ETV Bharat / international

ୟୁକେର ଯୁବପିଢିଙ୍କୁ ଅନାହାର ଓ କୁପୋଷଣ ଡର

ଲଣ୍ଡନର ଫିଡିଙ୍ଗ ବ୍ରିଟେନ ଏବଂ ନର୍ଥୁମ୍ବ୍ରିଆ ୟୁନିଭର୍ସିଟିର ହେଲଦି ଲିଭିଂ ଲାବ୍ ପକ୍ଷରୁ ଏହି ଅଧ୍ୟୟନ କରିବା ପରେ ପ୍ରକାଶ କରାଯାଇଥିଲା । ଏହା ଅନୁସାରେ କୋରୋନା ମହାମାରୀ ଯୋଗୁଁ ଜାରି ଲକଡାଉନରେ ଅନେକ ଯୁବପିଢି ନିଜ ପାଇଁ ଖାଦ୍ୟ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି । ଅଧିକ ପଢନ୍ତୁ..

author img

By

Published : Jun 27, 2020, 5:16 PM IST

ୟୁକେର ଯୁବପିଢିଙ୍କୁ ଅନାହାର ଓ କୁପୋଷଣ ଡର
ୟୁକେର ଯୁବପିଢିଙ୍କୁ ଅନାହାର ଓ କୁପୋଷଣ ଡର

ଲଣ୍ଡନ: କୋଭିଡ 19 ମହାମାରୀର ଭୟଙ୍କର ପ୍ରଭାବ କେବଳ ଗରିବ, ଦରିଦ୍ର ଶ୍ରେଣୀର ଲୋକ ଅଥବା ରାଷ୍ଟ୍ର ଉପରେ ପଡିନାହିଁ । କେବଳ ଶରଣାର୍ଥୀ, ବିସ୍ଥାପିତ, ବାସହରା, ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକ ଏହାର ଶିକାର ହୋଇନାହାନ୍ତି । ଏକ ରିସର୍ଚ୍ଚ ଅନୁସାରେ ୟୁକେ ଭଳି ରାଷ୍ଟ୍ରରେ ଏହା ଯୁବପିଢିଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । ଏକ ଅଧ୍ୟୟନ ଅନୁସାରେ ଏଠାରେ ଯୁବପିଢିଙ୍କ ପାଇଁ ନୂଆ ସମସ୍ୟା ପାଲଟିଛି କୁପୋଷଣ ଓ ଅନାହାର ।

ଲଣ୍ଡନର ଫିଡିଙ୍ଗ ବ୍ରିଟେନ ଏବଂ ନର୍ଥୁମ୍ବ୍ରିଆ ୟୁନିଭର୍ସିଟିର ହେଲଦି ଲିଭିଂ ଲାବ୍ ପକ୍ଷରୁ ଏହି ଅଧ୍ୟୟନ କରିବା ପରେ ପ୍ରକାଶ କରାଯାଇଥିଲା । ଏହା ଅନୁସାରେ କୋରୋନା ମହାମାରୀ ଯୋଗୁଁ ଜାରି ଲକଡାଉନରେ ଅନେକ ଯୁବପିଢି ନିଜ ପାଇଁ ଖାଦ୍ୟ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି । ରିପୋର୍ଟ ଅନୁସାରେ ପ୍ରାୟ 25 ପ୍ରତିଶତ ଆଡଲ୍ଟ ସେମାନେ ଖାଦ୍ୟ ପାଇବା ପାଇଁ ସଙ୍ଘର୍ଷ କରିଥିଲେ । ପ୍ରତିଦିନ ଖାଇବା ସେମାନଙ୍କ ପାଇଁ ସମସ୍ୟା ପାଲଟିଥିଲା । ନିଜ ଆର୍ଥିକ ସ୍ଥିତି ଅନୁସାରେ ଖାଦ୍ୟ ଯୋଗାଡ କରିବାରେ ସେମାନେ ବିଫଳ ହୋଇଥିଲେ । ସେହିପରି ପ୍ରତି 4 ଜଣରେ ଜଣେ ଯୁବକ ବା ଯୁବତୀ କମ ଖାଉଥିଲେ ଫଳରେ ସେମାନଙ୍କ ଘରର ଅନ୍ୟ ପିଲାମାନେ ଖାଇବାକୁ ପାଇପାରିବେ ।

