ETV Bharat / international

ଅକ୍ସଫୋର୍ଡ ୟୁନିଭର୍ସିଟିକୁ ସଫଳତା, ପ୍ରାଥମିକ ପର୍ଯ୍ୟାୟ ଟ୍ରାଏଲରେ ପାସ କଲା ଭ୍ୟାକ୍ସିନ - କୋରୋନା ମହାମାରୀ

ଅକ୍ସଫୋର୍ଡ ୟୁନିଭର୍ସିଟିରେ ପ୍ରସ୍ତୁତ ହୋଇଥିବା ପ୍ରତିଷେଧକ ଟୀକାଟି ମାନବ ଶରୀରରେ ପ୍ରୟୋଗ ପାଇଁ ସୁରକ୍ଷିତ ଓ ଏହା କୋରୋନା ଭୂତାଣୁର ମୁକାବିଲା ପାଇଁ ମାନବ ଶରୀରରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସକ୍ଷମ । କୋରୋନା ଭୂତାଣୁର ମୁକିବାଲ ପାଇଁ ଶରୀରରେ ଆବଶ୍ୟକ ମୁତାବକ ପ୍ରୋଟିନ ସେଲ ପ୍ରସ୍ତୁତ କରିବାରେ ଏହା ସକ୍ଷମ ।

oxford university, covid-19 vaccine, oxford university's covid vaccine, corona pandemic, coronavirus latest news, ଅକ୍ସଫୋର୍ଡ ୟୁନିଭର୍ସିଟି, କୋଭିଡ-19 ପ୍ରତିଷେଧକ, ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିଡ-19 ପ୍ରତିଷେଧକ, କୋରୋନା ମହାମାରୀ, କୋରୋନା ଭାଇରସ ଲାଟେଷ୍ଟ ନ୍ୟୁଜ୍‌
ଅକ୍ସଫୋର୍ଡ ୟୁନିଭର୍ସିଟିକୁ ସଫଳତା, ପ୍ରାଥମିକ ପର୍ଯ୍ୟାୟ ଟ୍ରାଏଲରେ ପାସ କଲା ଭ୍ୟାକ୍ସିନ
author img

By

Published : Jul 20, 2020, 9:35 PM IST

ଲଣ୍ଡନ: କୋରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ବରେ ଚେଷ୍ଟା ଚାଲିଥିବା ବେଳେ ଅକ୍ସଫୋର୍ଡ ୟୁନିଭର୍ସିଟି ମଧ୍ୟ ନିଜ ଲ୍ୟାବରେ ପ୍ରସ୍ତୁତ କରିଥିଲା ଏକ ପ୍ରତିଷେଧକ ଟୀକା । ଯାହାକୁ ପ୍ରାଥମିକ ଟ୍ରାଏଲରେ ସଫଳତା ମିଳିଥିବା ଲାନସେଟରେ ପ୍ରକାଶ କରାଯାଇଛି । ଏହି ପ୍ରତିଷେଧକର ମାନବ ଶରୀର ଉପରେ ହୋଇଥିବା ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲରେ ସଫଳତା ମିଳିଥିବା ଦେଖାଯାଇଛି । ଏହି ପ୍ରତିଷେଧକର ନାମ ହେଉଛି ‘ChAdOx1 nCoV-19’ । ଏହା ଆଗକୁ ଟ୍ରାଏଲ ପ୍ରକ୍ରିୟା ପାଇଁ ସୁରକ୍ଷିତ ରହିଥିବା ସହ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଗବେଷକମାନେ ମତ ଦେଇଛନ୍ତି ।

oxford university, covid-19 vaccine, oxford university's covid vaccine, corona pandemic, coronavirus latest news, ଅକ୍ସଫୋର୍ଡ ୟୁନିଭର୍ସିଟି, କୋଭିଡ-19 ପ୍ରତିଷେଧକ, ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିଡ-19 ପ୍ରତିଷେଧକ, କୋରୋନା ମହାମାରୀ, କୋରୋନା ଭାଇରସ ଲାଟେଷ୍ଟ ନ୍ୟୁଜ୍‌
ଅକ୍ସଫୋର୍ଡ ୟୁନିଭର୍ସିଟିକୁ ସଫଳତା, ପ୍ରାଥମିକ ପର୍ଯ୍ୟାୟ ଟ୍ରାଏଲରେ ପାସ କଲା ଭ୍ୟାକ୍ସିନ

