ଲଣ୍ଡନ: ବ୍ରିଟେନର ପ୍ରିନ୍ସ ଚାର୍ଲ୍ସଙ୍କ କାର୍ଯ୍ୟାଳୟ ଭାରତୀୟ କେନ୍ଦ୍ର ମନ୍ତ୍ରୀଙ୍କ ଏକ ଦାବିକୁ ଖାରଜ କରିଦେଇଛନ୍ତି । ବ୍ରିଟିଶ ସିଂହାସନର ଉତ୍ତରାଧିକାରୀ ବେଙ୍ଗାଲୁରୁର ଏକ ହୋଲିଷ୍ଟ ରିସର୍ଟରୁ ଆୟୁର୍ବେଦ ଏବଂ ହୋମିଓପାଥି ଚିକିତ୍ସା ମାଧ୍ୟମରେ COVID-19 ଦ୍ୱାରା ପ୍ରିନ୍ସ ଚାର୍ଲ୍ସ ଆରୋଗ୍ୟ ହୋଇଥିବା କହିଥିଲେ କେନ୍ଦ୍ର ମନ୍ତ୍ରୀ । ବ୍ରିଟେନ କାର୍ଯ୍ୟାଳୟ କହିଛି ଯେ, ସେ କେବଳ NHSର ଡାକ୍ତରୀ ପରାମର୍ଶ ଅନୁସରଣ କରି ଆରୋଗ୍ୟ ହୋଇଛନ୍ତି । ଭାରତୀୟ ମନ୍ତ୍ରୀଙ୍କ ଦାବିରେ କୌଣସି ସତ୍ୟାସତ୍ୟ ନାହିଁ ।
ଗଣମାଧ୍ୟମକୁ ସୂଚନା ଦେଇ କ୍ଲେରେନ୍ସ ହାଉସର ମୁଖପାତ୍ର କହିଛନ୍ତି ଯେ, ଏହି ସୂଚନା ଭୁଲ ଅଟେ । ୱେଲ୍ସରେ ପ୍ରିନ୍ସ ବ୍ରିଟେନରେ ଜାତୀୟ ସ୍ୱାସ୍ଥ୍ୟ ସେବାର ଡାକ୍ତରୀ ପରାମର୍ଶକୁ ଅନୁସରଣ କରି ଆରୋଗ୍ୟ ଲାଭ କରିଥିବା କହିଛନ୍ତି ।
ଗୁରୁବାର କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକ ଦାବି କରିଥିଲେ ଯେ, "ବେଙ୍ଗାଲୁରୁର SOUKYA ଆୟୁର୍ବେଦ ରିସର୍ଟ ଚଳାଉଥିବା ଡକ୍ଟର (ଆଇଜାକ୍) ମାଥାଇଙ୍କଠାରୁ ତାଙ୍କୁ କଲ ଆସିଥିଲା। ସେ କହିଥିଲେ ଯେ ଆୟୁର୍ବେଦ ଓ ହୋମିଓପାଥି ମାଧ୍ୟମରେ ପ୍ରିନ୍ସ ଚାର୍ଲ୍ସଙ୍କ ଚିକିତ୍ସା ସଫଳ ହୋଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ମାସ ଶେଷରେ ପ୍ରିନ୍ସ ଚାର୍ଲ୍ସ କୋରୋନା ଭାଇରସ୍ ଆକ୍ରାନ୍ତ ହୋଇଥିଲେ। ପଜିଟିଭ୍ ପରୀକ୍ଷା କରିବା ଏବଂ ସାମାନ୍ୟ ଲକ୍ଷଣ ଦେଖାଇବା ପରେ ସେ ସାତ ଦିନ ସ୍କଟଲାଣ୍ଡରେ ସେ ସେଲ୍ପ ଆଇସୋଲେସନରେ ଥିଲେ । ପରେ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ ରହିଥିଲା ।
@IANSଇନପୁଟ