ETV Bharat / international

ଏଣିକି ମାନବାଧିକାର ଆଇନ ଉଲଙ୍ଘନକାରୀଙ୍କୁ ସ୍ବାଧୀନ ଭାବେ ଦଣ୍ଡ ଦେବ ୟୁକେ

author img

By

Published : Jul 6, 2020, 10:47 PM IST

ଏଣିକି ଜାତିସଂଘ ଓ ୟୁରୋପିଆନ ୟୁନିୟନର ସହାୟତା ଓ ଅନୁମତି ବିନା ସ୍ବାଧୀନ ଭାବେ ୟୁକେ ନିଜର ନିଷ୍ପତ୍ତି ଗ୍ରହଣ କରିପାରିବ । ମୁଖ୍ୟତଃ ମାନବ ଅଧିକାନ ନିୟମ ଉଲଙ୍ଘନକାରୀଙ୍କୁ ଏହି ଅଧିକାର ଅନୁଯାୟୀ ସ୍ବାଧୀନ ଭାବେ ୟୁକେ ଦଣ୍ଡ ବିଧାନ କରିପାରିବ ।

uk latest news, post brexit rights to uk, new rights to uk, uk to punish human right law violators, dominic raab, ୟୁକେ ଲାଟେଷ୍ଟ ନ୍ୟୁଜ୍‌, ୟୁକେକୁ ବ୍ରେକ୍ସିଟ ସମ୍ମିଳନୀ ପରେ ନୂଆ ଅଧିକାର, ୟୁକେକୁ ନୂଆ ଅଧିକାର, ମାନବାଧିକାର ଭଙ୍ଗକାରୀଙ୍କୁ ୟୁକେର ଦଣ୍ଡ, ଡୋମିନିକ ରାବ
ଏଣିକି ମାନବାଧିକାର ଆଇନ ଭଙ୍ଗକାରୀଙ୍କୁ ସ୍ବାଧୀନ ଭାବେ ଦଣ୍ଡ ଦେବ ୟୁକେ

ଲଣ୍ଡନ: ସୋମବାର ଠାରୁ ୟୁକେରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ବ୍ରେକ୍ସିଟ ସମ୍ମିଳନୀରେ ପରେ ରାଷ୍ଟ୍ରକୁ ନୂଆ ଅଧିକାର ମିଳିଥିବା ବେଳେ ସୋମବାର ଠାରୁ ଏହି ଅଧିକାର ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ଡୋମିନିକ ରାବ । ଏହି ନୂଆ ଅଧିକାର ମୁତାବକ ଏଣିକି ଜାତିସଂଘ ଓ ୟୁରୋପିଆନ ୟୁନିୟନର ସହାୟତା ଓ ଅନୁମତି ବିନା ସ୍ବାଧୀନ ଭାବେ ୟୁକେ ନିଜର ନିଷ୍ପତ୍ତି ଗ୍ରହଣ କରିପାରିବ । ମୁଖ୍ୟତଃ ମାନବ ଅଧିକାନ ନିୟମ ଉଲଙ୍ଘନକାରୀଙ୍କୁ ଏହି ଅଧିକାର ଅନୁଯାୟୀ ସ୍ବାଧୀନ ଭାବେ ୟୁକେ ଦଣ୍ଡ ବିଧାନ କରିପାରିବ ।

ପୂର୍ବରୁ ଏପରି ଗମ୍ଭୀର ଘଟଣାରେ ଦଣ୍ଡବିଧାନ ପାଇଁ ହେଲେ ୟୁକେକୁ ଜାତିସଂଘ ଓ ୟୁରୋପିଆନ ୟୁନିୟନ ସହ ଆଲୋଚନା କରିବାକୁ ପଡୁଥିଲା । ହେଲେ ଏବେ ୟୁକେକୁ ମିଳିଛି ସମ୍ପୂର୍ଣ୍ଣ ସ୍ବାଧୀନତା । ସାରା ବିଶ୍ବରେ ମାନବ ଅଧିକାର ଆଇନ ଉଲଙ୍ଘନକାରୀଙ୍କ ପାଇଁ ୟୁକେ ଦଣ୍ଡ ବିଧାନ କରିପାରିବ । ପ୍ରଥମ ପର୍ଯ୍ୟାୟରେ ୟୁକେ ଆଇନ ଉଲଙ୍ଘନକାରୀଙ୍କ ଏକ ତାଲିକା ପ୍ରକାଶ କରିବ । ତାଲିକାଭୁକ୍ତ ଅପରାଧୀଙ୍କ ମଧ୍ୟରୁ ୟୁକେସ୍ଥିତ ଅପରାଧୀଙ୍କ ସମ୍ପତ୍ତି ଜବତ ହେବାକୁ ଥିବା ବେଳେ ଅନ୍ୟ ଅପରାଧୀଙ୍କ ପାଇଁ ୟୁକେରେ ପ୍ରବେଶ ଉପରେ କଟକଣା ଲଗାଯିବା ନେଇ ଡୋମିନିକ ସ୍ପଷ୍ଟ କରିଛନ୍ତି ।

ତେବେ ଏହି ଅଧିକାର ଅନୁଯାୟୀ ୟୁକେର କାର୍ଯ୍ୟଶୈଳୀରେ ଅନ୍ୟ କିଛି ପରିବର୍ତ୍ତନ ହେବାକୁ ଥିବା ବେଳେ ଡୋମିନିକ ଖୁବଶୀଘ୍ର ଏହାର ତାଲିକା ପ୍ରସ୍ତୁତ କରିବା ପାଇଁ ସୂଚନା ଦେଇଛନ୍ତି । ସେପଟେ ଆଇନ ଉଲଙ୍ଘନକାରୀଙ୍କ ତାଲିକାରେ ମୁଖ୍ୟତଃ ଋଷିଆ, ସାଉଦି ଆରବ ଓ ଉତ୍ତର କୋରିଆର ଅପରାଧୀଙ୍କ ନାମ ସାମିଲ ରହିବା ନେଇ ସୂଚନା ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.