ଏହାର ଅର୍ଥ ହେଉଛି ଅକ୍ସଫୋର୍ଡ ୟୁନିଭର୍ସିଟିରେ ପ୍ରସ୍ତୁତ ହୋଇଥିବା ପ୍ରତିଷେଧକ ଟୀକାଟି ମାନବ ଶରୀରରେ ପ୍ରୟୋଗ ପାଇଁ ସୁରକ୍ଷିତ ଓ ଏହା କୋରୋନା ଭୂତାଣୁର ମୁକାବିଲା ପାଇଁ ମାନବ ଶରୀରରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସକ୍ଷମ । କୋରୋନା ଭୂତାଣୁର ମୁକିବାଲ ପାଇଁ ଶରୀରରେ ଆବଶ୍ୟକ ମୁତାବକ ପ୍ରୋଟିନ ସେଲ ପ୍ରସ୍ତୁତ କରିବାରେ ଏହା ସକ୍ଷମ । ଆଗକୁ ଯଦି ଏହି ଟୀକା ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ସଫଳତା ପୂର୍ବକ ପରିଣାମ ଦେଖାଏ ତେବେ ଏହାକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରୟୋଗ କରାୟାଇପାରିବ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି ।

ସୋମବାର ସନ୍ଧ୍ୟାରେ ଏହି ପ୍ରତିଷେଧକର ମାନବ ଶରୀର ଉପରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲର ଫଳାଫଳ ବ୍ରିଟିଶ ଜର୍ଣ୍ଣାଲ ଲାନସେଟରେ ପ୍ରକାଶ କରାଯାଇଥିଲା । ଏନେଇ ଜର୍ଣ୍ଣାଲର ମୁଖ୍ୟ ସମ୍ପାଦକ ରିଚାର୍ଡ ହର୍ଟୋନ ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେପଟେ ଲାନସେଟରେ ପ୍ରକାଶିତ ରିପୋର୍ଟ ମୁତାବକ ଏହି ଭ୍ୟାକ୍ସିନର ଶରୀର ଉପରେ ସେପରି କୌଣସି ଗମ୍ଭୀର ପାର୍ଶ୍ବ ପ୍ରତିକ୍ରିୟା ରହିନାହିଁ । ଏଥିସହ ଏହା ଶରୀରରେ କୋରୋନା ମୁକାବିଲା ପାଇଁ ଆଣ୍ଟିବଡି ପ୍ରସ୍ତୁତ କରିବା ସହ ଟି-ସେଲ ମଧ୍ୟ ସୃଷ୍ଟି କରିବାରେ ସାହାଯ୍ୟ କରୁଥିବା ଜଣା ପଡିଛି । ଏନେଇ ଅଧ୍ୟୟନର ମୁଖ୍ୟ ଅଥର ଆଣ୍ଡ୍ରିୟୁ ପୋଲାର୍ଡଙ୍କ କହିବା ଅନୁଯାୟୀ ଏହି ପ୍ରତିଷେଧକ କୋରୋନା ଭୂତାଣୁକୁ ଦୀର୍ଘ ଦିନ ଯାଏଁ ମନେ ରଖିପାରିବ । ଯାହା ଦର୍ଶାଉଛି କି ଏହି ପ୍ରତିଷେଧକ ଟୀକା ଦୀର୍ଘ ସମୟ ଅବଧି ପର୍ଯ୍ୟନ୍ତ କୋରୋନାର ମୁକାବିଲାରେ ସାହାଯ୍ୟ କରିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.