ETV Bharat / international

ଉଠିବ ଲକଡାଉନ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

author img

By

Published : Apr 30, 2020, 1:15 PM IST

ମହାମାରୀ ଯୋଗୁଁ ସାରା ଦେଶରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା । ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ରୂପେ ଦୋହଲିଯାଇଛି । ଅଧିକ ପଢନ୍ତୁ...

ଉଠିବ ଲକଡାଉନ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଉଠିବ ଲକଡାଉନ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ପ୍ୟାରିସ: ଫ୍ରାନ୍ସରେ କୋରୋନା ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଛି । ଫଳରେ ଦେଶରେ କଟକଣା କୋହଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଅନୁସାରେ ମେ ମାସରେ ଉଠିପାରେ ଲକଡାଉନ ।

ଏନେଇ ଫ୍ରାନ୍ସ ସରକାର ସୂଚନା ଦେଇଛନ୍ତି । କିଛି ସ୍କୁଲ, କଲେଜ, ମଲ, ଦୋକାନ ବଜାର ଖୋଲିବାକୁ ସରକାର ସଙ୍କେତ ଦେଇଛନ୍ତି । ମହାମାରୀ ଯୋଗୁଁ ସାରା ଦେଶରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା । ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ରୂପେ ଦୋହଲିଯାଇଛି । ଏପରି ସମୟରେ ଅବସ୍ଥା ସୁଧୁରିବା ପାଇଁ ସରକାର କିଛି ସେକ୍ଟରରେ ଲକଡାଉନ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି ।

ମେ 11ରୁ ଧିରେ ଧିରେ ସବୁକିଛି ଖୋଲିବ । ଫ୍ରାନ୍ସ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସର୍ବସାଧାରଣ ଗାଡିମୋଟରରେ ଯାତାୟତବେଳେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି କଟକଣା ବଳବତ୍ତର ରହିବ । ଏହାସହ ଘରୁ କାମ କରୁଥିବା ଲୋକଙ୍କୁ ଆହୁରି କିଛି ସପ୍ତାହ ଏହି ସୁଯୋଗ ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର ଫ୍ରାନ୍ସରେ ପ୍ରତିଦିନ ବାହାରୁଥିବା କୋରୋନା ମାମଲାରେ ସାମାନ୍ୟ ହ୍ରାସ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.