ETV Bharat / international

କୋରୋନା ପଜିଟିଭର 7 ଦିନ ପରେ ସେଲ୍ଫ ଆଇସୋଲେସନରୁ ବାହାରିଲେ ପ୍ରିନ୍ସ ଚାର୍ଲ୍ସ - କୋରୋନା

କୋରୋନା ସଂକ୍ରମିତ ହେବା ପରେ ପ୍ରିନ୍ସ ଚାର୍ଲ୍ସ ସୋମବାର ଏକାନ୍ତବାସରୁ ବାହାରିଛନ୍ତ । ସପ୍ତାହ ପୂର୍ବରୁ ତାଙ୍କର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା । ପରେ ସେ ନିଜକୁ ଆଇସୋଲେସନରେ ରଖିଥିଲେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 31, 2020, 9:06 AM IST

ଲଣ୍ଡନ: କୋରୋନା ମହାମାରୀକୁ ପରାସ୍ତ କରିଛନ୍ତି ପ୍ରିନ୍ସ ଚାର୍ଲ୍ସ । କୋରୋନା ସଂକ୍ରମିତ ହେବା ପରେ ପ୍ରିନ୍ସ ଚାର୍ଲ୍ସ ସୋମବାର ଏକାନ୍ତବାସରୁ ବାହାରିଛନ୍ତି । ସପ୍ତାହ ପୂର୍ବରୁ ତାଙ୍କର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା । ପରେ ସେ ନିଜକୁ ଆଇସୋଲେସନରେ ରଖିଥିଲେ ।

ବ୍ରିଟିଶ ସିଂହାସନର 71 ବର୍ଷୀୟ ଉତ୍ତରାଧିକାରୀ ଗତ ସପ୍ତାହରେ ଏବର୍ଡିନଶାୟାରରେ ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଦ୍ବାରା ପରୀକ୍ଷା କରାଯିବା ପରେ କୋରୋନା ପଜେଟିଭ ଆସିଥିଲା । ଏହାପରେ ସେ ତୁରନ୍ତ ସ୍କଟଲ୍ୟାଣ୍ଡର ରାଣୀ ବାଲମୋରାଲ ଇଷ୍ଟେଟରେ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଥିଲେ ।

ମୁଖପାତ୍ର କହିଛନ୍ତି ଯେ କ୍ଲେରେନ୍ସ ହାଉସ୍ ଆଜି (ସୋମବାର) ନିଶ୍ଚିତ କରିଛନ୍ତି ଯେ ପ୍ରିନ୍ସ ଅଫ୍ ୱେଲ୍ସ ତାଙ୍କ ଡାକ୍ତରଙ୍କ ପରାମର୍ଶ ପରେ ଏକାନ୍ତବାସରୁ ବାହାରି ଆସିଛନ୍ତି। ତାଙ୍କ କ୍ଲେରେନ୍ସ ହାଉସ ରାଜ କାର୍ଯ୍ୟାଳୟ କହିଛି ଯେ ରାଜକୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ସରକାରୀ ପ୍ରତିବନ୍ଧକ ପରେ ସେ ଘରୁ କାମ କରୁଥିଲେ।

ତାଙ୍କ ପତ୍ନୀ ଏବଂ ଡୁକେସ୍ ଅଫ୍ କର୍ଣ୍ଣୱାଲ୍ କାମିଲାଙ୍କ ମଧ୍ୟ କୋରୋନା ପରୀକ୍ଷା କରାଯାଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ ଏବଂ ପ୍ରିନ୍ସ ଚାର୍ଲ୍ସଙ୍କ ରିପୋର୍ଟ ପଜେଟିଭ ଆସିଥିଲା । ଏହା ପରେ ପ୍ରିନ୍ସ ନିଜକୁ ଆଇସୋଲେସନରେ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.