ETV Bharat / international

ଲକଡାଉନ କୋହଳ, ଭିଡ ନିୟନ୍ତ୍ରଣ ପାଇଁ ୟୁକେରେ ନୂଆ ନିୟମ - ଅନ୍ତର୍ଜାତୀୟ ଖବର

ଲୋକମାନେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଅଧିକ ବ୍ୟବହାର କରିପାରନ୍ତି ବୋଲି ସରକାର ଆଶଙ୍କା କରିଛନ୍ତି । କାମକୁ ଫେରୁଥିବାରୁ ଅଧିକ ମାତ୍ରାରେ ଲୋକ ଟ୍ରେନର ବ୍ୟବହାର କରିପାରନ୍ତି । ଅଧିକ ପଢନ୍ତୁ...

ଲକଡାଉନ କୋହଳ, ଭିଡ ନିୟନ୍ତ୍ରଣ ପାଇଁ ୟୁକେରେ ନୂଆ ନିୟମ

author img

By

Published : May 20, 2020, 6:37 AM IST

ଲଣ୍ଡନ: କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ଏବେ ୟୁକେର କଟକଣା କୋହଳ ହୋଇଛି । ବିଭିନ୍ନ ଅଫିସ, କମ୍ପାନୀ ଖୋଲିବା ସହ ଲୋକେ କାମକୁ ଯିବା ଆରମ୍ଭ କରିଛନ୍ତି । ଏପରି ସ୍ଥିତିରେ ରେଲୱେ ଷ୍ଟେସନ ଓ ବସରେ ଅଧିକ ଭିଡ ଦେଖାଦେବାର ସମ୍ଭାବନା ରହିଛି ।

ଲୋକମାନେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଅଧିକ ବ୍ୟବହାର କରିପାରନ୍ତି ବୋଲି ସରକାର ଆଶଙ୍କା କରିଛନ୍ତି । କାମକୁ ଫେରୁଥିବାରୁ ଅଧିକ ମାତ୍ରାରେ ଲୋକ ଟ୍ରେନର ବ୍ୟବହାର କରିପାରନ୍ତି । ଟ୍ରେନର ସଂଖ୍ୟା ମଧ୍ୟ କମ ରହିଛି ହେଲେ ଏତେ ଦିନ ପରେ ଲକଡାଉନ ଖୋଲିଥିବାରୁ ଅଧିକ ଭିଡ ହେବାର ସମ୍ଭାବନା ରହିଛି । ସେହିପରି ଏହାଦ୍ବାରା ଥମିଯାଇଥିବା କୋରୋନା ସଂକ୍ରମଣ ପୁଣି ଫେରିଆସିବାର ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ସରକାର କିଛି ଜରୁରୀକାଳୀନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ଷ୍ଟେସନରେ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି । ଏମାନଙ୍କୁ ସ୍ବତନ୍ତ୍ର ଭାବେ ନିୟନ୍ତ୍ରଣ କରିବାକୁ ଶିକ୍ଷା ଦିଆଯାଇଛି । ସେହିପରି ଷ୍ଟେସନ ମଧ୍ୟରେ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି । ଯଦି କୌଣସି ଟ୍ରେନରେ ପୂର୍ବରୁ ଅଧିକ ମାତ୍ରାରେ ଲୋକ ଥିବେ ତେବେ ସେଥିରେ ଅନ୍ୟ ଲୋକଙ୍କୁ ଚଢିବାକୁ ଦିଆଯିବନି । ସବୁ ଷ୍ଟେସନରେ ଟ୍ରେନ ଅଟକିବନି ଏବଂ କିଛି ଷ୍ଟେସନରେ ଏହା ରହିଲେ ବି ଡୋର ଖୋଲିବନି । ସେହିପରି ଯାତ୍ରୀଙ୍କୁ ଷ୍ଟେସନରେ ପହଞ୍ଚିବାର ସମୟ ଆଗରୁ ଜଣାଇବାକୁ କୁହାଯିବ । ଫଳରେ ଗୋଟିଏ ସମୟରେ କେତେ ଯାତ୍ରୀ ଆସୁଛନ୍ତି ସେ ବିଷୟରେ ଆଗୁଆ ଜାଣି ପଦକ୍ଷେପ ନେବେ ସରକାର । ସାମାଜିକ ଦୂରତ୍ବକୁ ସବୁବେଳେ ପ୍ରାଥମିକତା ଦିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.