ETV Bharat / international

କୋରୋନାକୁ ବେଖାତିର, ପାର୍ଟିରେ ମସଗୁଲ ପ୍ୟାରିସ

author img

By

Published : Jun 23, 2020, 3:40 PM IST

ଫ୍ରାନ୍ସର ବାର୍ଷିକ ମ୍ୟୁଜିକ୍ ମିଡ ସମର ଫେଷ୍ଟିଭାଲ ଏହି ସମୟରେ ଆରମ୍ଭ ହୋଇଥାଏ । ଦିନରୁ ଆରମ୍ଭ କରି ବିଳମ୍ବିତ ରାତ୍ରି ଯାଏଁ ଲୋକେ ରାସ୍ତାରେ ଗୀତ ବଜାଇ ହଜାର ହଜାର ସଂଖ୍ୟାରେ ନାଚିଥାନ୍ତି । ଅଧିକ ପଢନ୍ତୁ...

କୋରୋନାକୁ ବେଖାତିର, ପାର୍ଟିରେ ମସଗୁଲ ପ୍ୟାରିସବାସୀ

ପ୍ୟାରିସ: କୋରୋନା ଭୂତାଣୁର ଭୟଙ୍କର ପ୍ରଭାବରେ ସାରା ବିଶ୍ବ ଥରହର । ଆମେରିକା, ୟୁରୋପ ରାଷ୍ଟ୍ର ଏହାର ବିଧ୍ବଂସୀ କାରନାମା ଦେଖିସାରିଛନ୍ତି । ଫ୍ରାନ୍ସରେ ବିଶ୍ବର ପଞ୍ଚମ ସର୍ବାଧିକ କୋରୋନାଜନିତ ମୃତ୍ୟୁ ସଂଖ୍ୟା ରହିଛି । ତଥାପି ଏଥିରୁ ଫ୍ରାନ୍ସବାସୀ କିଛି ଶିଖିନଥିବା ପରି ମନେହେଉଛି ।

କାରଣ ସୋମବାର ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଫ୍ରାନ୍ସ ସରକାରଙ୍କ ମୁଣ୍ଡବ୍ୟଥା ବଢାଇବା ସହ ସାରା ବିଶ୍ବକୁ ଚକିତ କରିବ ନିଶ୍ଚୟ । ପ୍ୟାରିସରେ ଲୋକମାନେ ପାର୍ଟି କରିବା ସହ ନାଚ, ଗୀତରେ ମସଗୁଲ ଥିଲେ । ଏହି ସମୟରେ କାହାରି ମୁହଁରେ ମାସ୍କ ନଥିଲା କି କେହି ସାମାଜିକ ଦୂରତ୍ବ ପାଳନ କରିନଥିଲେ । ଖବର ଅନୁସାରେ କୋରୋନା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଫ୍ରାନ୍ସ ସରକାର ଲକଡାଉନରେ କୋହଳ କରିଛନ୍ତି । ଧିରେ ଧିରେ ସବୁ ସେକ୍ଟର ଖୋଲିବାରେ ଲାଗିଛି । ତେବେ କଟକଣା କୋହଳ ହେବା ପରେ ଲୋକମାନେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ନାଚ, ଗୀତ କରୁଥିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି ।

ପ୍ରକୃତରେ ଫ୍ରାନ୍ସର ବାର୍ଷିକ ମ୍ୟୁଜିକ୍ ମିଡ ସମର ଫେଷ୍ଟିଭାଲ ଏହି ସମୟରେ ଆରମ୍ଭ ହୋଇଥାଏ । ଦିନରୁ ଆରମ୍ଭ କରି ବିଳମ୍ବିତ ରାତ୍ରି ଯାଏଁ ଲୋକମାନେ କାଫେ, ବାର୍, ରେସ୍ତୋରାଁ ଏବଂ ରାସ୍ତାରେ ଗୀତ ବଜାଇ ହଜାର ହଜାର ସଂଖ୍ୟାରେ ନାଚିଥାନ୍ତି । ହେଲେ କୋରୋନା ଯୋଗୁଁ ଏବେ ସରକାର ସର୍ବସାଧାରଣ ଜାଗାରେ 10 ଜଣରୁ ଅଧିକ ଏକାଠି ହେବା ଉପରେ ବ୍ୟାନ ଲଗାଇଛନ୍ତି । ତଥାପି ଏହାକୁ ନମାନି ସୋମବାର ଲୋକମାନେ ରାସ୍ତାକୁ ବିପୁଳ ସଂଖ୍ୟାରେ ଓହ୍ଲାଇ ପାର୍ଟି କରିଥିଲେ । ରବିବାର ରାତିରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ସୋମବାର ସକାଳ ଯାଏଁ ମଧ୍ୟ ଦେଖିବାକୁ ମିଳିଥିଲା । କେନାଲ ସେଣ୍ଟ ମାର୍ଟିନ ଓ ମାରାଇସ ଜିଲ୍ଲାରେ ଲୋକ ଅଧିକ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଥିଲେ । ସବୁଠାରୁ ଉଦବେଗର କାରଣ ଥିଲା ଯେ ଲୋକମାନେ କେହି ବି ନା ମାସ୍କ ପିନ୍ଧିଥିଲେ ନା ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖିଥିଲେ । ଆଇଫିଲ ଟାୱାର ସାମନାରେ ମଧ୍ୟ କିଛି ଡ୍ୟାନ୍ସ ଗ୍ରୁପ ନାଚୁଥିବାର ଦେଖିବାକୁ ମିଳିଥିଲା ।

ଭାଗ ନେଇଥିବା କିଛି ଲୋକ ଏହା ଉପରେ ମତ ଦେଇଥିଲେ ଯେ ଏହା କୌଣସି ଜାତୀୟ ଇଭେଣ୍ଟ ନୁହେଁ ଏହା ଏକ ମ୍ୟୁଜିକ୍ ପର୍ବ । ସେଥିପାଇଁ ଏଥିରେ ସରକାରୀ ଭାବେ କୌଣସି ବ୍ୟାନର ଆବଶ୍ୟକତା କିମ୍ବା ପ୍ରତିଷେଧକର ଆବଶ୍ୟକତା ନାହିଁ । ତେବେ ଏହାକୁ ନେଇ ଫ୍ରାନ୍ସ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଅନେକ ଲୋକ ଯେଉଁମାନେ ଏଥିରେ ଭାଗ ନେଇନଥିଲେ ସେମାନେ ଏପରି ଉତ୍ସବକୁ ସମାଲୋଚନା କରିଥିଲେ । ବଡ କଷ୍ଟରେ କିଛି ମାତ୍ରାରେ ସଂକ୍ରମଣ କମିଥିବାବେଳେ ଏହା ପୁଣିଥିରେ ବଢିବାର ଆଶଙ୍କା ରହିଛି । ଏପରି ଉତ୍ସବ ଦ୍ବାରା ସମସ୍ୟା ବଢିପାରେ ବୋଲି ଲୋକମାନେ ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.