ETV Bharat / international

ଋଷରେ ସରିଛି 9 କୋଟିରୁ ଅଧିକ ସାମ୍ପଲ ଟେଷ୍ଟିଂ

author img

By

Published : May 26, 2020, 7:19 PM IST

ଗତ 24 ଘଣ୍ଟାରେ ଋଷରେ 2 ଲକ୍ଷ 15 ହଜାର ସାମ୍ପଲ ଟେଷ୍ଟ ହୋଇଛି । ଏବେ ଯାଏଁ ଦେଶରେ କୋରୋନାଜନିତ ମୃତ୍ୟୁ 3630 ରହିଛି । ଅଧିକ ପଢନ୍ତୁ...

ଋଷରେ ସରିଛି 9 କୋଟିରୁ ଅଧିକ ସାମ୍ପଲ ଟେଷ୍ଟିଂ
ଋଷରେ ସରିଛି 9 କୋଟିରୁ ଅଧିକ ସାମ୍ପଲ ଟେଷ୍ଟିଂ

ମସ୍କୋ: ଋଷରେ କୋରୋନା ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । ଆମେରିକା ପରେ ଏଠାରେ ବିଶ୍ବର ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଏପର୍ଯ୍ୟନ୍ତ 3 ଲକ୍ଷ 53 ହଜାରରୁ ଅଧିକ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି ।

ତେବେ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ 9 କୋଟିରୁ ଅଧିକ ଲକ୍ଷ ଲୋକଙ୍କ ସାମ୍ପଲ ଟେଷ୍ଟ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ବିଶ୍ବରେ ଋଷରେ କୋରୋନା ନମୁନା ପରୀକ୍ଷା ଅନ୍ୟ ଦେଶ ତୁଳନାରେ ଆଗୁଆ ରହିଛି । ଏବେ ଯାଏଁ ପ୍ରାୟ 9 କୋଟି 1 ଲକ୍ଷରୁ ଅଧିକ ସାମ୍ପଲ ପରୀକ୍ଷା ସରିଛି । ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରଠାରୁ ଏହି ଟେଷ୍ଟ ଆରମ୍ଭ ହୋଇଥିଲା ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସେହିପରି 2 ଲକ୍ଷ 92 ହଜାର ଲୋକଙ୍କୁ ମେଡିକାଲ ମନିଟରିଂରେ ରଖାଯାଇଛି । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 15 ହଜାର ସାମ୍ପଲ ଟେଷ୍ଟ ହୋଇଛି । ଏବେ ଯାଏଁ ଋଷରେ କୋରୋନାଜନିତ ମୃତ୍ୟୁ 3630 ରହିଛି । ମୋଟ 1 ଲକ୍ଷ 18 ହଜାରରୁ ଅଧିକ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.