ETV Bharat / international

୧୭ ଦିନରେ ମହାସମର, ପ୍ରଥମ ଥର ପଶ୍ଚିମ ୟୁକ୍ରେନରେ ଆକ୍ରମଣ କଲା ଋଷ - ଋଷିଆକୁ ବାଇଡେନଙ୍କ ଚେତାବନୀ

୧୭ ଦିନରେ ପହଞ୍ଚିଲା ୟୁକ୍ରେନ-ଋଷିଆ ମହାସମର । ପ୍ରଥମ ଥର ପାଇଁ ପଶ୍ଚିମ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ ସେନା । ନାଟୋ ଅଞ୍ଚଳର ଗୋଟିଏ ଗୋଟିଏ ଇଞ୍ଚ୍ ଜାଗାର ସୁରକ୍ଷା କରିବୁ କହିଲେ ବାଇଡେନ । ଅଧିକ ପଢନ୍ତୁ

୧୭ ଦିନରେ ଋଷିଆ-ୟୁକ୍ରେନ ମହାସମର, ଚେତାବନୀ ଦେଲେ ବାଇଡେନ

author img

By

Published : Mar 12, 2022, 11:48 AM IST

କିଭ: ୟୁକ୍ରେନ-ଋଷିଆ ମହାସମର ଇତିମଧ୍ୟରେ ୧୭ ଦିନରେ ପହଞ୍ଚିଛି । ବିଭିନ୍ନ ସହରରେ ଏବେ ମଧ୍ୟ ଋଷ ସେନାର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଗୁଳିଗୋଳ ବର୍ଷା ସାଙ୍ଗକୁ କ୍ଷେପଣାସ୍ତ୍ର ମାଡରେ ଖିନଭିନ୍ ହେଉଛି ୟୁକ୍ରେନ । ଋଷ ରାଜଧାନୀ କିଭ୍ ନିକଟତର ହେବା ସହ ଘନ ଘନ ବୋମାମାଡ କରୁଛି । ଦିନକୁ ଦିନ ଆକ୍ରମଣ ଉଗ୍ର ହେଉଥିବା ବେଳେ ଋଷ ସେନା ପ୍ରଥମ ଥର ଦେଶର ପଶ୍ଚିମ ଅଞ୍ଚଳର ବିମାନ ବନ୍ଦର ନିକଟରେ ଆଟାକ୍ କରିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ୟୁକ୍ରେନରେ ସେନାର ୬୪ କିଲୋମିଟର ଲମ୍ବା କାଫିଲା ରହିଛି । ଯେଉଁଥିରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ଟ୍ୟାଙ୍କ ଏବଂ ଆର୍ଟିଲରି ସାମିଲ ଅଛି । ବିଶେଷକରି କିଭ, ଖାର୍କିଭ, ସୁମି ଏବଂ ମାରିଓପୋଲ ଆଦି ସହରରେ ଘନ ଘନ ବୋମାମାଡ କରୁଛନ୍ତି ଋଷ ସେନା । ଋଷ ଏବେ ପ୍ରଥମ ଥର ୟୁକ୍ରେନର ପୂର୍ବ ସହର ନିପ୍ରୋକୁ ଟାର୍ଗେଟ କରିଛି । ଯାହା ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଏବଂ ଦେଶର ଚତୁର୍ଥ ବୃହତ୍ ସହର ଅଟେ । ଖାର୍କିଭରେ ପରମାଣୁ ରିଆକ୍ଟର ଥିବା ପ୍ରତିଷ୍ଠାନ ଉପରେ ମଧ୍ୟ ଋଷ ଆକ୍ରମଣ କରିଛି । ଆକ୍ରମଣରେ ଏକାଥରେ ଅନେକ ଲୋକଙ୍କ ଜୀବନ ଯାଉଥିବାରୁ ବିଭିନ୍ନ ସହରରେ ମୃତକଙ୍କୁ ଅଲଗା ଅଲଗା କବର ଦେବା ପରିବର୍ତ୍ତେ ଗଣକବର ଦିଆଯାଉଛି ।

ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନରେ ଋଷ ଯଦି ରସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସେଥିପାଇଁ ତାକୁ ବହୁମୂଲ୍ୟ ଦେବାକୁ ହେବ । ୟୁକ୍ରେନର ଋଷ ସେନା ସହ ଆମେରିକା ଯୁଦ୍ଧ କରିବ ନାହିଁ କାରଣ ନାଟୋ ଓ ମସ୍କୋ ମଧ୍ୟରେ ସଂଘର୍ଷ ହେଲେ ତୃତୀୟ ବିଶ୍ବଯୁଦ୍ଧର ଆରମ୍ଭ ହୋଇଯିବ । ତେଣୁ ୟୁରୋପରେ ଆମେ ନିଜ ସହଯୋଗୀ ରାଷ୍ଟ୍ର ସହ ଛିଡା ହେବୁ ଏବଂ ପୂର୍ଣ୍ଣ ଶକ୍ତିର ସହ ନାଟୋ ଅଞ୍ଚଳର ଗୋଟିଏ ଗୋଟିଏ ଇଞ୍ଚ୍ ଜାଗାର ସୁରକ୍ଷା କରିବୁ । ଋଷ୍ କେବେ ବି ୟୁକ୍ରେନକୁ ଜିତିପାରିବ ନାହିଁ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି ।

କହିରଖୁଛୁ କି, ଏବେ ଋଷ ସେନା ଉତ୍ତର ୟୁକ୍ରେନ ଏବଂ କିଭ୍ ଆଖପାଖରେ ଥିବାବେଳେ ଦକ୍ଷିଣ ଏବଂ ପୂର୍ବ ସହର ଆଡକୁ ଅଧିକ ଅଗ୍ରସର ହେଉଛି । ଋଷ ପଶ୍ଚିମ ୟୁକ୍ରେନ ବିମାନ ବନ୍ଦର ନିକଟରେ କରିଥିବା ବୋମାମାଡରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଥିବା କୁହାଯାଉଛି । ସାଟ୍‌ଲାଇଟ ଫଟୋଚିତ୍ରରୁ କିଭ୍ ବାହାରେ ଗୋଟିଏ ବିଶାଳ ରୁଷ୍ କାଫିଲା ଦେଖିବାକୁ ମିଳିଛି । ଲମ୍ବା ସମୟର ଧରି କାଫିଲା ଏଠାରେ ରହିଛି ଏବଂ ରାଜଧାନୀକୁ ଘେରିବା ପାଇଁ ଉଦ୍ୟମ କରୁଛି । କିଭ୍‌ର ଆଞ୍ଚଳିକ ପ୍ରଶାସନିକ ଅଧିକାରୀ କହିଛନ୍ତି, ରାଜଧାନୀର ମୁଖ୍ୟ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଠାରୁ ପ୍ରାୟ ୨୦ କିଲୋମିଟର ପୂର୍ବ ଇଲାକାରେ ଥିବା ସହର ବାରଶିବକାରେ ଋଷ ଏକ କ୍ଷେପଣାସ୍ତ୍ର ମାଡ କରିଛି ।

ଯୁଦ୍ଧ ବିରତ ପାଇଁ କୂଟନୈତିକ ସ୍ତରରେ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯୁଦ୍ଧ ତୃତୀୟ ସପ୍ତାହରେ ପହଞ୍ଚି ଥିବାବେଳେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ମାଳ ମାଳ ଆର୍ଥିକ ପ୍ରତିବନ୍ଧକ ଲଗାଇ ଚାଲିଛନ୍ତି । ଆମେରିକା ଋଷ ଆମଦାନୀ ଉପରେ ଉଚ୍ଚ ଶୁଳ୍କ ଲଗାଇବାକୁ ଘୋଷଣା କରିଛି ଏବଂ ବିଭିନ୍ନ ଋଷରୁ ବିଭିନ୍ନ ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନୀକୁ ବ୍ୟାନ କରିଛି । ପୂର୍ବରୁ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ମଧ୍ୟ ଆର୍ଥିକ ଷ୍ଟ୍ରାଇକ୍ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.