ETV Bharat / international

Russia-Ukraine War: ଉଭୟ ଦେଶ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା

author img

By

Published : Mar 14, 2022, 7:01 AM IST

ଆଜି ୟୁକ୍ରେନ ଓ ଋଷ ମଧ୍ୟରେ ଚତୁର୍ଥ ଥର ପାଇଁ ସକାଳ ୧୦ଟା ୩୦ରେ ଶାନ୍ତି ଆଲୋଚନା ଆରମ୍ଭ ହେବ । ପୂର୍ବରୁ ଶାନ୍ତି ପାଇଁ ୩ ଥର ଉଭୟ ଦେଶ ମଧ୍ୟରେ ହୋଇଥିଲା ଆଲୋଚନା । ଅଧିକ ପଢନ୍ତୁ

Russia-Ukraine War: ଉଭୟ ଦେଶ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା
Russia-Ukraine War: ଉଭୟ ଦେଶ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା

କିଭ: ୧୯ ଦିନରେ ପହଞ୍ଚିଲା ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ । ଏହାରି ମଧ୍ୟରେ ୟୁକ୍ରେନ ଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ । ଆଜି ଉଭୟ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ ପୁଣି ଆଲୋଚନା ହେବ । ସକାଳ ୧୦ଟା ୩୦ରେ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା ଆରମ୍ଭ ହେବା ନେଇ ସ୍ପୁଟନିକ ରିପୋର୍ଟ ପ୍ରକାଶ କରିଛି । ପୂର୍ବରୁ ୩ ଥର ବୈଠକ ହୋଇସାରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ପୁଣି ଆଲୋଚନା ହେବ ।

ସୂଚନାଅନୁଯାୟୀ ଋଷ ପକ୍ଷରୁ ଅସ୍ତ୍ର ବିରତି ଘୋଷଣା କରାଯାଇଥିଲେ ସୁଦ୍ଧା କିଛି ସ୍ଥାନରେ ଋଷସେନା ଆକ୍ରମଣ ଜାରି ରଖିଥିବା ୟୁକ୍ରେନ ପକ୍ଷରୁ ଅଭିଯୋଗ କରାଯାଇଛି । ଗତକାଲି ଯୁଦ୍ଧର ୧୮ ଦିନରେ ୟୁକ୍ରେନର ପୋଲାଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ କରିଥିଲା ଋଷ । ଏଥିରେ ପ୍ରାୟ ୯ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏହା ପୂର୍ବରୁ ୟୁକ୍ରେନ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶର ଆଲୋଚନାକୁ ପ୍ରଶଂସା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.