ETV Bharat / international

ପ୍ରଶ୍ନ ଘେରରେ ମାଇକ୍ରୋସଫ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଡିଟର - ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ମାଇକ୍ରୋସଫ୍ଟର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସର୍ଭିସକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏହା ମାନବର ବିକଳ୍ପ ଭାବେ କେତେ ସଫଳ ସେନେଇ ଦେଖାଦେଇଛି ପ୍ରଶ୍ନ ।

microsoft artificial inteligence, artificial inteligence's work under question, artificial inteligence, latest technology news, ମାଇକ୍ରୋସଫ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ପ୍ରଶ୍ନ ଘେରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର କାର୍ଯ୍ୟକାରିତା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ପ୍ରଶ୍ନ ଘେରରେ ମାଇକ୍ରୋସଫ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଡିଟର
author img

By

Published : Jun 10, 2020, 7:45 AM IST

ଲଣ୍ଡନ: ମାଇକ୍ରୋସଫ୍ଟର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସର୍ଭିସକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏହା ମାନବର ବିକଳ୍ପ ଭାବେ କେତେ ସଫଳ ସେନେଇ ଦେଖାଦେଇଛି ପ୍ରଶ୍ନ । ଘଟଣା ଅନୁଯାୟୀ ନିକଟରେ ମାଇକ୍ରୋସଫ୍ଟ ନ୍ୟୁଜ୍‌ରେ ବ୍ରିଟିଶ ପପ୍‌ ଦଳର ଗାୟକ ଓ ବ୍ୟାଣ୍ଡ ମେମ୍ବରଙ୍କ ଫଟୋ ଅଦଳବଦଳ ହୋଇଥିବା ଦେଖାଯାଇଥିଲା । ଯେଉଁଥିପାଇଁ ଏହି କାର୍ଯ୍ୟରେ ନିୟୋଜିତ ଏଆଇର କାର୍ଯ୍ୟ କ୍ଷମତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

ବ୍ୟାଣ୍ଡର ମେମ୍ବରମାନେ ଏଥିରୁ ଅବଗତ କି ଏହା କୌଣସି ମାନବ ସାମ୍ବାଦିକଙ୍କ କାର୍ଯ୍ୟ ନୁହେଁ । ତେଣେ ଏନେଇ ଅନ୍ୟ ଏକ ଗଣମାଧ୍ୟମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସମ୍ପୃକ୍ତି ସ୍ପଷ୍ଟ କରାଯାଇଥିଲା । ଏହି ଘଟଣା ପ୍ରଘଟ ହେବାର 10 ଦିନ ପୂର୍ବରୁ ମାଇକ୍ରୋସଫ୍ଟ କମ୍ପାନୀର 10ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ବିତାଡିତ କରି ରୋବୋର୍ଟକୁ ବିକଳ୍ପ ଘୋଷଣା କରିଥିଲା । ତେବେ ବିଶ୍ବରେ ଚାଲିଥିବା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ନେଇ ବ୍ରିଟିଶ ପପ୍‌ ଦଳ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଏହି ଖବରକୁ ପ୍ରସାରଣ ପାଇଁ ଏଆଇ ଚୟନ କରିଥିଲା ।

କିନ୍ତୁ ଏହି ଖବରକୁ ଟ୍ରେସ କରିବା ପାଇଁ ଭୁଲବଶତଃ ଏଆଇ ଦଳର ମୁଖ୍ୟ ଗାୟିକାଙ୍କ ସହଯୋଗୀଙ୍କ ଫଟୋକୁ ବ୍ୟବାହର କରିଥିଲା । ଏହିକ୍ରମର ସମ୍ପୂର୍ଣ୍ଣ ଖବରରେ ଭୁଲ ଫଟୋ ପ୍ରସାରିତ ହୋଇଥିଲା । ଏନେଇ ସମ୍ପୃକ୍ତ ଦଳର ମୁଖ୍ୟ ଗାୟିକା ଇନଷ୍ଟାଗ୍ରାମରେ ମାଇକ୍ରୋସଫ୍ଟ ନ୍ୟୁଜ ଏମଏସଏନକୁ ଦୋଷ ଦେଇଥିଲେ । ସେପଟେ ଏସମ୍ପର୍କରେ ଜଣା ପଡିବା ପରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଛି ମାଇକ୍ରୋସଫ୍ଟ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.