ETV Bharat / international

Russia-Ukraine War: ୫ ସହରରେ ଅସ୍ତ୍ରବିରତି ଘୋଷଣା କଲା ଋଷ

author img

By

Published : Mar 8, 2022, 12:43 PM IST

ୟୁକ୍ରେନର ୫ଟି ସହରରେ ଅସ୍ତ୍ରବିରତି ଘୋଷଣା କଲା ଋଷ । କିଭ୍, ଚେରନିଭ୍, ସୁମି, ଖାର୍କିଭ ଓ ମାରିଓପଲ ଅସ୍ତ୍ରବିରତି ଘୋଷଣା । ଅଧିକ ପଢନ୍ତୁ

Russia-Ukraine War: ୫ ସହରରେ ଅସ୍ତ୍ରବିରତି ଘୋଷଣା କଲେ ଋଷ

ମସ୍କୋ: ପୁଣି ଅସ୍ତ୍ରବିରତି ଘୋଷଣା କଲେ ଋଷିଆ । ଆଜି ୟୁକ୍ରେନ-ଋଷିଆ ଯୁଦ୍ଧ ୧୩ ଦିନରେ ପହଞ୍ଚି ଥିବାବେଳେ ଋଷ୍ ୟୁକ୍ରେନର ୫ଟି ସହରରେ ଅସ୍ତ୍ରବିରତି ଘୋଷଣା କରିଛି । ଏହି ସହର ଗୁଡିକ ହେଲା କିଭ୍, ଚେରନିଭ୍, ସୁମି, ଖାର୍କିଭ ଓ ମାରିଓପଲ । ଭାରତୀୟ ସମୟ ସାଢେ ୧୨ଟାରୁ ଏହି ପାଞ୍ଚଟି ସହରରେ ସାମୟିକ ଅସ୍ତ୍ରବିରତି ଲାଗୁ ହେବ । ଯୁଦ୍ଧକ୍ଷେତ୍ରରୁ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଋଷ ଏହି ଘୋଷଣା କରିଛି । ଋଷିଆର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏନେଇ ସୂଚନା ଦିଆଯାଇଛି ।

ବେଲାରୁଷରେ ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପରେ ଋଷ ଯୁଦ୍ଧବିରତି ଘୋଷଣା କରିଛି । ଯଦିଓ ଏହି ଆଲୋଚନାରେ ଯୁଦ୍ଧ ବନ୍ଦ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ବୈଠକରେ ନାଗରିକଙ୍କୁ ସ୍ଥାନାନ୍ତରଣ ନେଇ ଆଲୋଚନା ହୋଇଛି ଏବଂ ମଙ୍ଗଳବାର ଠାରୁ ମାନବୀୟ କରିଡର ଖୋଲିବ ବୋଲି ଋଷ କହିଛି । ଆଜି ମସ୍କୋ ସମୟ ଅନୁସାରେ ଦିନ ୧୦ଟାରୁ(ଭାରତୀୟ ସମୟ ସାଢେ ୧୨ଟା) ଏହି ଅସ୍ତ୍ରବିରତି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି ଏବଂ ମାନବୀୟ କାରିଡର ଖୋଲିବାକୁ ଋଷ ଘୋଷଣା କରିଛି । ଶନିବାର ନାଗରିକଙ୍କ ସ୍ଥାନାନ୍ତର ପାଇଁ ଦୁଇଟି ସହରରେ ସାମୟିକ ଅସ୍ତ୍ରବିରତ ଘୋଷଣା ହୋଇଥିଲା ।

କହିରଖୁଛୁ କି, ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ୧୭ ହଜାରରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଏବେ ବି ଅନେକ ସହରର ଶହ ଶହ ଭାରତୀୟ ଫସି ରହିଛନ୍ତି । ଏନେଇ ସୋମବାର ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କ ସହ କଥା ହୋଇଥିଲେ । ପୁଟିନ ମଧ୍ୟ ଭାରତୀୟଙ୍କ ଉଦ୍ଧାରରେ ସହଯୋଗ କରିବେ ବୋଲି ଆଶ୍ବସନା ଦେଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.