ETV Bharat / international

ବ୍ରିଟେନରେ ଅଣାୟତ୍ତ କୋରୋନା ସ୍ଥିତି; ମାସେ ପାଇଁ ଲଣ୍ଡନରେ ଲାଗୁ ହେବ ଲକଡାଉନ ! - ବ୍ରିଟେନରେ ଅଣାୟତ୍ତ କୋରୋନା ସ୍ଥିତି

ବ୍ରିଟେନରେ ନୂଆ ରୂପରେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଛି । ଫଳରେ ଆଗାମୀ ଦିନରେ ଲକଡାଉନ ହୋଇପାରେ ବୋଲି ଘୋଷଣା କରିଛନ୍ତି ବ୍ରିଟେନର ସ୍ବାସ୍ଥ୍ୟ ସଚିବ । ଅଧିକ ପଢନ୍ତୁ...

ମାସେ ପାଇଁ ଲଣ୍ଡନରେ ଲାଗୁ ହୋଇପାରେ ଲକଡାଉନ
ମାସେ ପାଇଁ ଲଣ୍ଡନରେ ଲାଗୁ ହୋଇପାରେ ଲକଡାଉନ
author img

By

Published : Dec 21, 2020, 5:11 PM IST

ଲଣ୍ଡନ: ବ୍ରିଟେନରେ କୋରୋନାର ଏକ ନୂଆ ଷ୍ଟ୍ରେନ ଘାତକ ଭାବେ ବ୍ୟାପି ଚାଲିଛି । ପରିସ୍ଥିତି ପୂର୍ବ ଠାରୁ ଅଧିକ ଜଟିଳ ହେଇଛି । ଫଳରେ କୋରୋନାକୁ କାବୁ କରିବା କଷ୍ଟକର ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ବ୍ରିଟେନର ରାଜଧାନୀ ଲଣ୍ଡନ ଓ ଦକ୍ଷିଣ-ପୂର୍ବ ବ୍ରିଟେନରେ ଲକଡାଉଉନ ଘୋଷଣା କରିଛନ୍ତି । ଆଗକୁ ଖ୍ରୀଷ୍ଟମାସ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ କୋରୋନା ନୂଆ ରୂପକୁ ସାଙ୍ଘାତିକ ହେଉଥିବାରୁ ବ୍ରିଟେନର ସ୍ବାସ୍ଥ୍ୟ ସଚିବ ମ୍ୟାଟ ହେନକକ୍‌ ଆସନ୍ତା 1 ରେ ଲକଡାଉନ ଘୋଷଣା ହୋଇପାରେ ବୋଲି କହିଛନ୍ତି ।

ବଡଦିନ ରେ ଲୋକେ ଘରେ ରହି ପାଳି ପାରିଲେ ଉତ୍ସବର ସବୁଠୁ ବଡ ଉପହାର ହେବ । ହୁଏତ ଏହାଦ୍ବାରା ସଂକ୍ରମଣକୁ ସାମାନ୍ୟ ରୋକାଯାଇପାରିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡ ଲାଗି ଟାୟର-4 କୋଭିଡ ସତର୍କତା ଜାରି କରିଛନ୍ତି ।

କୋଭିଡ ସତର୍କତା ଲାଗି ଟାୟର-1 ସଂକ୍ରମଣର ସମ୍ଭାବନା ସ୍ବଳ୍ପ ଥିବାରୁ ପରବର୍ତ୍ତୀ ଟାୟରମାନଙ୍କରେ ସମ୍ଭାବନା ଅଧିକ ବୋଲି ଦର୍ଶାଯାଉଛି । ଏଥିର ଟାୟର-4 ପୂର୍ଣ୍ଣ ଲକଡାଉନ ସହ ସମାନ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି ।

ରବିବାର ସ୍ବାସ୍ଥ୍ୟ ସଚିବ ଦେଇଥିବା ଗଣମାଧ୍ୟମ ସାକ୍ଷାତକାରରେ ଥରେ ଟୀକାକରଣ ନ ସରିବା ପର୍ଯ୍ୟନ୍ତ ଲଣ୍ଡନ ଲକଡାଉନରେ ହୁଏତ ଆଗାମୀ ମାସ ପର୍ଯ୍ୟନ୍ତ ବଳବତ୍ତର ରହିପାରେ ବୋଲି କହିଛନ୍ତି । ଏହା ଦ୍ବାରା ଏହାର କୌଣସି ବିକଳ୍ପ ନାହିଁ ।

ଲଣ୍ଡନ, ଏସେକ୍ସ, ହର୍ଟଫୋର୍ଡଶାୟାରରେ ଡିସେମ୍ବର 16 ତାରିଖ ସମୟରେ ଟାୟାର-3 ଯାଇଥିଲା । ଡିସେମ୍ବର 19 ବେଳକୁ ଇଂଲଣ୍ଡର ସାଉଥଇଷ୍ଟ, ଇଷ୍ଟ ଭାଗରେ ଟାୟର-3 ରେ ପହଞ୍ଚିଥିଲା ।

ସୂଚନାଯୋଗ୍ୟ, ବ୍ରିଟେନରେ କୋରୋନା ମହାମାରୀ ବ୍ୟାପିବା ପର ଠାରୁ ମୋଟ 2,046,161 ଜଣ ସଂକ୍ରମିତ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ 67, 503 ଜଣଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.