ETV Bharat / international

ୟୁକେ ସଂସଦ ବାତିଲକୁ ବିରୋଧ: 10 ଲକ୍ଷ ଲୋକଙ୍କ ଦସ୍ତଖତ - ପ୍ରଧାନମନ୍ତ୍ରୀ ବୋରିସ ଜନସନ

ବୁଧବାର ସଂସଦ ବାତିଲ ନିଷ୍ପତ୍ତି ହେବା କ୍ଷଣି ଶହ ଶହ ସଂଖ୍ୟାରେ ଲୋକ ସଂସଦ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ୟୁରୋପିୟାନ ସଙ୍ଘ ସମର୍ଥିତ ଓ ବ୍ରେକ୍ସିଟ ବିରୋଧୀ ପ୍ଲାକାର୍ଡ ଧରି ଲୋକେ ପ୍ରତିବାଦ କରିଥିଲେ ।

ବ୍ରିଟେନବାସୀଙ୍କ ବିକ୍ଷୋଭ
author img

By

Published : Aug 30, 2019, 5:02 AM IST

ଲଣ୍ଡନ: ୟୁରୋପିୟାନ ସଙ୍ଘରୁ ବ୍ରିଟେନର ବାହାରିବା ନିଶ୍ଚିତ ହୋଇଛି । ବୁଧବାର ୟୁକେ ସଂସଦକୁ 14 ଅକ୍ଟୋବର ଯାଏଁ ବାତିଲ କରି ବ୍ରେକ୍ସିଟ ନିଷ୍ପତ୍ତିକୁ ପକ୍କା କରିଛନ୍ତି ବ୍ରିଟେନ ସରକାର । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ରାଣୀ ଏଲିଜାବେଥ ଦ୍ବିତୀୟ ।

ତେବେ ସରକାରଙ୍କ ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାନ୍ତି ବ୍ରିଟେନବାସୀ । ବୁଧବାର ସଂସଦ ବାତିଲ ନିଷ୍ପତ୍ତି ହେବା କ୍ଷଣି ଶହ ଶହ ସଂଖ୍ୟାରେ ଲୋକ ସଂସଦ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ୟୁରୋପିୟାନ ସଙ୍ଘ ସମର୍ଥିତ ଓ ବ୍ରେକ୍ସିଟ ବିରୋଧୀ ପ୍ଲାକାର୍ଡ ଧରି ଲୋକେ ପ୍ରତିବାଦ କରିଥିଲେ । ତେବେ ଗୁରୁବାର ଏହି ଆନ୍ଦୋଳନ ଆହୁରି ପାଦେ ଆଗେଇଛି । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବ୍ରିଟେନବାସୀ ଆରମ୍ଭ କରିଛନ୍ତି ଦସ୍ତଖତ ଅଭିଯାନ ।

Boris Johnson
ବୋରିସ ଜନସନ(ଫାଇଲ ଫଟୋ)

ବୁଧବାର ରାତିରୁ ଆରମ୍ଭ ହୋଇଥିବା ଏକ ପିଟିସନରେ ଏପର୍ଯ୍ୟନ୍ତ 10 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସାଇନ କରିସାରିଲେଣି । ଗୁରୁବାର ସକାଳୁ ଏହି ସଂଖ୍ୟା ଅଧିକ ହୋଇଥିଲା । ଲୋକେ ଏଥିରେ ଏପରି ସାମିଲ ହେଉଛନ୍ତି ଯେ ପ୍ରତି ମିନିଟରେ ଏଥିରେ 1000 ଦସ୍ତଖତ ବୃଦ୍ଧି ପାଉଛି । ୟୁକେ ସଂସଦରେ ବ୍ରେକ୍ସିଟ ଉପରେ ବିତର୍କ ଲାଗି ଯେତିକି ସାଂସଦଙ୍କ ଆବଶ୍ୟକ ଏହି ପରିମାଣ ତାହାର 10 ଗୁଣ ଅଧିକ । ବ୍ରିଟେନ ସରକାର ଯେବେଠାରୁ ବ୍ରେକ୍ସିଟ ନେଇ ସୂଚନା ଦେଇଛନ୍ତି ସେବେଠାରୁ ଲୋକେ ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି ।

Britain
ବ୍ରିଟେନବାସୀଙ୍କ ବିକ୍ଷୋଭ

ୟୁକେ ସଂସଦ ବାତିଲ ହେବା ପରେ ଏହି ବିରୋଧ ତୀବ୍ର ରୂପ ନେଇଛି । ଏହି ପିଟିସନରେ ଯୁବକ ଠାରୁ ବୃଦ୍ଧ ସମସ୍ତେ ସାମିଲ ହେଉଛନ୍ତି । ପିଟିସନରେ ସଂସଦ ବାତିଲ ବିରୋଧରେ ଲେଖାଯାଇଛି । ବ୍ରେକ୍ସିଟ ଉପରେ ବିତର୍କ ନହେବା ଯାଏଁ ସଂସଦ ବାତିଲ ହୋଇପାରିବ ନାହିଁ ବୋଲି ଏଥିରେ ଦର୍ଶାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.