ETV Bharat / international

ଆସନ୍ତା ସପ୍ତାହରୁ ବ୍ୟାପକ ସ୍ତରରେ ଟୀକାକରଣ ପାଇଁ ଋଷ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ - ଋଷ ରାଷ୍ଟ୍ରପତି

ଆସନ୍ତା ସପ୍ତାହରୁ କୋରୋନା ଟୀକାରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ସ୍ପୁଟନିକ-ଭି ନାଁରେ କୋରୋନା ଟୀକା ପ୍ରସ୍ତୁତ କରିଛି ଋଷ । ଅଧିକ ପଢନ୍ତୁ...

ଆସନ୍ତା ସପ୍ତାହରୁ ବ୍ୟାପକ ସ୍ତରରେ ଟୀକାକରଣ ପାଇଁ ଋଷ ରାଷ୍ଟ୍ରପତିଙ୍କ ନିର୍ଦେଶ

author img

By

Published : Dec 2, 2020, 9:36 PM IST

ମସ୍କୋ: ମହାମାରୀ ସଙ୍କଟ ମଧ୍ୟରେ ଭ୍ୟାକ୍ସିନ ଉପରେ ରହିଛି ସମସ୍ତଙ୍କ ନଜର । ଏହାରି ମଧ୍ୟରେ ଆସନ୍ତା ସପ୍ତାହରୁ କୋରୋନା ଟୀକାରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ସ୍ପୁଟନିକ-ଭି ନାଁରେ କୋରୋନା ଟୀକା ପ୍ରସ୍ତୁତ କରିଛି ଋଷ । ତେବେ ଏହି ଭ୍ୟାକ୍ସିନ ସୁରକ୍ଷିତ ବୋଲି ଋଷ ପକ୍ଷରୁ ଦାବି କରାଯାଇଛି ।

ରାଷ୍ଟ୍ରପତି ପୁତିନ କହିଛନ୍ତି, ସ୍ପୁଟନିକ-ଭି ଭ୍ୟାକ୍ସିନର 20 ଲକ୍ଷରୁ ଉର୍ଦ୍ଧ୍ବ ଡୋଜ ପ୍ରସ୍ତୁତ କରାଯାଇସାରିଛି । ତେବେ ଆସନ୍ତା ସପ୍ତାହ ପୂର୍ବରୁ ଟୀକାକରଣ ନେଇ ସମସ୍ତ ପ୍ରସ୍ତୁତି ସାରିବାକୁ ନିଜ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି ପୁତିନ ।

ସେପଟେ ବୁଧବାର ଫାଇଜର ଟୀକାକୁ ମଞ୍ଜୁରୀ ପ୍ରଦାନ କରିଛି ବ୍ରିଟେନ । ଏପରିସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ବ୍ରିଟେନର ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବ ଏହି ଟୀକା । ଅନ୍ୟପକ୍ଷେ ଗୁରୁବାର ଭାରତରେ ପହଞ୍ଚିଛି ଋଷ ପକ୍ଷରୁ ବିକଶିତ ସ୍ପୁଟନିକ-ଭି ଟୀକା । ଋଷ ପ୍ରତ୍ୟେକ୍ଷ ନିବେଶ ପାଣ୍ଠି ଓ ଡକ୍ଟର ରେଡ୍ଡୀ ଲ୍ୟାବ୍ରୋଟୋରୀ ଭାରତରେ ଏହି ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଥିବା ଭାରତୀୟ ଫାର୍ମା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା ।

ବିଶ୍ବର ପ୍ରଥମ ଦେଶ ଭାବରେ ଋଷ ଅଗଷ୍ଟ 11ରେ କୋରୋନା ଟୀକା ସ୍ପୁଟନିକ-ଭିକୁ ପଞ୍ଜୀକରଣ କରିଥିଲା । ଏହି ଭ୍ୟାକ୍ସିନ ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜୀ ଏବଂ ଋଷ ସ୍ବାସ୍ଥ୍ୟମନ୍ତ୍ରଣଳାଳୟର ମାଇକ୍ରୋ ବାୟୋଲୋଜୀ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.