ରୋମାନିଆ: ମାରାତ୍ମକ କୋରୋନା ଭାଇରସ ଯୋଗୁଁ ସାରା ଦୁନିଆ ଏବେ ଥରହର । ସମସ୍ତେ ଏହାର ଦ୍ରୁତ ସଂକ୍ରମଣକୁ ରୋକିବାକୁ ଅଧିକାଂଶ ଦେଶ ଏବେ ତାଲାବନ୍ଦ ରହିଥିବାବେଳେ ଏବେ ବି ଲକଡାଉନ ନିୟମ ବଳବତ୍ତର ରହିଛି । ଏହାସହ ଏହି ମହାମାରୀ ସଂକ୍ରମଣକୁ ରୋକିବାକୁ ଅନେକ ନିୟମ ଓ କଟକଣା ମଧ୍ୟ ସବୁଦେଶରେ କରାଯାଇଛି । ହେଲେ ଏହାରି ମଧ୍ୟରେ ଏହି ଲକଡାଉନ ନିୟମ ଉଂଲ୍ଲଘନ କରି ରୋମାନିଆର ପ୍ରଧାନମନ୍ତ୍ରୀ ଲୁଡୋବିକ ଓରବାନଙ୍କୁ ଦୁଇଗୁଣା ଜୋରିମାନା ଗଣିବାକୁ ପଡିଛି ।
ରୋମାନିଆରେ ମଧ୍ୟ କୋରୋନା ଆତଙ୍କ ରହିଛି । ଯାହାକୁ ଦେଖି ସେଠାରେ ସର୍ବଜାନୀନ ସ୍ଥାନମାନଙ୍କରେ ଧୁମ୍ରପାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ମାତ୍ର ସେଠାକାର ପ୍ରଧାନମନ୍ତ୍ରୀ ଲୁଡୋବିକ ଓରବାନ ନିଜ ମନ୍ତ୍ରୀମାନଙ୍କ ମଧ୍ୟରେ ଥାଇ ବିନା କୌଣସି ସାମାଜିକ ଦୂରତା ଅବଲମ୍ବନରେ ସିଗାରେଟ ଏବଂ ମଦ୍ୟପାନ କରୁଥିବା ଦେଖିବାକୁ ମିଳଥିଲା ।
ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିଜ ପ୍ରଣୟନ କରିଥିବା ନିୟମ ଉଂଲ୍ଲଘନ କରିବା ଅଭିଯୋଗରେ ପ୍ରଧାନମନ୍ତ୍ରୀ ଲୁଡୋବିକଙ୍କୁ 600 ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁସାରେ 45 ହଜାର ଟଙ୍କା ଦୁଇଗୁଣା ଜୋରିମାନା ଭରିଛନ୍ତି ।