ETV Bharat / international

ପୁଟିନଙ୍କ ବୟାନ, ହେବନି ତୃତୀୟ ବିଶ୍ବଯୁଦ୍ଧ - ଋଷ ରାଷ୍ଟ୍ରପତି

ଗତ ସପ୍ତାହ କଳା ସାଗର ଘଟଣା ସମୟରେ ବ୍ରିଟେନ ରୟାଲ ନେଭିର ବିଧ୍ବଂସକ ଜାହାଜ ସହିତ ଆମେରିକାର ବିମାନ ମଧ୍ୟ କାମ କରୁଥିବା ଖୁଲାସା କରିଛନ୍ତି ଋଷ ରାଷ୍ଟ୍ରପତି । ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ଉପରେ ଦେଇଛନ୍ତି ବୟାନ । ଅଧିକ ପଢନ୍ତୁ...

ପୁତିନଙ୍କ ବୟାନ, ହେବନି ତୃତୀୟ ବିଶ୍ବଯୁଦ୍ଧ
ପୁତିନଙ୍କ ବୟାନ, ହେବନି ତୃତୀୟ ବିଶ୍ବଯୁଦ୍ଧ
author img

By

Published : Jul 1, 2021, 8:01 AM IST

ମସ୍କୋ: ତୃତୀୟ ବିଶ୍ବଯୁଦ୍ଧକୁ ନେଇ ବଡ ବୟାନ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଗତ ସପ୍ତାହ କଳା ସାଗର ଘଟଣା ସମୟରେ ବ୍ରିଟେନ ରୟାଲ ନେଭିର ବିଧ୍ବଂସକ ଜାହାଜ ସହିତ ଆମେରିକାର ବିମାନ ମଧ୍ୟ କାମ କରୁଥିବା ଖୁଲାସା କରିଛନ୍ତି ଋଷ ରାଷ୍ଟ୍ରପତି ।

ଜୁନ 23ରେ କଳା ସାଗରରେ ହୋଇଥିଲା ସୀମା ଉଲ୍ଲଂଘନ । ବ୍ରିଟେନ ଉପରେ କାଳ ସାଜିଥିଲା ଋଷ । ସସୁଦ୍ର ମଝିରେ ଚାଲିଥିଲା ଗୁଳିଗୋଳା ଆଉ ବର୍ଷିଥିଲା ବୋମା । କଳା ସାଗରରେ ପ୍ରବେଶ କରିଥିବା ବ୍ରିଟିଶ ରୟାଲ ନେଭିର ବିଧ୍ବଂସକ ଜାହାଜକୁ ଏଭଳି ଆକ୍ରମଣ କରିଥିଲା ଋଷ ।

ବ୍ରିଟିଶ ନୌସେନାର ବିନାଶକାରୀ ଯୁଦ୍ଧ ଜାହାଜ କଳା ସାଗରରେ ପ୍ରବେଶ କଲାବେଳେ ଋଷର ସାମରିକ ଜାହାଜ ଗୁଳିଗୋଳା ଚଳାଇବା ସହ ବୋମା ବର୍ଷଣ କରିଥିଲା । ବ୍ରିଟିଶ ରୟାଲ ନେଭିର ଏଚଏମଏସ ଡିଫେଣ୍ଡର ଜାହାଜ କଳା ସାଗରରେ କରିଥିଲା ସୀମା ଉଲ୍ଲଘଂନ ।

ଏହି ଘଟଣା ତୃତୀୟ ବିଶ୍ବଯୁଦ୍ଧଆଡକୁ ନେଇଯିବ କି ବୋଲି ପ୍ରଶ୍ନର ଉତ୍ତରରେ ପୁଟିନ କହିଛନ୍ତି ଯେ, ଋଷ ଯଦି ବି ବ୍ରିଟିଶ ଯୁଦ୍ଧ ଜାହାଜକୁ ବୁଡ଼ାଇ ଦେଇଥାନ୍ତା, ତଥାପି ଆଉ ଏକ ବିଶ୍ବଯୁଦ୍ଧ ସମ୍ଭବ ନୁହେଁ । କାରଣ ପାଶ୍ଚାତ୍ୟ ଶକ୍ତିମାନେ ଜାଣନ୍ତି ଯେ ସେମାନେ ବିଶ୍ବଯୁଦ୍ଧରେ ଜିତି ପାରିବେ ନାହିଁ ।

ବୁଧବାର ଏକ ଲାଇଭ ସୋରେ ପୁଟିନ କହିଛନ୍ତି, ଆମେରିକା ବିମାନର ମିଶନ ବୋଧହୁଏ ବ୍ରିଟିଶ ଯୁଦ୍ଧ ଜାହାଜ ପ୍ରତି ଋଷର ସୈନ୍ୟଙ୍କ ପ୍ରତିକ୍ରିୟା ଉପରେ ନଜର ରଖିବା ଥିଲା । ଋଷ ଆମେରିକାର ଉଦ୍ଦେଶ୍ୟ ବିଷୟରେ ଅବଗତ ଅଛି ଏବଂ ସମ୍ବେଦନଶୀଳ ତଥ୍ୟ ପ୍ରକାଶ ନକରିବାକୁ ପ୍ରତିକ୍ରିୟା ଦେଇଛନ୍ତି ପୁଟିନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.