ETV Bharat / international

ଆଗାମୀ ସପ୍ତାହରେ ବ୍ରିଟେନରେ କୋହଳ ହେବ ଲକଡାଉନ ନିୟମ - ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ

ମାର୍ଚ୍ଚ 23ରୁ ଲକଡାଉନ ଓ ସାମାଜିକ ଦୂରତା ମାନି ଆସୁଥିବା ବ୍ରିଟେନରେ ଆଗାମୀ ସପ୍ତାହରେ କିପରି ନିୟମ କୋହଳ ହେବ ସେ ନେଇ ବୋରିଶ ଚିନ୍ତା କରୁଛନ୍ତି । ସାମାଜିକ ଦୂରତା କେତେ ଦୂର ବଳବତ୍ତର ରହିବ ତାହା ମଧ୍ୟ ସେ ନିଷ୍ପତ୍ତି ନେବେ ବୋଲି ଗୋଭ କହିଛନ୍ତି ।

corona in britain, lockdown to ease in britain, coronavirus news, britain pm boris johnson, ବ୍ରିଟେନରେ କୋରୋନା, ବ୍ରିଟେନରେ ଲକଡାଉନ ନିୟମ କୋହଳ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ, କୋରୋନା ଭାଇରସ ନ୍ୟୁଜ୍‌
ଆଗାମୀ ସପ୍ତାହରେ ବ୍ରିଟେନରେ କୋହଳ ହେବ ଲକଡାଉନ ନିୟମ
author img

By

Published : May 4, 2020, 11:29 PM IST

ଲଣ୍ଡନ: ଆଉ ସପ୍ତାହେ ପରେ ବ୍ରିଟେନରେ କୋହଳ ହେବ ଲକଡାଉନ ନିୟମ । ଏନେଇ ମନ୍ତ୍ରୀ ଓ ଡାକ୍ତରଙ୍କ ସହ ବିଚାର ବିମର୍ସ ପରେ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଘୋଷଣା କରିବେ ବୋଲି ଜଣାପଡିଛି । ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଏହା ପ୍ରକାଶ କରିଛନ୍ତି କ୍ୟାବିନେଟ ମନ୍ତ୍ରୀ ମାଇକେଲ ଗୋଭ । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଗୋଭ ଏହା ମଧ୍ୟ କହିଛନ୍ତି ଦେଶର ଅର୍ଥନୀତି ପୂର୍ବାବସ୍ଥାକୁ ଫେରିବାର ସମୟ ଆସିଛି ବୋଲି ବୋରିଶ ପ୍ରକାଶ କରିଛନ୍ତି ।

ମାର୍ଚ୍ଚ 23ରୁ ଲକଡାଉନ ଓ ସାମାଜିକ ଦୂରତା ମାନି ଆସୁଥିବା ବ୍ରିଟେନରେ ଆଗାମୀ ସପ୍ତାହରେ କିପରି ନିୟମ କୋହଳ ହେବ ସେ ନେଇ ବୋରିଶ ଚିନ୍ତା କରୁଛନ୍ତି । ସାମାଜିକ ଦୂରତା କେତେ ଦୂର ବଳବତ୍ତର ରହିବ ତାହା ମଧ୍ୟ ସେ ନିଷ୍ପତ୍ତି ନେବେ ବୋଲି ଗୋଭ କହିଛନ୍ତି । ତେବେ ଆଗାମୀ ଦିନରେ ଦେଶର ଅର୍ଥନୀତି କିପରି ସଶକ୍ତ ହେବ, କିପରି ପିଲାମାନେ ପୁଣି ସ୍କୁଲ ଯିବେ ଓ କର୍ମଚାରୀମାନେ କିପରି କର୍ମସ୍ଥଳକୁ ଫେରିପାରିବେ ତାହା ଆଲୋଚନାର ମୁଖ୍ୟ ଦିଗ ରହିବ ବୋଲି ଜଣାପଡିଛି । ହେଲେ ଦେଶରେ ଲକଡାଉନ କୋହଳ ପାଇଁ ଦେଶକୁ ନିର୍ଦ୍ଧାରିତ 5ଟି ଦିଗରେ ସଫଳ ହେବାକୁ ପଡିବ ବୋଲି ମଧ୍ୟ ଗୋଭ କହିଛନ୍ତି ।

ବ୍ରିଟେନ ସରକାର ଦ୍ବାରା ନିର୍ଦ୍ଧାରିତ ଏହି 5ଟି ଦିଗ ମଧ୍ୟରେ ରହିଛି ଆକ୍ରାନ୍ତ ସଂଖ୍ୟାରେ ହ୍ରାସ, ମୃତ୍ୟୁ ସଂଖ୍ୟାରେ ଅବନତି ଓ ପ୍ରତ୍ୟେକ ପରିସ୍ଥିତି ପାଇଁ ଜାତୀୟ ସ୍ବାସ୍ଥ୍ୟ ସେବାର ପର୍ଯ୍ୟାପ୍ତ ପ୍ରସ୍ତୁତି । ଏନେଇ ଦେଶର ସ୍ବାସ୍ଥ୍ୟ ଏକ୍ସପର୍ଟ, କର୍ମଚାରୀ ଓ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ଲୋଡିଛନ୍ତି ବୋରିଶ । ବିଭିନ୍ନ ଦିଗର ସ୍ଥିତି ପରଖିବା ପରେ ପଦକ୍ଷେପ ଗ୍ରହଣ କରାଯିବ । ସେପଟେ ପରିବର୍ଦ୍ଧିତ ଲକଡାଉନ ଅବଧି ଲୋକଙ୍କ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ହୃଦବୋଧ କରିଛନ୍ତି ବୋରିଶ । କିନ୍ତୁ ସ୍ଥିତି ନସୁଧୁରିବା ସମୟରେ କୌଣସି ପଦକ୍ଷେପ ନେବା ମୁର୍ଖାମୀ ହେବ ବୋଲି କହିଛନ୍ତି ଗୋଭ । ଯାହା ଦେଶରେ ଦ୍ବିତୀୟ ଥର ପାଇଁ ବିପତ୍ତିକୁ ଡାକିବ ନିଶ୍ଚୟ ।

ବର୍ତ୍ତମାନ ବ୍ରିଟେନରେ କୋରୋନା ଆକ୍ରାନ୍ତ ସଂଖ୍ୟା 1,87,842 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 28,520ରେ ସ୍ଥିର ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.