ETV Bharat / international

ୟୁକେରେ ଶେଷ ପର୍ଯ୍ୟାୟରେ ପହଞ୍ଚିଲା ସାମାଜିକ ଦୂରତ୍ବ ସମୀକ୍ଷା

author img

By

Published : Jun 21, 2020, 9:55 AM IST

ୟୁକେରେ ଜାରି ରହିଥିବା 2 ମିଟରର ସାମାଜିକ ଦୂରତ୍ବ ନିୟମ କେତେ ଦୂର ଠିକ୍‌, ସେନେଇ ଜାରି ରହିଛି ସମୀକ୍ଷା । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ସମୀକ୍ଷା ଚାଲିଥିବା ବେଳେ ଏହି ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

corona effect in uk, social distancing in uk, corona update in uk, restriction eases in uk, social distacning review in uk, ୟୁକେରେ କୋରୋନା ପ୍ରଭାବ, ୟୁକେରେ ସାମାଜିକ ଦୂରତ୍ବ କଟକଣା, ୟୁକେରେ କୋରୋନା ଅପଡେଟ, ୟୁକେରେ କଟକଣା କୋହଳ ପ୍ରକ୍ରିୟା, ୟୁକେରେ ସାମାଜିକ ଦୂରତ୍ବ ସମୀକ୍ଷା ପ୍ରକ୍ରିୟା
ୟୁକେରେ ଶେଷ ପର୍ଯ୍ୟାୟରେ ପହଞ୍ଚିଲା ସାମାଜିକ ଦୂରତ୍ବ ସମୀକ୍ଷା

ଲଣ୍ଡନ: ୟୁକେରେ ଜାରି ରହିଥିବା 2 ମିଟରର ସାମାଜିକ ଦୂରତ୍ବ ନିୟମ କେତେ ଦୂର ଠିକ୍‌, ସେନେଇ ଜାରି ରହିଛି ସମୀକ୍ଷା । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ସମୀକ୍ଷା ଚାଲିଥିବା ବେଳେ ଏହି ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ୟୁକେ ସାଂସ୍କୃତିକ ସଚିବ ଅଲିଭର ଡାଉଡେନ ।

ଡାଉଡେନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ସରକାରଙ୍କ ଦ୍ବାରା ଚାଲିଥିବା ଏହି ସମୀକ୍ଷା ପ୍ରକ୍ରିୟା ଆଗାମୀ କିଛି ଦିନ ମଧ୍ୟରେ ସମାପ୍ତ ହେବ । ବର୍ତ୍ତମାନ ଲାଗୁ ରହିଥିବା 2 ମିଟରର ସାମାଜିକ ଦୂରତ୍ବ ନିୟମ ଦେଶରେ ଅନେକ ବ୍ୟବସାୟ ପ୍ରତି ବିପଦ ସୃଷ୍ଟି କରିବା ସହ ଅନେକ କ୍ଷେତ୍ରରେ ଏହା ସମ୍ଭବ ନୁହେଁ ବୋଲି ବିରୋଧୀମାନେ ସ୍ବର ଉତ୍ତୋଳନ କରିଥିଲେ । ସେପଟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ 1.5ମିଟର ବ୍ୟବଧାନର ସାମାଜିକ ଦୂରତ୍ବ କଟକଣା ଲାଗୁ ପାଇଁ ଗାଇଡଲାଇନ ଜାରି କରିଥିଲେ ।

ଏହି କ୍ରମରେ ସରକାର ଲାଗୁ ନିୟମର ସମୀକ୍ଷା ଆରମ୍ଭ କରିଥିଲେ । ଗତ ଜୁନ 22ରୁ ଦେଶରେ ପବ୍‌, ରେସ୍ତୋରାଁ ଓ କ୍ୟାଫେ ଆଦି ଖୋଲିଥିବା ବେଳେ ଏହି ସାମାଜିକ ଦୂରତ୍ବ ନିୟମ ସେମାନଙ୍କ ବ୍ୟବସାୟକୁ କିପରି ପ୍ରଭାବିତ କରୁଛି ତାହାର ସମୀକ୍ଷା ଜାରି ରହିଛି । ସେପଟେ ଜୁନ 14ରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା ଏହି ସମୀକ୍ଷାରେ ଦେଶରେ ପର୍ଯ୍ୟାୟକ୍ରମେ କୋହଳ ହେଉଥିବା କଟକଣା ପରେ ସାମାଜିକ ଦୂରତ୍ବ ନିୟମ କ’ଣ ପ୍ରଭାବ ପକାଉଛି ତାହା ଅନୁଧ୍ୟାନ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ଏହି ନିୟମରେ ପରିବର୍ତ୍ତନ ନେଇ କୌଣସି ସୂଚନା ରହିନାହିଁ । ତେବେ ଆଗାମୀ ପଦକ୍ଷେପ କ’ଣ ରହିବ ତାହା ସମୀକ୍ଷାର ଅନ୍ତରେ ହିଁ ଜଣା ପଡିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.