ETV Bharat / international

ନାଟୋ ସଦସ୍ୟତା ୟୁକ୍ରେନର ରଣନୈତିକ ପଦକ୍ଷେପ: ରାଷ୍ଟ୍ରପତି

author img

By

Published : Sep 18, 2020, 2:38 PM IST

ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ(ନାଟୋ)ର ସଦସ୍ୟତା ହାସଲ କରିବା ହେଉଛି ୟୁକ୍ରେନର ଏକ ରଣନୈତିକ ପଦକ୍ଷେପ । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୂଚନା ଦେଇଥିବା ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସ୍ପଷ୍ଟ ହୋଇଛି ।

Ukrain latest news, ukrain's nato membership, ukrain president Volodymyr Zelensky, ୟୁକ୍ରେନ ଲାଟେଷ୍ଟ ନ୍ୟୁଜ୍‌, ନାଟୋରେ ୟୁକ୍ରେନର ସଦସ୍ୟତା, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି
ନାଟୋ ସଦସ୍ୟତା ୟୁକ୍ରେନର ରଣନୈତିକ ପଦକ୍ଷେପ: ରାଷ୍ଟ୍ରପତି

କିଏଭ: ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ(ନାଟୋ)ର ସଦସ୍ୟତା ହାସଲ କରିବା ହେଉଛି ୟୁକ୍ରେନର ଏକ ରଣନୈତିକ ପଦକ୍ଷେପ । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୂଚନା ଦେଇଥିବା ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସ୍ପଷ୍ଟ ହୋଇଛି । ଏନେଇ ‘ରାପିଡ ଟ୍ରାଇଡେଣ୍ଟ-2020’ ମଲ୍ଟିନ୍ୟାସନାଲ ମିଲିଟାରୀ ଏକ୍ସରସାଇଜର ଉଦଘାଟନୀ ଉତ୍ସବରେ ଜେଲେନସ୍କି ସୂଚନା ଦେଇଛନ୍ତି ।

ଏଠାରେ ସେ କହିଥିଲେ କି ଡୋନବାସ ସହ ଚାଲିଥିବା ସାମରିକ ବିବାଦ ଦ୍ବାରା କେବଳ ୟୁକ୍ରେନ ନୁହେଁ ବରଂ ସମସ୍ତ ୟୁରୋପିଆନ ରାଷ୍ଟ୍ରଙ୍କ ପ୍ରତି ସୁରକ୍ଷାଗତ ବିପଦ ସୃଷ୍ଟି କରିଛି । ପରୋକ୍ଷରେ ଏହା ସାରା ବିଶ୍ବରେ ଏକ ଆତଙ୍କ ସୃଷ୍ଟି କରିଛି । ତେଣୁ ଏହାର ସାମ୍ନା କରିବା ପାଇଁ ୟୁକ୍ରେନ ନିଜ ସାଥୀ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ଦୃଢ କରିବାର ଚେଷ୍ଟା ଆରମ୍ଭ କରିଛି । ଏଥିପାଇଁ ସେ ନାଟୋର ସଦସ୍ୟତା ଗ୍ରହଣ କରିଛି । ଏଠାରେ ସେ ଏହି ବିପଦ ନେଇ ଆଲୋଚନା କରିବା ସହ ଏହାର ସମାଧାନ ଦିଗରେ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ସହ ମିଶି କାର୍ଯ୍ୟ କରିପାରିବେ ।

ଜେଲେନସ୍କି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଚଳିତ ସପ୍ତାହ ଆରମ୍ଭରେ ସେ ଜାତୀୟ ସୁରକ୍ଷା ରଣନୀତିକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏଥିରେ ନାଟୋର ସଦସ୍ୟତା ଗ୍ରହଣ କରି ସେ ଏକ ରଣନୈତିକ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.