ETV Bharat / international

ଜାପୋରିଝରିଆ ପରମାଣୁ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ଋଷର ଯୋଜନା - ଜାପୋରିଝରିଆ ପରଣାଣୁ ପ୍ଲାଣ୍ଟ

ଜାପୋରିଝରିଆ ପରମାଣୁ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଦଖଲ ପାଇଁ ଋଷର ଯୋଜନା । ସୂଚନା ଦେଲେ IAEA ମହାନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଜାପୋରିଝରିଆ ପରମାଣୁ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଦଖଲ ପାଇଁ ଋଷ ଯୋଜନା

author img

By

Published : Mar 13, 2022, 12:20 PM IST

କିଭ୍: ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗୁନି। ଏବେ ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟ ବା ୟୁକ୍ରେନର ଜାପୋରିଝରିଆ ଆଣବିକ କେନ୍ଦ୍ର(zaporizhzhya nuclear power plant)କୁ ସ୍ଥାୟୀ ଏବଂ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବାକୁ ଋଷିଆ ଯୋଜନା କରୁଛି । ଋଷର ପରମାଣୁ ଶକ୍ତି କମ୍ପାନୀ ରୋସାଟମ୍( Rosatom) ଅଧିନକୁ ପରମାଣୁ ପ୍ଲାଣ୍ଟ ଆଣିବାକୁ ଯୋଜନା କରୁଥିବା ୟୁକ୍ରେନ ଅନ୍ତରାଷ୍ଟ୍ରୀୟ ଆଟମିକ୍ ଏନର୍ଜି ଏଜେନ୍ସିକୁ ଜଣାଇଛି (IAEA) । IAEA ମହାନିର୍ଦ୍ଦେଶକ ରାଫେଲ ମାରିଆୋ ଗ୍ରୋସି ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି ।

ୟୁକ୍ରେନ ପରମାଣୁ ଶକ୍ତି କମ୍ପାନୀ ଅପରେଟର ଏନେରୋଗୋଟମ୍‌ IAEA ମହାନିର୍ଦ୍ଦେଶକଙ୍କ ଏକ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରାୟ ୪୦୦ ଋଷୀୟ ସେନା ଜାପୋରିଝରିଆ ପରମାଣୁ ପ୍ଲାଣ୍ଟ ଭିତରେ ଉପସ୍ଥିତ ରହିଛନ୍ତି ଏବଂ ସେମାନେ ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ ଋଷ୍ ସାମରିକ ବାହିନୀ ଅଧିନରେ ଥିବା ଦାବି କରିଛନ୍ତି । କିଛି ଦିନ ପୂର୍ବରୁ ଋଷୀୟ ବିଶେଷଜ୍ଞ ଏହି ପ୍ଲାଣ୍ଟରେ ପହଞ୍ଚିଥିଲେ ଏବଂ ବିକିରଣ ସ୍ଥିତି ଅନୁଧ୍ୟାନ କରିଥିଲେ ।

ବର୍ତ୍ତମାନ ପରମାଣୁ ପ୍ଲାଣ୍ଟର ନିୟମିତ କର୍ମଚାରୀ ସବୁଦିନ ଭଳି ପ୍ଲାଣ୍ଟର ତଦାରଖ କରୁଛନ୍ତି ଏବଂ ଦୈନନ୍ଦିନ କାର୍ଯ୍ୟ କରୁଛନ୍ତି । କିନ୍ତୁ ପ୍ଲାଣ୍ଟର ପରିଚାଳନା ଏବେ ଋଷ୍ ସେନା ହାତରେ ରହିଛି । କହିରଖୁଛୁ କି, ଏହା ପୂର୍ବରୁ ୟୁକ୍ରେନ IAEAକୁ ସୂଚୀତ କରିଥିଲା ଯେ, ମାର୍ଚ୍ଚ ୪ରେ ଋଷ ସେନା ସର୍ବବୃହତ୍ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ କରିଥିଲା ଏବଂ ୬ ରିଆକ୍ଟର ସହ ପ୍ଲାଣ୍ଟ ନିଜ ଦଖଲକୁ ନେଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.