ଏପରି ତଥ୍ୟ ଦେବା ସହ ରିସର୍ଚ୍ଚରମାନେ କହିଥିଲେ ଯେ ବର୍ତ୍ତମାନ ୟୁକେରେ ଅନେକ ଯୁବପିଢିଙ୍କୁ କୁପୋଷଣ ଓ ଅନାହାରର ସମ୍ଭାବନା ରହିଛି । ଖାଇବାକୁ ନପାଇ ସେମାନେ କୁପୋଷଣର ଶିକାର ହୋଇପାରନ୍ତି । ଲକଡାଉନରେ ଖାଦ୍ୟାଭାବ ଏକ ମୁଖ୍ୟ ସମସ୍ୟା ଭାବେ ସେମାନଙ୍କ ସାମନାରେ ଛିଡା ହୋଇଛି । ଏପରି ସମୟରେ ଦେଶର ମୋଟ୍ ଯୁବପିଢିଙ୍କର ଅଧା ଶସ୍ତା ଅଥବା ଅଧିକ ଦାମ୍ ନଥିବା ଖାଦ୍ୟ କିଣିବାକୁ ଚେଷ୍ଟା କରିଛନ୍ତି । ସାଧାରଣ ସମୟରେ ଏହାପ୍ରତି ସେମାନେ ନଜର ପକାନ୍ତି ନାହିଁ । ପ୍ରତି 10 ଜଣରୁ 9 ଜଣ ଏପରି କରିଛନ୍ତି ଯେବେକି ସେମାନେ ଅଳ୍ପ ଖାଦ୍ୟ ଖାଇ ବାକି ବଞ୍ଚାଇ ରଖିଛନ୍ତି । ଏପରି ସମୟରେ ୟୁକେରେ ଯୁବପିଢି ଅଧିକ ସଚେତନ ହେବା ସହ ଅଳ୍ପ ଖାଇ ଖାଦ୍ୟ ନଷ୍ଟ କରୁନାହାନ୍ତି । ଥରେ ରାନ୍ଧି କିପରି ବାରମ୍ବାର ଖାଇହେବ ସେ ଉପରେ ଧ୍ୟାନ ଦେଉଛନ୍ତି ।

ଏହାସହ ପିଲାଙ୍କୁ ଅନ୍ୟ ଜାଗାକୁ ଖାଇବାକୁ ପଠାଇବା, ଫୁଡ ବ୍ୟାଙ୍କ୍ସ ଉପରେ ନିର୍ଭର କରିବା, ସବୁଦିନ ଖାଉଥିବା ମୁଖ୍ୟ ଖାଦ୍ୟର ପରିମାଣ କମାଇବା ପ୍ରଭୃତି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ନିଜ ପିଲାଙ୍କୁ ଖାଇବାକୁ ଦେବା ପାଇଁ ପ୍ରତି 3 ଜଣରେ ଜଣେ ଅଳ୍ପ ଖାଇ ସନ୍ତୁଷ୍ଟ ହୋଇଯାଆନ୍ତି । ତେବେ ମାତ୍ର 16 ପ୍ରତିଶତ ନିଜ ପିଲାଙ୍କୁ ଖାଇବାକୁ ଦେବାରେ କୌଣସି ସମସ୍ୟା ଭୋଗିନଥିଲେ ବୋଲି ଜଣାପଡିଛି । ତେବେ ଏହି ରିସର୍ଚ୍ଚ ପରେ ୟୁକେରେ ଖାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ରିସର୍ଚ୍ଚରମାନେ କହିଛନ୍ତି ଯେ ଲକଡାଉନ ୟୁକେର ଯୁବପିଢିଙ୍କ ମୁଖ୍ୟ ସମସ୍ୟାକୁ ସାମନାକୁ ଆଣିଛି । କୋରୋନା ପରେ ଅନେକ ଲୋକ କୁପୋଷଣ ଓ ଅନାହାରର ଶିକାର ହୋଇପାରନ୍ତି ବୋଲି ଆଶଙ୍କା ଦେଖାଦେଇଛି । ଯାହା ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଏଥିରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.