ETV Bharat / international

ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବ ଋଷ, ରଖିଛି ୧୩୦ ବସ

author img

By

Published : Mar 4, 2022, 2:27 PM IST

ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି । ଯୁଦ୍ଧ ପ୍ରଭାବିତ ଖାର୍କିଭ ଓ ସୁମିରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ୧୩୦ ବସ୍‌ ପ୍ରସ୍ତୁତ ରଖିଥିବା କହିଲା ଋଷ । ଅଧିକ ପଢନ୍ତୁ

ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପାଇଁ ୧୩୦ ବସ୍‌ ପ୍ରସ୍ତୁତ କରିଛି ଋଷିଆ

ମସ୍କୋ: ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ସାହାଯ୍ୟ କରିବ ଋଷ । ଏଥିପାଇଁ ସେ ବସ୍‌ର ବ୍ୟବସ୍ଥା କରିଛି । ଭାରତୀୟଙ୍କ ସମେତ ଅନ୍ୟାନ୍ୟ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଖାର୍କିଭ ଏବଂ ସୁମିରୁ ସ୍ଥାନାନ୍ତର କରିବା ପାଇଁ ଋଷ ୧୩୦ଟି ବସ୍ ପ୍ରସ୍ତୁତ ରଖିଥିବା ଗୁରୁବାର ଋଷର ଜଣେ ସାମରିକ ଅଧିକାରୀ ଜଣାଇଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧ ଆଜି ନବମ ଦିନରେ ପହଞ୍ଚିଛି । ଋଷ ସେନାର ଲଗାତାର ଆକ୍ରମଣ ଯୋଗୁଁ ହଜାର ହଜାର ଭାରତୀୟଙ୍କ ସମେତ ବହୁ ଦେଶର ନାଗରିକ ଅନେକ ସହରରେ ଫସି ରହିଛନ୍ତି । ଭାରତ ସରକାର ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରତିଦିନ ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶ ଫେରୁଛନ୍ତି ଶହ ଶହ ଭାରତୀୟ । ଏହାରି ମଧ୍ୟରେ ଋଷ କହିଛି ଭାରତୀୟ ଏବଂ ଅନ୍ୟ ଦେଶର ନାଗରିକଙ୍କୁ ଖାର୍କିଭ ଏବଂ ସୁମିରୁ ସ୍ଥାନାନ୍ତର କରିବା ପାଇଁ ୧୩୦ଟି ବସ୍‌ର ବ୍ୟବସ୍ଥା କରିଛି ।

ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି ହେବା ପରେ ୟୁକ୍ରେନରୁ ପ୍ରାୟ ୧୮ ହଜାର ଭାରତୀୟଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା ପରେ ମଧ୍ୟ ଏବେ ବି ୟୁଦ୍ଧଗ୍ରସ୍ତ ୟୁକ୍ରେନରେ ଶହ ଶହ ଭାରତୀୟ ଫସି ରହିଛନ୍ତି । ସମସ୍ତଙ୍କୁ ଯଥାଶୀଘ୍ର ସେଠାରୁ ଉଦ୍ଧାର କରିବା ପାଇଁ ଭାରତ ସରକାର ପ୍ରଚେଷ୍ଟା କରୁଛନ୍ତି । ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ଦୁଇ ଥର ଆଲୋଚନା କରିସାରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତିଙ୍କୁ ସହ ମଧ୍ୟ ପିଏମ୍‌ ମୋଦି କଥା ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.