ETV Bharat / international

ଲକ୍ଷଲକ୍ଷ ଲୋକଙ୍କ ହୃଦୟ ଭାଙ୍ଗିଛି ଲୋକପ୍ରିୟ ‘ମୋନାଲିସା’ ଚିତ୍ର - ଅଜଣା କଥା

ସାଧାରଣ ଦେଖାଯାଉଥିବା ଏହି ଚିତ୍ରଟିର କାହାଣୀ କିନ୍ତୁ ବେଶ ଅସାଧାରଣ । 1503 ଖ୍ରୀଷ୍ଟାବ୍ଦରେ ଏହି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ପ୍ରସିଦ୍ଧ ଚିତ୍ରକର ଲିଓନାର୍ଡୋ ଦା ଭିନଚି । ଆସନ୍ତୁ ଜାଣିବା ଲକ୍ଷ ଲକ୍ଷ ଲୋକଙ୍କୁ ପାଗଳ କରିଥିବା ଏହି ରହସ୍ୟମୟୀ ମୋନା ଲିସା ପଛର କିଛି ଅଜଣା କଥା...

mona lisa, unknown fact, unknown fact on mona lisa, ମୋନା ଲିସା, ଅଜଣା କଥା, ମୋନା ଲିସାର ଅଜଣା କଥା
ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଭାଙ୍ଗିଛି ଲୋକପ୍ରିୟ ‘ମୋନା ଲିସା’ ଚିତ୍ର
author img

By

Published : Sep 29, 2020, 2:42 PM IST

ଚିତ୍ରକର ଓ କଳାପ୍ରେମୀ ପ୍ରତ୍ୟକଙ୍କୁ କଳା ଓ ଚିତ୍ରକଳାର ତାତ୍ପର୍ଯ୍ୟ ତଥା ମହତ୍ତ୍ବ ବୁଝାଇବା ପାଇଁ କେବଳ ଗୋଟିଏ ଶବ୍ଦ ଯଥେଷ୍ଟ । ସେ ହେଉଛି ‘ମୋନାଲିସା’ । ନିଖୁଣ କଳା ଓ ଚିତ୍ର କଳାର ନିଦର୍ଶନ ହେଉଛି ମୋନା ଲିସା । ଛୁଆଠୁ ଆରମ୍ଭ କରି ବୁଢା ସଭିଙ୍କ ପାଖରେ ପରିଚିତ ମୋନା ଲିସା ପେଣ୍ଟିଂ । ଆଜି କାଲି ସମୟରେ ବିଭିନ୍ନ ମିମ୍ସରେ ମଧ୍ୟ ଏହି କ୍ଲାସିକ ପେଣ୍ଟିଂର ବ୍ୟବହାର କରିବାକୁ ପଛାଉ ନାହାନ୍ତି ଯୁବପିଢି । ହେଲେ ଏହା ହୁଏତ ଖୁବ କମ ଲୋକେ ଜାଣିଥିବେ କି ସମୟ ଥିଲା ଏହି ପେଣ୍ଟିଂ ପଛରେ ପାଗଳ ଥିଲେ ରାଜା ମହାରାଜା ତଥା ଚିତ୍ରକର ।

ସାଧାରଣ ଦେଖାଯାଉଥିବା ଏହି ଚିତ୍ରଟିର କାହାଣୀ କିନ୍ତୁ ବେଶ ଅସାଧାରଣ । 1503 ଖ୍ରୀଷ୍ଟାବ୍ଦରେ ଏହି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ପ୍ରସିଦ୍ଧ ଚିତ୍ରକର ଲିଓନାର୍ଡୋ ଦା ଭିନଚି । ଆସନ୍ତୁ ଜାଣିବା ଲକ୍ଷ ଲକ୍ଷ ଲୋକଙ୍କୁ ପାଗଳ କରିଥିବା ଏହି ରହସ୍ୟମୟୀ ମୋନାଲିସା ପଛର କିଛି ଅଜଣା କଥା...

