ETV Bharat / international

ସରକାରଙ୍କ ସ୍ଥିତି ସୁଧୁରୁଥିବା ଦାବି ଫେଲ, ଋଷରେ ନୂଆ 9000 ମାମଲା

author img

By

Published : May 19, 2020, 5:49 PM IST

ଲଗାତାର 4ଦିନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ତଳେ ରହିଛି । ମେ ମାସରେ ଏହା ପ୍ରଥମ ଥର ହୋଇଛି ଯେବେକି ପୂର୍ବରୁ ସବୁଦିନ ଏହା 10 ହଜାର ଉପରେ ରହିଥିଲା । ଅଧିକ ପଢନ୍ତୁ...

ସରକାରଙ୍କ ସ୍ଥିତି ସୁଧୁରୁଥିବା ଦାବି ଫେଲ, ଋଷରେ ନୂଆ 9000 ମାମଲା
ସରକାରଙ୍କ ସ୍ଥିତି ସୁଧୁରୁଥିବା ଦାବି ଫେଲ, ଋଷରେ ନୂଆ 9000 ମାମଲା

ମସ୍କୋ: ଦେଶରେ ସ୍ଥିତି ସୁଧୁରୁଥିବା ନେଇ ଋଷ ସରକାର କରିଥିବା ଦାବି ଫେଲ ମାରିଛି । ଗତ 24 ଘଣ୍ଟାରେ ନୂଆ 9000ଟି କୋରୋନା ମାମଲା ବାହାରିଥିବା ଜଣାପଡିଛି । ଫଳରେ ମଙ୍ଗଳବାର ସୁଦ୍ଧା ଋଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ପାଖାପାଖି ପହଞ୍ଚିଛି ।

ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନାନୁସାରେ, ଋଷରେ ଗତ 24 ଘଣ୍ଟାରେ 9263 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 99 ହଜାର 941 ଛୁଇଁଛି । ଆମେରିକା ପଛକୁ ବିଶ୍ବର ଦ୍ବିତୀୟ ଦେଶ ଭାବେ ଏହାର ସର୍ବାଧିକ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ ମିଖାଇଲ କହିଥିଲେ ଯେ ଋଷରେ ନୂଆ କୋଭିଡ 19 ମାମଲାରେ ଅନେକ ହ୍ରାସ ଘଟିଛି । ଏହାସହ କେତେକ ସ୍ଥାନରେ ଲକଡାଉନ କଟକଣା ମଧ୍ୟ କୋହଳ କରାଯାଇଥିଲା ।

ଲଗାତାର 4ଦିନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ତଳେ ରହିଛି । ମେ ମାସରେ ଏହା ପ୍ରଥମ ଥର ହୋଇଛି ଯେବେକି ପୂର୍ବରୁ ସବୁଦିନ ଏହା 10 ହଜାର ଉପରେ ରହିଥିଲା । ସେହିପରି 115 ନୂଆ ମୃତ୍ୟ ରେକର୍ଡ ହୋଇଛି । ଦେଶରେ ଏବେ ସୁଦ୍ଧା ମୋଟ 2837 ଜଣଙ୍କର ମୃତ୍ୟୁ ହୋଇସାରିଛି । ତେବେ ଋଷ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଦେଶକୁ ବିଳମ୍ବରେ କୋରୋନା ଆସିଥିବାରୁ ସରକାର ଏନେଇ ପୂର୍ବ ପ୍ରସ୍ତୁତି କରିସାରିଥିଲେ । ତେଣୁ ଅଧିକ ଆକ୍ରାନ୍ତ ସତ୍ତ୍ବେ ମୃତ୍ୟୁସଂଖ୍ୟା କମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.