ETV Bharat / international

ରୁଷରେ ରେକର୍ଡ: 24 ଘଣ୍ଟାରେ 9623 କୋରୋନା ମାମଲା

author img

By

Published : May 2, 2020, 11:56 PM IST

ଗତ 24 ଘଣ୍ଟାରେ 57 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ରୁଷରେ ମୃତ୍ୟୁ ସଂଖ୍ୟା 1222 ଛୁଇଁଛି । ଅଧିକ ପଢନ୍ତୁ...

ଋଷରେ ରେକର୍ଡ: 24 ଘଣ୍ଟାରେ 9623 କୋରୋନା ମାମଲା
ରୁଷରେ ରେକର୍ଡ: 24 ଘଣ୍ଟାରେ 9623 କୋରୋନା ମାମଲା

ମସ୍କୋ: ରୁଷରେ ସ୍ଥିତି ଭୟଙ୍କର ପାଲଟୁଛି । ପ୍ରଥମେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବାବେଳେ କିଛି ସପ୍ତାହ ହେବ ଏଥିରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଏପରିକି ପ୍ରଥମ ଥର ଏହା ଗୋଟିଏ ଦିନରେ 9000ରୁ ଅଧିକ କୋଭିଡ 19 ମାମଲା ଦେଖିଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଏଠାରେ ଶନିବାର 9623ଟି କୋଭିଡ 19 ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 24 ହଜାର 54ରେ ପହଞ୍ଚିଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ରାଜଧାନୀ ମସ୍କୋରେ ହୋଇଥିବାର ଜଣାପଡିଛି । ପରିସ୍ଥିତି ଦେଖି ମସ୍କୋ ମେୟର ଟ୍ରାଭେଲ ଅନୁମତି କମ କରିବାକୁ ଚେତାବନୀ ଦେଇଛନ୍ତି ।

ସେହିପରି ଗତ 24 ଘଣ୍ଟାରେ 57 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ରୁଷରେ ମୃତ୍ୟୁ ସଂଖ୍ୟା 1222 ଛୁଇଁଛି । ଏବେ ସୁଦ୍ଧା ସୁସ୍ଥ ହୋଇ 15 ହଜାର 13 ଜଣ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ଦେଶରେ 2 ପ୍ରକାର ହଲିଡେ ପାଳନ ହେଉଥିବାରୁ ଲୋକଙ୍କୁ ସାମାନ୍ୟ କୋହଳ କରାଯାଇଛି । ତେବେ ପରିସ୍ଥିତି ଭୟଙ୍କର ଥିବାରୁ ଏହାକୁ ମେ 11 ଯାଏଁ ଲାଗୁ କରିଛନ୍ତି ରାଷ୍ଟ୍ରପତି ପୁତିନ । ସେହିପରି ଯେଉଁ ଜାଗାରେ ଆଂଶିକ ଭାବେ ଲକଡାଉନ ଲାଗୁ ହୋଇଛି ସେଠାରେ ଲୋକଙ୍କୁ ସାମାଜିକ ଦୂରତ୍ବ କଡାକଡି କରିବାକୁ ପୁତିନ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷଣ ଦେଖାଦେବା ମାତ୍ରେ ସେଲ୍ଫ ଆଇସୋଲେସନରେ ରହିବାକୁ ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.