  • କୁହାଯାଏ କି ଏହି ପ୍ରସିଦ୍ଧ ଚିତ୍ରଟି ହେଉଛି ଲିସା ଗେରାର୍ଡିନିଙ୍କର । ତାଙ୍କ ଚିତ୍ର ଆଙ୍କିବା ସମୟରେ ସ୍ବାମୀ ଫ୍ରାନ୍ସେସ୍କୋ ଡେଲ ଗିଓକୋଣ୍ଡୋ ମଧ୍ୟ ପୁରା ସମୟ ତାଙ୍କ ପାଖରେ ମହଜୁଦ ରହିଥିଲେ ।
  • ଏହି ଚିତ୍ରଟିକୁ ଲିଓନାର୍ଡୋ ଦା ଭିନଚି 1503 ମସିହାରେ ଆଙ୍କିବା ଆରମ୍ଭ କରିଥିଲେ । ହେଲେ 1519 ମସିହାରେ ତାଙ୍କ ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟର କଥା କି ସେ ସମୟ ସୁଦ୍ଧା ମଧ୍ୟ ମୋନାଲିସା ଅଙ୍କନ ଶେଷ ହୋଇ ନଥିଲା । ତେଣୁ ଏହି ଚିତ୍ରକୁ ତାଙ୍କ ସହଯୋଗୀ ପରବର୍ତ୍ତୀ ସମୟରେ ଶେଷ ସ୍ପର୍ଷ ଦେଇଥିଲେ ।
  • ମୋନାଲିସାର ଓଠ ଆଙ୍କିବା ପାଇଁ ଲିଓନାର୍ଡୋଙ୍କୁ କେବଳ 12 ବର୍ଷ ସମୟ ଲାଗିଥିଲା ।
  • ମୋନାଲିସାକୁ ମୂଳତଃ ଫ୍ରାନ୍ସର ବୋଲି ଫ୍ରାନ୍ସବାସୀ ବିଶ୍ବାସ କରନ୍ତି । ତେଣୁ ସେମାନେ ଏହାର ନାମ ମୋନ୍ନା ଲିସା ରଖିଛନ୍ତି ।
  • ଫରାସୀ ରାଜା ନେପୋଲିଅନ ମୋନା ଲିସାଙ୍କ ଚିତ୍ର ପ୍ରତି ଏତେ ଅଧିକ ଆକୃଷ୍ଟ ଥିଲେ କି ସେ ଏହି ଚିତ୍ରକୁ ପ୍ରାୟ 4 ବର୍ଷ ପର୍ଯ୍ୟନ୍ତ ନିଜ ଶୟନ କକ୍ଷରେ ଲଗାଇ ରଖିଥିଲେ । ସେ ମୋନା ଲିସାର ସୁନ୍ଦରତା ଓ କୋମଳତା ପ୍ରତି ପାଗଳ ପ୍ରାୟ ଥିଲେ । ପରେ ପରେ ସେ ଜଣେ ଇଟାଲିଆନ ମହିଳା ଟେରେସା ଗୁଆଡାଗ୍ନିଙ୍କ ପ୍ରେମରେ ପଡିଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଟେରେସା ଥିଲେ ଲିସା ଗେରାର୍ଡିନିଙ୍କ ବଂଶଜ ।
  • ସାଧାରଣତଃ ଲୋକଙ୍କ ଚିନ୍ତାଧାର ରହିଛି କି ମୋନା ଲିସା ହେଉଛି ଏକ ବିରାଟକାୟ ଚିତ୍ର । କିନ୍ତୁ ଏହା ଏକ ଭ୍ରମ ମାତ୍ର । ବାସ୍ତବରେ ଏହା ହେଉଛି 30 ଇଞ୍ଚ ଲମ୍ବ ଓ 21 ଇଞ୍ଚ ପ୍ରସ୍ଥ ବିଶିଷ୍ଟ ଏକ ଛବି । ଏହାର ଓଜନ ପ୍ରାୟ 8 କିଲୋଗ୍ରାମ ।
  • ଏହି ଚିତ୍ରରେ 7ଟି ପରସ୍ତରେ ରଙ୍ଗର ବ୍ୟବହାର ହୋଇଥିଲା । ଏଥିସହ କିଛି ସ୍ଥାନରେ ଏତେ ସୂକ୍ଷ୍ମ କାରିଗରୀ ହୋଇଛି କି, ଏହା ମଣିଷ କେଶଠାରୁ ବି ସୂକ୍ଷ୍ମ ଦେଖାଯାଏ ।
  • ଏହି ଚିତ୍ର କାଗଜ ଉପରେ ନୁହେଁ ବରଂ କାଠ ଉପରେ ଅଙ୍କା ଯାଇଥିଲା । ସାଧାରଣତଃ ପୂର୍ବ ସମୟରେ ଛୋଟ ଛୋଟ ଛବି ସବୁକୁ କାଠ ଉପରେ ନିର୍ମାଣ କରିବା ପାଇଁ ଚିତ୍ରକରମାନେ ପସନ୍ଦ କରୁଥିଲେ ।
