଲଣ୍ଡନ: ଅଧିକାଂଶ ବିଜ୍ଞାପନରେ ଏକାଧିକ ମାଟ୍ରିମୋନିଆଲ ସାଇଡ୍ ଦେଖିଥାନ୍ତି, ଯେଉଁଠାରେ ଯୁବକ/ଯୁବତୀମାନେ ନିଜ ନିଜର ଲାଇଫ୍ ପାର୍ଟନର ବାଛିଥାନ୍ତି । ଏପରିକି ଆଜିକାଲି ସମୟରେ ଯୁବକ/ଯୁବତୀ ସେମାନଙ୍କର ଉପଯୁକ୍ତ ଜୀବନ ସାଥୀ ଖୋଜିବା ପାଇଁ ଡେଟିଂ ଆପ୍ କିମ୍ବା ମ୍ୟାଚମେକିଂ ୱେବସାଇଟ୍ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ଏବଂ ସେଠାରେ ନିଜକୁ ଉପସ୍ଥାପନ କରୁଛନ୍ତି । କିନ୍ତୁ ଲଣ୍ଡନର ଏକ ଯୁବକଙ୍କ କନିଆଁ ଖୋଜିବା ତରିକା କୌତୁହଳ ସୃଷ୍ଟି କରିବା ସହ ଚକିତ କରିଛି ।

ସୂଚନା ଅନୁଯାୟୀ ବ୍ରିଟେନର ବର୍ମିଂହାମ ସହରର ଜଣେ 29 ବର୍ଷୀୟ ଯୁବକ ମହମ୍ମଦ ମଲିକ ବିଲବୋର୍ଡ ବ୍ୟବହାର କରି ବିବାହ ପାଇଁ ଏକ ବିଜ୍ଞାପନ ଜାରି କରିଛନ୍ତି । ଯେଉଁଥିରେ 'ମୋତେ ଆରେଞ୍ଜ ମ୍ୟାରେଜରୁ ବଞ୍ଚାଅ'(Save Me From An Arranged Marriage) ବୋଲି ଲେଖାଯାଇଛି । ଏଥିସହ FindMalikAWife.com ୱେବସାଇଟ୍ କୋଲିଛନ୍ତି । ଏଥିରେ ବିବାହ ପାଇଁ ଇଚ୍ଛୁକ ଥିବା ଯୁବତୀ ତାଙ୍କୁ ପ୍ରସ୍ତାବ ଦେଇପାରିବେ ।

ମହମ୍ମଦ ମଲିକ ବର୍ମିଂହାମ ଚାରିପାଖରେ ଥିବା ବିଲବୋର୍ଡରେ ନିଜର ଏହି ବିଜ୍ଞାପନ ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଜୀବନସାଥୀ ଖୋଜିବାର ମାଧ୍ୟମକୁ ସରଳୀକରଣ କରିବା ପାଇଁ ଏକ ୱେବସାଇଟ୍ FindMalikAWife.com ତିଆରି କରିଥିଲେ । ଏଥିରେ କେତେକାଂଶରେ ମଲିକ ସଫଳ ହୋଇଥିବା କୁହାଯାଇପାରେ । କାରଣ ତାଙ୍କୁ 1000 ରୁ ଅଧିକ ପ୍ରତିକ୍ରିୟା ମିଳିଛି ।

ଏଥିସହ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ ଏବଂ ଟ୍ବିଟର ମାଧ୍ୟମରେ 1000 ରୁ ଅଧିକ ଲୋକେ ମଲିକଙ୍କୁ ସର୍ଚ୍ଚ କରିଥିବା ଜଣାପଡିଛି । ଜଣେ ଯୁବତୀ ତାଙ୍କୁ ପଚାରିଛନ୍ତି ଯେ, ଖାଦ୍ୟକୁ ଭଲପାଉଥିବା, ଭଲ ଖାଉଥିବା ଏବଂ ମୁସଲିମ୍ ବିଶ୍ବାସ ଉପରେ ଅଧିକ ଜାଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ଜଣେ ସାଥୀ ଖୋଜିବା ପାଇଁ କାହିଁକି ଏପରି ଏକ ପଦ୍ଧତି ଆପଣାଇଲେ ? ମଲିକ ୱେବସାଇଟରେ ପ୍ରତିକ୍ରିୟା ରଖି କହିଛନ୍ତି, "ମୁଁ ଏପର୍ଯ୍ୟନ୍ତ ଖୋଜୁଥିବା ଝିଅକୁ ପାଇନାହିଁ । ଏଠାରେ(ବ୍ରିଟେନ) ଏହା ମଧ୍ୟ କଷ୍ଟ । ମୋତେ ଏଥିପାଇଁ ଏକ ବିଲବୋର୍ଡର ସାହାଯ୍ୟ ନେବାକୁ ପଡିଲା !"

ମଲିକ ଏହା ମଧ୍ୟ କହିଛନ୍ତି ଯେ, ମୁଁ ବ୍ୟକ୍ତିତ୍ବ ବା ପର୍ସନାଲିଟି ଉପରେ ଅଧିକ ଗୁରୁତ୍ବ ଦିଏ । ତେବେ ବିଲବୋର୍ଡରେ ଲେଖାଥିବା ତଥ୍ୟ ଉପରେ ବିଶ୍ବାସ କରନ୍ତୁ, କାରଣ ଏହା ଥଟ୍ଟା କରିବାକୁ ବ୍ୟବହାର କରାଯାଏନି । ତେବେ ମହମ୍ମଦ ମଲିକ ଜଣେ ପରାମର୍ଶଦାତା ଏବଂ ଉଦ୍ୟୋଗୀ ଅଛନ୍ତି । ତାଙ୍କ ଆରେଞ୍ଜ ମ୍ୟାରେଜରୁ ବଞ୍ଚାଓ ଟ୍ୟାଗ ଚର୍ଚ୍ଚାର ପରିଧିକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.