ETV Bharat / international

ଗୁରୁଦ୍ବାରାରେ ଭଙ୍ଗାରୁଜା କରି ପାକିସ୍ତାନୀ ଗିରଫ - ଲଣ୍ଡନରେ ପାକିସ୍ତାନୀ ଗିରଫ

ସୋମବାର ସକାଳେ ଡର୍ବିର ଥିବା ଗୁରୁ ଅର୍ଜାନ ଦେବ ଗୁରୁଦ୍ବାରାରେ ଏହି ଘଟଣା ଘଟିଥିଲା । ଲକଡାଉନ ଯୋଗୁଁ ଗୁରୁଦ୍ବାରା ଫାଙ୍କା ଥିବାବେଳେ ଜଣେ ବ୍ୟକ୍ତି ଏଠାରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ଅଧିକ ପଢନ୍ତୁ...

ଗୁରୁଦ୍ବାରାରେ ଭଙ୍ଗାରୁଜା କରି ପାକିସ୍ତାନୀ ଗିରଫ

author img

By

Published : May 26, 2020, 12:25 AM IST

ଲଣ୍ଡନ: ଲଣ୍ଡନରେ ଏକ ଗୁରୁଦ୍ବାରାରେ ହଙ୍ଗାମା କରି ଗିରଫ ହୋଇଛି ଜଣେ ପାକିସ୍ତାନୀ । ସୋମବାର ସକାଳେ ଏହି ଘଟଣା ଘଟିଛି । ତେବେ ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ ସଙ୍ଗଠନର ହାତ ନଥିବା ପୋଲିସ ସ୍ପଷ୍ଟ କରିଛି ।

ସୂଚନାନୁସାରେ ସୋମବାର ସକାଳେ ଡର୍ବିର ଥିବା ଗୁରୁ ଅର୍ଜାନ ଦେବ ଗୁରୁଦ୍ବାରାରେ ଏହି ଘଟଣା ଘଟିଥିଲା । ଲକଡାଉନ ଯୋଗୁଁ ଗୁରୁଦ୍ବାରା ଫାଙ୍କା ଥିବାବେଳେ ଜଣେ ବ୍ୟକ୍ତି ଏଠାରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ବିଭିନ୍ନ ସାମଗ୍ରୀ ଭାଙ୍ଗିବା ସହ କାଚ କବାଟ ଓ ସାଜସଜ୍ଜା ଭାଙ୍ଗିଥିଲେ ।

ଲୋକଟିକୁ ଅଟକାଇବାକୁ ସାହସ କରିପାରିନଥିଲେ ଗୁରୁଦ୍ବାରା କର୍ତ୍ତୃପକ୍ଷ । ସେମାନଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଖବର ନେବା ପରେ ସେ ପାକିସ୍ତାନୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏଠାରେ ଗତ କିଛି ବର୍ଷ ସେ ବସବାସ କରୁଛି । ତାକୁ ଗିରଫ କରିବା ପରେ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.