ETV Bharat / international

Russia Ukraine War: ୟୁକ୍ରେନ ମେୟରଙ୍କୁ ଅପହରଣ କଲା ଋଷ - ୟୁକ୍ରେନ ମେୟରଙ୍କୁ ଅପହରଣ କଲା ଋଷ

ଟଳୁନି ୟୁକ୍ରେନ-ଋଷ ଯୁଦ୍ଧ । ଗତକାଲି(ଶୁକ୍ରବାର) ଦକ୍ଷିଣ ୟୁକ୍ରେନ ସହର ମେଲିଟୋପୋଲ ଋଷ ଦଖଲ କରିବା ପରେ ଏହାର ମେୟରଙ୍କୁ ଅପହରଣ କରିନେଇଛି ଋଷ ସେନା । ଅଧିକ ପଢନ୍ତୁ

Russia Ukraine War:ୟୁକ୍ରେନ ମେୟରଙ୍କୁ ଅପହରଣ କଲା ଋଷ

author img

By

Published : Mar 12, 2022, 1:58 PM IST

କିଭ: ଟଳୁନି ୟୁକ୍ରେନ-ଋଷ ଯୁଦ୍ଧ । ଗତକାଲି(ଶୁକ୍ରବାର) ଦକ୍ଷିଣ ୟୁକ୍ରେନ ସହର ମେଲିଟୋପୋଲ ଋଷ ଦଖଲ କରିବା ପରେ ଏହାର ମେୟରଙ୍କୁ ଅପହରଣ କରିନେଇଛି ଋଷସେନା । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଓ ୟୁକ୍ରେନ ଅଧିକାରୀ ସୂଚନା ଦେଇଛନ୍ତି ।

ସହରକୁ କବଜା କରିବା ପରେ ୧୦ ଜଣିଆ ଦଖଲକାରୀ ଗ୍ରୁପ ମେଲିଟୋପୋଲର ମେୟର ଇଭାନ ଫେଡୋରୋଭଙ୍କୁ ଅପହରଣ କରି ନେଇଛନ୍ତି। ସେ ଋଷ ସହ ବୁଝାମଣା କରିବାକୁ ମନା କରିବା ପରେ ତାଙ୍କୁ ଅପହରଣ କରି ନେଇଥିବା ୟୁକ୍ରେନ ସାଂସଦ ପକ୍ଷରୁ ଟ୍ବିଟକରି ସୂଚନା ଦିଆଯାଇଛି । ଶୁକ୍ରବାର ରାତିରେ ଭିଡିଓ ବାର୍ତ୍ତା ଦେଇ ଜେଲେନ୍‌ସ୍କି ଅପହରଣ ଘଟଣା ନେଇ ମୁହଁ ଖୋଲିଥିଲେ । ମେୟର ଫେଡୋରୋଭ ସାହସର ସହ ୟୁକ୍ରେନକୁ ବିପଦରୁ ରକ୍ଷା କରିଛନ୍ତି ବୋଲି କହିଛନ୍ତି ଜେଲେନସ୍କି ।

ଜେଲେନ୍‌ସ୍କି କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଆକ୍ରମଣକାରୀଙ୍କ ଦୁର୍ବଳତାର ସଙ୍କେତ ଅଟେ । ସେମାନେ ଆତଙ୍କବାଦର ଏକ ନୂତନ ପର୍ଯ୍ୟାୟକୁ ପହଞ୍ଚିଛନ୍ତି ଯେଉଁଥିରେ ସେମାନେ ସ୍ଥାନୀୟ ୟୁକ୍ରେନ କର୍ତ୍ତୃପକ୍ଷଙ୍କ ପ୍ରତିନିଧିଙ୍କୁ ଶାରୀରିକ ଭାବରେ ହଟାଇବାକୁ ଚେଷ୍ଟା କରୁଛନ୍ତି । ଏ ଅପରାଧ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ‌ବିରୋଧରେ ନୁହେଁ ଅଥବା ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ନୁହେଁ ବରଂ ଏହା ଗଣତନ୍ତ୍ର ବିରୋଧରେ ଅପରାଧ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.