ଲଣ୍ଡନ: ବ୍ରିଟିଶ ରାଜ ସିଂହାସନର ଉତ୍ତରାଧିକାରୀ ପ୍ରିନ୍ସ ଚାର୍ଲ୍ସଙ୍କ କୋରୋନା ଭାଇରସ ରିପୋର୍ଟ ପଜେଟିଭ ରହିଛି ।
ରାଜକୁମାରଙ୍କ କ୍ଲେରେନ୍ସ ହାଉସ୍ ଅଫିସ ପକ୍ଷରୁ କୁହାଯାଇଛି ଯେ 71 ବର୍ଷୀୟ ରାଜକୁମାରଙ୍କ ନିକଟରେ COVID-19 ର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଏବେ ସେ ସ୍କଟଲ୍ୟାଣ୍ଡର ଏକ ରୟାଲ ଇଷ୍ଟେଟରେ ନିଜକୁ ସେଲ୍ପ-ଅଇସୋଲେସନରେ ରଖିଛନ୍ତି ।
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ତାଙ୍କ ପତ୍ନୀ କାମିଲାଙ୍କ କୋରୋନା ରିପୋର୍ଟ ନେଗେଟିଭ ରହିଛି ।
@AP