  • ମୋନା ଲିସାର ସବୁଠାରୁ ବଡ ରହସ୍ୟ ହେଉଛି ଏଥିରେ ନଥିବା ଭ୍ରୁଲତା । ଯେକୌଣସି ମଣିଷର ଭ୍ରୁଲତା ଥିବା ବେଳେ ଏତେ ବଡ ଚିତ୍ରକର ଭ୍ରୁଲତା କାହିଁକି ଆଙ୍କିନଥିଲେ ବୋଲି ଅନେକ ପ୍ରଶ୍ନ ଉଠିଥିଲା । ଅନେକ ଏହା ମଧ୍ୟ କୁହନ୍ତି କି ଏହା ସେ ସମୟରେ ଫ୍ୟାସନ ଥିଲା । ଅନ୍ୟପଟେ 2007 ମସିହାରେ ଅଲଟ୍ରା-ଡିଟେଲ୍ଡ ଡିଜିଟାଲ ସ୍କାନରୁ ଜଣା ପଡିଥିଲା କି ବାସ୍ତବରେ ଭିନଚି ଏହାର ଭ୍ରୁଲତା ଆଙ୍କିଥିଲେ। ହେଲେ ସମୟ ସହ ଏହା ଲିଭି ଯାଇଥିଲା ।
  • ଏହି ଚିତ୍ରକଳାକୁ ପ୍ରଥମେ 1815 ମସିହାରେ ପ୍ୟାରିସର ଲୌର ସଂଗ୍ରହାଳୟରେ ସ୍ଥାନୀତ କରାଯାଇଥିଲା । ସଂଗ୍ରହାଳୟରେ ଲକ୍ଷ ଲକ୍ଷ ଚିତ୍ର କଳା ଥିଲେ ସୁଦ୍ଧା ଭିଡ କେବଳ ମୋନା ଲିସା ଆଗରେ ହିଁ ଜମୁଥିଲା । ଅନେକ ପର୍ଯ୍ୟଟକ ମୋନା ଲିସା ପାଇଁ ଫୁଲ, ଚକୋଲେଟ ଓ ପ୍ରେମ ପତ୍ର ନେଇ ଆସୁଥିଲେ । ତେଣୁ କୁହାଯାଏ କି ଲକ୍ଷ ଲକ୍ଷ ଲୋକେ ମୋନା ଲିସାର ଅପେକ୍ଷା କରିଥିଲେ ହେଲେ ସମସ୍ତଙ୍କ ହୃଦୟ ଭାଙ୍ଗିଥିଲା ମୋନା ଲିସା ।
  • 1852 ମସିହାରେ ଚିତ୍ରକର ଲ୍ୟୁକ ମାସ୍ପେରୋ ପାରିସିଆନ ହୋଟେଲର 4ର୍ଥ ମହଲାରୁ ଡେଇଁ ପ୍ରାଣ ଦେଇଥିଲେ । ସେ ଏକ ସୁଇସାଇଡ ନୋଟ ଲେଖିଥିଲେ, ଯେଉଁଥିରେ ମୋନା ଲିସାଙ୍କ ପ୍ରତି ଥିବା ପ୍ରେମ ବ୍ୟକ୍ତ କରାଯାଇଥିଲା । ସମାନ ଭାବେ 1910 ମସିହାରେ ଜଣେ ପ୍ରଶଂସକ ମଧ୍ୟ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ ।
  • 1960 ମସିହାରେ ଏହି ଚିତ୍ରର ମୂଲ୍ୟ 100 ମିଲିୟନ ଡଲାର ଆକଳନ ହୋଇଥିବା ବେଳେ 2019 ମସିହାରେ ଏହାର ମୂଲ୍ୟ ପ୍ରାୟ 700 ମିଲିୟନ ଡଲାରକୁ ବୃଦ୍ଧି ପାଇଥିଲା । ତେବେ ନିୟମ ମୁତାବକ ଏହାକୁ ବିକ୍ରି କିମ୍ବା କିଣାଯାଇନପାରେ । କାରଣ ଏହା ହେଉଛି ସାର୍ବଜନୀନ ସମ୍ପତ୍ତି ।
  • ଏହି କାରଣରୁ ଏହି ଚିତ୍ରକୁ ସଂଗ୍ରହାଳୟରେ ବୁଲେଟ ପ୍ରୁଫ କାଚ ମଧ୍ୟରେ ସଂରକ୍ଷଣ କରାଯାଇଛି ।
  • ଏହି ଚିତ୍ରକୁ ଏକଦା ଲୌର ସଂଗ୍ରହାଳୟରୁ ଚୋରି କରାଯାଇଥିଲା । ସପ୍ତାହେ ବ୍ୟାପୀ ଏହାକୁ ଖୋଜାଯିବା ପରେ ଏହାର ଚୋରି ନେଇ ଘୋଷଣା କରାଯାଇଥିଲା । ପରେ ଜଣା ପଡିଥିଲା କି ସଂଗ୍ରହାଳୟରେ ଜଣେ ସଫେଇ କର୍ମଚାରୀ ହିଁ ଏହାକୁ ଚୋରି କରି ଫ୍ରାନ୍ସ ନେବାକୁ ଚେଷ୍ଟା କରିଥିଲେ । ଚିତ୍ରଟି ମୂଳତଃ ଫ୍ରାନ୍ସର ହୋଇଥିବାରୁ ଏହାକୁ ଫ୍ରାନ୍ସ ଫେରାଇ ନେବାକୁ ସେ ଉଦ୍ୟମ କରିଥିଲେ । ଧରା ପଡିବା ପରେ ଅଭିଯୁକ୍ତଙ୍କୁ 6 ମାସ ଜେଲ ଦଣ୍ଡ ଶୁଣାଯାଇଥିଲା । ସେପଟେ ଦେଶ ପ୍ରେମ ଯୋଗୁଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫ୍ରାନ୍ସରେ କ୍ଷମା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.