ETV Bharat / international

Russia Ukraine War: ଲୋକଙ୍କ ଉଦ୍ଧାର ଲାଗି ନୂଆ ମାନବୀୟ କରିଡର - ଋଷ ଉପରେ ଅଙ୍କୁଶ ଲଗାଇଲା ଡିସ୍କୋଭରି

ଋଷ ଓ ୟୁ୍କ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ୧୫ ଦିନ ପୂରିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଅଧିକ ପଢନ୍ତୁ

Russia Ukraine War: ଲୋକଙ୍କ ଉଦ୍ଧାର ଲାଗି ନୂଆ ମାନବୀୟ କରିଡର

author img

By

Published : Mar 10, 2022, 1:13 PM IST

ନୂଆଦିଲ୍ଲୀ: ଋଷ ଓ ୟୁ୍କ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ୧୫ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ବିଭିନ୍ନ ଦେଶର ନାଗରିକଙ୍କ ସୁରକ୍ଷିତ ଉଦ୍ଧାର ଲାଗି ୟୁକ୍ରେନ ପକ୍ଷରୁ ମାନବୀୟ କରିଡର କରାଯିବ ।

ସେହିପରି ଲୋକଙ୍କ ସୁରକ୍ଷିତ ଉଦ୍ଧାର ଲାଗି ଆହୁରି ୬ଟି ମାନବୀୟ କରିଡର କରାଯିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି କହିଛନ୍ତି । ତେବେ ଯୁଦ୍ଧ ତ୍ରସ୍ତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଏହି ମାନବୀୟ କରିଡର ଦ୍ବାରା ସହଜରେ ଉଦ୍ଧାର ହୋଇପାରିବ ବୋଲି ସେ କହିଛନ୍ତି । ଏପଟେ ଋଷ ସାଧରଣ ଲୋକଙ୍କ ଉଦ୍ଧାର ଲାଗି କିଛି ସହରରେ ଅସ୍ତ୍ରବିରତି ଘୋଷଣା କରିଛି ।

ଅପରପକ୍ଷେ ଡିସ୍କୋଭରି (Discovery) ଚ୍ୟାନେଲ୍‌ର ଚାଲୁଥିବା ସମସ୍ତ ପରିଚାଳନା କାର୍ଯ୍ୟ ଋଷରେ ବନ୍ଦ କରାଯିବ ବୋଲି ଡିସ୍କୋଭରି(Discovery)ପକ୍ଷରୁ କୁହାଯାଇଛି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଡିସ୍କୋଭରି(Discovery) ଏହି ନିଷ୍ପତ୍ତି ନେଇଛି । ତେବେ ଋଷରେ ଡିସ୍କୋଭରିର ୧୫ଟି ଚ୍ୟାନେଲ୍‌ ମିଡିଆ ଆଲାଏନ୍ସ ଦ୍ବାର ପରିଚାଳିତ ହେଇଥିଲା ।

ଅନ୍ୟପଟେ ଏହି ସବୁ ଚ୍ୟାନେଲ ଋଷିଆର ନ୍ୟାସନାଲ ମିଡିଆ ଗ୍ରୁପ୍‌ ଓ ଡିସ୍କୋଭରିର ମିଳିତ ଉଦ୍ୟମରେ ପରିଚାଳିତ ହେଉଥିଲା । ତେବେ ପରିଚାଳିତ ଚ୍ୟାନେଲ୍‌ ଗତକାଲି (ମାର୍ଚ୍ଚ ୯) ଠାରୁ ଋଷରେ ସେବା ପ୍ରଦାନରେ କରୁନଥିବା କହିଛି ଡିସ୍କୋଭରି । ତେବେ ପୂର୍ବରୁ ମଧ୍ୟ ଗୁଗଲ ଋଷ ଉପରେ ଅଙ୍କୁଶ ଲଗାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.