ETV Bharat / international

ଜୁନ 22ରୁ ଇଂଲଣ୍ଡରେ ସ୍ବାଭାବିକ ହେବ ସମସ୍ତ ପବ୍‌

author img

By

Published : Jun 9, 2020, 8:34 AM IST

ଜୁନ 22 ସୁଦ୍ଧା ଦେଶର ସମସ୍ତ ପବ୍‌ କାର୍ଯ୍ୟକାରୀ ହେବା ନେଇ ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ସୋମବାର ସ୍ପଷ୍ଟ କରିଛନ୍ତି । ଦେଶରେ 3,500,000 ଚାକିରୀ ବଞ୍ଚାଇବାକୁ ଯାଇ ଏପରି ନିଷ୍ପତ୍ତି ନେଇଥିବା ବୋରିଶ ପ୍ରକାଶ କରିଛନ୍ତି ।

pubs to reopen in england, corona effect on england, unemployement in england, hospitality service in england, ଇଂଲଣ୍ଡରେ ଖୋଲିବ ପବ୍‌, ଇଂଲଣ୍ଡରେ କୋରୋନା ପ୍ରଭାବ, ଇଂଲଣ୍ଡରେ ବେରୋଜଗାର, ଇଂଲଣ୍ଡରେ ଆତିଥ୍ୟତା
ଜୁନ 22ରୁ ଇଂଲଣ୍ଡରେ ସ୍ବାଭାବିକ ହେବ ସମସ୍ତ ପବ୍‌

ଲଣ୍ଡନ: ଜୁନ 22 ସୁଦ୍ଧା ଦେଶର ସମସ୍ତ ପବ୍‌ କାର୍ଯ୍ୟକାରୀ ହେବା ନେଇ ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ସୋମବାର ସ୍ପଷ୍ଟ କରିଛନ୍ତି । ଦେଶରେ 3,500,000 ଚାକିରୀ ବଞ୍ଚାଇବାକୁ ଯାଇ ଏପରି ନିଷ୍ପତ୍ତି ନେଇଥିବା ବୋରିସ ପ୍ରକାଶ କରିଛନ୍ତି । ଶନିବାର ଓ ରବିବାର ଏସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ ବୋରିଶ ଦେଶକୁ ଜୁଲାଇ ସୁଦ୍ଧା ସ୍ବାଭାବିକ ସ୍ଥିତିକୁ ଫେରାଇବାକୁ ଜୋରସୋର ଚେଷ୍ଟା ଆରମ୍ଭ କରିଛନ୍ତି ।

କିଛି ଦିନ ତଳେ ଦେଶର ବାଣିଜ୍ୟ ସଚିବ ଆଲୋକ ଶର୍ମା ସରକାରଙ୍କୁ ଦେଶରେ ଲକଡାଉନ ଜନିତ ବେରୋଜଗାରୀ ସୃଷ୍ଟି ନେଇ ସତର୍କ କରାଇଥିଲେ । ଯାହା ବୋରିସଙ୍କୁ ଚିନ୍ତାରେ ପକାଇବା ସହ ତ୍ବରିତ ଭାବେ କିଛି ପଦକ୍ଷେପ ନେବା ପାଇଁ ବାଧ୍ୟ କରିଥିଲା । ଏନେଇ ସେ ‘ସେଭ ସମର୍‌ ସିକ୍ସ’ ନାମକ ଏକ ଦଳ ପ୍ରସ୍ତୁତ କରିଛନ୍ତି । ଏହି ଦଳକୁ ଆସନ୍ତା ମାସେ ମଧ୍ୟରେ ଦେଶର ଅର୍ଥନୀତିକୁ ସ୍ବାଭାବିକ କରାଇବାର ଦାୟିତ୍ବ ଦିଆଯାଇଛି ।

ପୂର୍ବରୁ ଦେଶର ପବ୍‌, ବାର ଓ ରେସ୍ତୋରାଁ ଆଦି ଜୁଲାଇ 4 ପୂର୍ବରୁ ନଖୋଲିବା ପାଇଁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ପାର୍ସଲ ସର୍ଭିସ ପାଇଁ ଏ ସମସ୍ତଙ୍କୁ ଅନୁମତି ରହିଥିଲା । ହେଲେ ବେରୋଜଗାର ଚିନ୍ତାରେ ବୋରିସଙ୍କ ଦ୍ବାରା ଗଠିତ ଦଳ ଜୁନ 22 ସୁଦ୍ଧା ସମସ୍ତ ପବ୍‌ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ କୋରୋନା ମାଡରେ ଦେଶର ଆତିଥ୍ୟତା ସେବା ବିଶେଷ ପ୍ରଭାବିତ ହୋଇଥିବା ବୋରିସ ହୃଦବୋଧ କରିଛନ୍ତି । ମାର୍ଚ୍ଚ 16ରେ ଦେଶରେ ଏହି ସେବା ବନ୍ଦ ଥିବା ବେଳେ ଏହି କ୍ଷେତ୍ରରେ ସର୍ବାଧିକ ବେରୋଜଗାର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.