ETV Bharat / international

ଚୀନ ଆକ୍ରାନ୍ତଙ୍କୁ ଟପିଲା ଋଷ

author img

By

Published : Apr 27, 2020, 4:39 PM IST

ସୋମବାର ଦେଶରେ 6198 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ରବିବାର 6361 ଜଣ କୋରୋନା ସଂକ୍ରମିତ ହୋଇଥିଲେ । ଅଧିକ ପଢନ୍ତୁ...

ଚୀନ ଆକ୍ରାନ୍ତଙ୍କୁ ଟପିଲା ଋଷ
ଚୀନ ଆକ୍ରାନ୍ତଙ୍କୁ ଟପିଲା ଋଷ

ମସ୍କୋ: ଋଷରେ କୋଭିଡ 19 ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ମାମଲା ସାମନାକୁ ଆସୁଛି । ଗତ 2 ଦିନ ଭିତରେ ଏଠାରେ 12 ହଜାରରୁ ଅଧିକ କୋରୋନା ସଂକ୍ରମିତ ସ୍ପଷ୍ଟ ହୋଇଛନ୍ତି ।

ଋଷର କୋରୋନା ଭାଇରସ ବିପତ୍ତି ରେସପନ୍ସ ସେଣ୍ଟରର ସୂଚନାନୁସାରେ ସୋମବାର ଦେଶରେ 6198 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ରବିବାର 6361 ଜଣ କୋରୋନା ସଂକ୍ରମିତ ହୋଇଥିଲେ । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 87 ହଜାର 147ରେ ପହଞ୍ଚିଛି ।

ଏହି ଅବସରରେ ଚୀନର ମୋଟ ଆକ୍ରାନ୍ତଙ୍କ ସଂଖ୍ୟାକୁ ପାର କରିଛି ଋଷ । ଚୀନରେ ସୋମବାର ସୁଦ୍ଧା 82 ହଜାର 830 ଆକ୍ରାନ୍ତ ଥିବାବେଳେ ଋଷରେ 87 ହଜାର ପାର କରିଛି । ତେବେ ଗତ 24 ଘଣ୍ଟାରେ ଋଷରେ 50 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 794 ଛୁଇଁଛି । ସେହିପରି 7346 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.