ETV Bharat / international

ଫ୍ରାନ୍ସରୁ ହଟିବ ଲକଡାଉନ, ପ୍ୟାରିସରେ ରହିବ ବଳବତ୍ତର

author img

By

Published : May 8, 2020, 6:47 AM IST

ପ୍ୟାରିସର ଅନେକ ଜାଗାରେ ଏବେ ବି ବହୁତ ନୂଆ କୋରୋନା ମାମଲା ସାମନାକୁ ଆସିଛି । ଯେଉଁଥିପାଇଁ ଏଠାରେ କଟକଣା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଫ୍ରାନ୍ସରୁ ହଟିବ ଲକଡାଉନ, ପ୍ୟାରିସରେ ରହିବ ଜାରି

ପ୍ୟାରିସ: ଫ୍ରାନ୍ସରେ ପରିସ୍ଥିତି ଧିରେ ଧିରେ ସୁଧାର ଆସୁଥିବାରୁ ମେ 11ରୁ ଲକଡାଉନ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ଏନେଇ ପ୍ରଧାନମନ୍ତ୍ରୀ ଏଡୋୱାର୍ଡ ଫିଲିପ୍ପେ ଘୋଷଣା କରିଛନ୍ତି । ତେବେ ପ୍ୟାରିସରେ ଲକଡାଉନ ଜାରି ରହିବ ବୋଲି ସେ କହିଛନ୍ତି ।

ପ୍ୟାରିସର ଅନେକ ଜାଗାରେ ଏବେ ବି ବହୁତ ନୂଆ କୋରୋନା ମାମଲା ସାମନାକୁ ଆସିଛି । ଯେଉଁଥିପାଇଁ ଏଠାରେ କଟକଣା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫ୍ରାନ୍ସ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି । ଗୋଟିଏ ପଟେ ପରିସ୍ଥିତି ସୁଧାରୁଥିବାବେଳେ ଅନ୍ୟପଟେ ସଂକ୍ରମଣ ନୂଆ ବାହାରୁଛି । ସେଥିପାଇଁ ଜନବହୁଳ ଅଞ୍ଚଳ ପ୍ୟାରିସରେ କଟକଣା ଏବେ କୋହଳ କରାଯାଉନାହିଁ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ କି ପ୍ରାୟ 2 ମାସ ତଳେ ମାର୍ଚ୍ଚ 17ରେ ଫ୍ରାନ୍ସରେ ଲକଡାଉନ ଲାଗୁ ହୋଇଥିଲା । ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିବା ପରେ ଏଥିରେ କୋହଳ କରାଯାଉଛି । ତଥାପି ଅନେକ ଜାଗାରେ ସ୍କୁଲ, ରେସ୍ତୋରାଁ ଓ କାଫେ ଜୁନ ପ୍ରଥମ ସପ୍ତାହରେ ଖୋଲିବ ବୋଲି ସରକାର ସୂଚନା ଦେଇଛନ୍ତି । ଏବେ ବି ସାମାଜିକ ଦୂରତ୍ବକୁ କଡାକଡି ପାଳନ କରିବାକୁ ସରକାର ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.